ସ୍ତ୍ରୀକୁ ହେଲା କ୍ୟାନ୍ସର, ସ୍ଵାମୀ କରାଇଲା ଏମିତି ଫଟୋଶୁଟ, ଦେଖି ସମସ୍ତେ ହୋଇଗଲେ ଇମୋଶନଲ, ଦେଖନ୍ତୁ

ବର୍ତ୍ତମାନ ସମୟରେ ସଚ୍ଚା ପ୍ରେମ ଦେଖିବାକୁ ବହୁତ କମ ମିଳିଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏହି ଜମାନା ପାଇଁ ଏକ ଉଦାହରଣ ହୋଇ ଯାଇଛନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ଫେସବୁକ ଆକାଉଣ୍ଟରେ ଏକ ଦମ୍ପତି ନିଜର ଫଟୋଶୁଟ କରାଇ କିଛି ଫଟୋ ଶେୟାର କରିଛନ୍ତି । ଯାହାକୁ ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି ।

କିନ୍ତୁ ଏହା କୌଣସି ମାମୁଲି ଫଟୋ ନୁହେଁ । କହିବାକୁ ଗଲେ ଏହା ସମସ୍ତ ଦମ୍ପତିଙ୍କ ପାଇଁ ଏକା ଉଦାହରଣ ହୋଇ ସାମ୍ନାକୁ ଆସିଛି । ଏହି ଫଟୋ ଆମକୁ ଏହା ଶିକ୍ଷା ଦେଉଛି କି ଜୀବନରେ ଯାହା ବି ଦୁଃଖ ଆସିଥାଉ ନା କାହିଁକି ଆମକୁ କେବେ ବି ନିଜ ସାଥିର ହାତ ଛାଡିବା ଉଚିତ ନୁହେଁ । ତାହାକୁ ହିଁ ଜୀବନ ସହିତ ଲଢିବା କୁହାଯାଏ ।

https://www.facebook.com/mandyparksphotography/posts/2454011648161672

ଯାହା ବିଷୟରେ ଆମେ କଥାବାର୍ତ୍ତା କରୁଛୁ ସେ Kelsey Johnsonଙ୍କର ପତ୍ନୀ ଚାର୍ଲି ଅଟନ୍ତି, ଯାହାଙ୍କୁ ବ୍ରେସ୍ଟ କ୍ୟାନ୍ସର ହୋଇଛି । ଏହି ସମୟରେ ଦୁଇ ଜଣ ନିଜର ଫଟୋଶୁଟ କରାଇଛନ୍ତି । ଆପଣ ସମସ୍ତେ ଜାଣିଛନ୍ତି କି କ୍ୟାନ୍ସରର କେମୋଥେରାପୀ କାରଣରୁ ଚୁଟି ଝଡିବା ଆରମ୍ଭ ହୋଇଯାଏ । ଯେଉଁ କାରଣରୁ ଚୁଟିକୁ କାଟିବାକୁ ପଡିଥାଏ । ଏହି କଷ୍ଟକୁ Kelsey ଏମିତି ଦର୍ଶାଇଲେ କି କେହି ଚିନ୍ତା ବି କରି ନ ଥିବେ ।

କାରଣ ସେ ନିଜେ ନିଜ ପତ୍ନୀଙ୍କର ଚୁଟି କାଟିଲେ । ଏହି ଫଟୋ ଲୋକମାନଙ୍କୁ ବହୁତ ଭାବୁକ କରିଦେଉଛି । Mandy Parks Photography ନିଜର ଫେସବୁକ ପେଜରେ ଏହି ଫଟୋ ଗୁଡିକୁ ଶେୟାର କରିଛନ୍ତି । ଏହି ଫଟୋକୁ ଶେୟାର କରିବା ମାତ୍ରେ ହିଁ ବହୁତ କମେନ୍ଟ ଆସିବାକୁ ଲାଗିଲା । ସମସ୍ତେ ତାଙ୍କର ସାହସକୁ ସଲାମ କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଏହି ଦମ୍ପତିଙ୍କୁ ସମସ୍ତେ ମନେ ରଖିବେ ଓ ତାଙ୍କର ସାହସର ପ୍ରଶଂସା ବି କରିବେ । କାରଣ ବର୍ତ୍ତମାନ ସମୟରେ ଏହିଭଳି ଭଲ ପାଇବା ଦେଖିବା ବହୁତ କମ ମିଳିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।