ମୃତ ବ୍ୟକ୍ତିଙ୍କ ପୋଷାକ କାହିଁକି ପିନ୍ଧାଯାଏ ନାହିଁ ? ଶାସ୍ତ୍ରରେ ଏନେଇ ଉଲ୍ଲେଖ ଅଛି ଏହି ଭୟଙ୍କର କଥା

ମଣିଷ ମୃତ୍ୟୁ ପରେ ତା’ର ସବୁ ଜିନିଷ ସଂସାରରେ ଛାଡି ଚାଲି ଯାଇଥାଏ । ସେ ଜୀବନ ସାରା ଯେତେ ଧନ କମାଇଥାଉ ପଛେ ଏବଂ ତା’ର ଯେତେ ଆତ୍ମୀୟ ସ୍ଵଜନ ଥିଲେ ମଧ୍ୟ ସେ ଗଲା ବେଳେ ସାଙ୍ଗରେ କିଛି ନେଇକରି ଯାଇପାରେ ନାହିଁ । ତେବେ ମରିଯିବା ପରେ କେହି ତାଙ୍କ ଫଟୋ କିମ୍ବା କିମ୍ବା ତାଙ୍କର କିଛି ଜିନିଷକୁ ନିଜ ପାଖରେ ରଖନ୍ତୁ । କିନ୍ତୁ ଆମ ଧର୍ମ ଶାସ୍ତ୍ରରେ ମୃତ ବ୍ୟକ୍ତିଙ୍କ କପଡା କେବେ ବି ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି ।

ଶାସ୍ତ୍ରରେ ମୃତ ପରିଜନଙ୍କ କପଡା ପିନ୍ଧିବାକୁ ମନା କରାଯାଇଛି କାରଣ ଏପରି କରିବା ଦ୍ଵାରା ବ୍ୟକ୍ତି ମାନସିକ ଭାବେ ଅଧିକ ଦୁର୍ବଳ ହୋଇପଡନ୍ତି ଓ ତାଙ୍କ ମୃତବ୍ୟକ୍ତିଙ୍କ ଚିନ୍ତା ସବୁବେଳେ ମନରେ ଆସିଥାଏ । ଏପରି ସ୍ଥଳେ ମୃତ ପରିଜନଙ୍କ ପୋଷାକ ପରିଧାନ କରିବା ଦ୍ଵାରା ଜୀବନରେ ଆଗକୁ ବଢିବାରେ ଅସୁବିଧା ହୋଇଥାଏ । ସେଥିପାଇଁ ମୃତବ୍ୟକ୍ତିଙ୍କ ପୋଷାକ ସବୁବେଳେ ଅସହାୟ ବ୍ୟକ୍ତିଙ୍କୁ ଦାନ କରିଦେବା ଉଚିତ ।

ମୃତ୍ୟୁ ପରେ ମୃତବ୍ୟକ୍ତିଙ୍କ ଆତ୍ମା ସହଜରେ ତାଙ୍କ ଆତ୍ମୀୟ ସ୍ଵଜନ ଓ ନିଜ ବସ୍ତୁ ଠାରୁ ମୋହମାୟା ଛାଡି ପାରନ୍ତି ନାହିଁ । ଏପରି କ୍ଷେତରେ ମୃତବ୍ୟକ୍ତିଙ୍କ ବସ୍ତୁକୁ ନିଜ ପାଖରେ ରଖିବା ଦ୍ଵାରା ତାହା ତାଙ୍କ ଆତ୍ମାକୁ ନିଜ ସହ ବାନ୍ଧି ରଖିଥାଉ ।

ଆତ୍ମାକୁ ଅଧିକ ସମୟ ପର୍ଯ୍ୟନ୍ତ ଘୁରି ବୁଲିବା ଉଚିତ ନୁହେଁ । ଏହା ଯଥାଶୀଘ୍ର ଅନ୍ୟ ଶରୀରରେ ପ୍ରବେଶ କରି ପୁନର୍ଜନ୍ମ ନେବା ଉଚିତ । ସେଥିପାଇଁ ମୃତ୍ୟୁ ପରେ ଆତ୍ମାର ଶାନ୍ତି ପାଇଁ ଦାନପୁଣ୍ୟ ଆଦି କରା ଯାଇଥାଏ । ତେଣୁ ଅସହାୟ ଲୋକଙ୍କୁ ମୃତବ୍ୟକ୍ତିଙ୍କ ବସ୍ତୁ ସବୁ ଦାନ କରିଦେବା ଉଚିତ ହୋଇଥାଏ । ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି ଏହି ସତ୍ୟକୁ ଆମେ ଭୁଲିବା ଉଚିତ ନୁହେଁ । ମୃତ୍ୟୁ ସେହି ଆତ୍ମାର ଏକ ନୂଆ ଆରମ୍ଭ ଅଟେ ।

ସେଥିପାଇଁ ମୃତକଙ୍କ କପଡା ବା ଅନ୍ୟ ବସ୍ତୁ ସବୁ ତାଙ୍କ ଆତ୍ମାକୁ ମୁକ୍ତି ପାଇବାରୁ ବାଧା ଦେଇପାରେ । ଏହାସହ ମୃତବ୍ୟକ୍ତିଙ୍କ ଜିନିଷ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ମଧ୍ୟ ଏହା କ୍ଷତି ପହଞ୍ଚାଇ ପାରେ ।

ଆପଣଙ୍କ ସ୍ୱାସ୍ଥ୍ୟ ବାରମ୍ବାର ବିଗିଡିପାରେ, କୌଣସି ଦୁର୍ଘଟଣାର ସମୁଖୀନ ହୋଇପାରନ୍ତି କିମ୍ବା ଅଭାବ ଅସୁବିଧା ସବୁବେଳେ ଲାଗି ରହିପାରେ । ଆପଣ ଯଦି କୌଣସି ମୃତବ୍ୟକ୍ତିଙ୍କ ଜିନିଷ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ସହ ଏହିସବୁ ବାରମ୍ବାର ଘଟୁଛି ତେବେ ଜାଣି ରଖନ୍ତୁ ଯେ ତାଙ୍କ ଜିନିଷ ରଖିବା ଦ୍ଵାରା ଏହିପରି ହେଉଛି । ଯଥାଶୀଘ୍ର ଆପଣ ସେସବୁ ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ ।

ଦେଖିବେ ଆପଣଙ୍କ ସବୁ ସମସ୍ଯା ଆପେ ସମାଧାନ ହୋଇଯିବ ଓ ଏପରି କରିବା ଦ୍ଵାରା ମୃତବ୍ୟକ୍ତିଙ୍କ ଆତ୍ମା ମଧ୍ୟ ମୁକ୍ତି ପାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।