ବ୍ୟକ୍ତିର ଏହି ଲକ୍ଷଣ ଅଛି ତ ଜାଣିବେ ଭଗବାନ ଶିବଙ୍କର କୃପା ରହିଛି ଭଗବାନ ଶିବ ହେଉଛନ୍ତି ଦେବ ଦେବ ମହାଦେବ । ଏହି ସଂସାରର ସବୁ ଜାଗାରେ ତାଙ୍କର ଊର୍ଜା ବିଦ୍ୟମାନ ଅଛି । ଶିବଙ୍କୁ ଭୋଳା ବାବା କୁହାଯାଏ । କାହିଁକି ନା ସେ ନିଜର କୌଣସି ଭକ୍ତଙ୍କ ମଧ୍ୟରେ କୌଣସି ପ୍ରକାରର ଭେଦ ଭାବ କରନ୍ତି ନାହିଁ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ରତ୍ନ ନା ଧନ ର ଆବଶ୍ୟକ ହୋଇଥାଏ ନା କୌଣସି ସ୍ଵାଦିଷ୍ଟ ଭୋଗ ।
ତାଙ୍କୁ ଭକ୍ତ କେବଳ ଭକ୍ତି ଭାବ ଓ ଗୋଟିଏ ବୁନ୍ଦା ପାଣିରେ ବି ପ୍ରସନ୍ନ କରି ପାରିବ । ମହାତ୍ମା ବିଦୁର ଭଗବାନ ଶିବଙ୍କର କୃପା ପାତ୍ର ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି । ମହାତ୍ମା ବିଦୁର ମହାଭାରତର କେନ୍ଦ୍ରୀୟ ପାତ୍ର ମଧ୍ୟରୁ ଜଣେ ଥିଲେ ।
ବିଦୂରଙ୍କର ବୁଦ୍ଧି ଓ କୌଶଳ ପାଇଁ ତାଙ୍କୁ ଭୀଷ୍ମ ହସ୍ତିନାପୁରର ମହା ମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥିଲେ । ବିଦୂରଙ୍କର ନୀତିଗୁଡିକ ମହତ୍ଵ ପୂର୍ଣ୍ଣ ମାନାଯାଏ କାହିଁକି ନା ସେ ଧର୍ମ ରାଜଙ୍କର ଅବତାର ଥିଲେ । ତାଙ୍କୁ ଜଣାଥିଲାକି କେଉଁ ବ୍ୟକ୍ତି ଧନବାନ ଓ ସଫଳ ବ୍ୟକ୍ତି ହୋଇପାରିବ ଓ କିଏ ଗରିବ ହେବ । ଆଜି ଆମେ ଜାଣିବା ବିଦୁର ନୀତିଦ୍ବାରା ମନୁଷ୍ୟର କେଉଁ ଲକ୍ଷଣ ଥିଲେ ଭଗବାନ ଶିବଙ୍କର କୃପା ମିଳିଥାଏ ।
ଭଗବାନ ଶିବଙ୍କର କୃପା ପାପ୍ତ ବ୍ୟକ୍ତି ସାଧାରଣ ଜୀବନ ବ୍ୟତିତ କରିଥାଏ ସେ କେବେ ତାର ଗୁଣକୁ ଦେଖେଇ ହୁଏ ନାହିଁ । ଏହି ବ୍ୟକ୍ତି କେବେ କାହାକୁ ଅପମାନିତ କରେ ନାହିଁ ଓ କଟୁ ଶବ୍ଦ କୁହେ ନହିଁ । ମହାଦେବଙ୍କର କୃପା ପ୍ରାପ୍ତ ବ୍ୟକ୍ତି ପଶୁ ପକ୍ଷୀ ମାନଙ୍କୁ ଭଲ ପାଇଥାଏ । ଯେଉଁ ବ୍ୟକ୍ତି ଧାନ ଧାନ୍ୟରେ ପୂର୍ଣ୍ଣ ହୋଇ ମଧ୍ୟ କୌଣସି ହିଂସା କିମ୍ବା କୃପଣ କରେ ନାହିଁ ସେହି ବ୍ୟକ୍ତି ଉପରେ ଶିବଙ୍କର କୃପା ରହିଥାଏ ।
ଯେପରି ଝରଣା ନିଜ ପାଣି ପିଏ ନାହିଁ , ଗଛ ନିଜ ଫଳ ଖାଏ ନାହିଁ ସେହି ଭଳି ଶିବ କୃପା ବ୍ୟକ୍ତି ଅନ୍ୟ ମାନଙ୍କର ଭଲ କାର୍ଯ୍ୟ କରି ଖୁସି ପାଇଥାଏ । ଯେଉଁ ଭଳି ଗଛରେ ଫଳ ହେଲେ ସେମାନେ ନାଇଁ ପଡନ୍ତି , ପାଣି ଭରା ବାଦଲ ଆକାଶରେ ତଳକୁ ଆସନ୍ତି ଓ ମହାଦେବ କୃପା ପ୍ରାପ୍ତ ବ୍ୟକ୍ତି ସମୃଦ୍ଧିରେ ଗର୍ବ କରନ୍ତି ନାହିଁ । ସେମାନେ ସବୁବେଳେ ପରଊପକାର କରିଥାନ୍ତି ।
ଯେଉଁ ବ୍ୟକ୍ତି ଅତ୍ୟଧିକ ବଳଶାଳୀ ହୋଇ ମଧ୍ୟ କ୍ଷମା ଶୀଳ ହୋଇଥାଏ , ଦୁର୍ବଳ ମାନଙ୍କ ଉପରେ ଅତ୍ୟାଚାର କରୁନଥିବା ବ୍ୟକ୍ତି ଓ ନିଜ ବଳ ଉପରେ ଗର୍ବ କରୁ ନଥିବା ବ୍ୟକ୍ତି ଭଗବାଙ୍କର କୃପା ପ୍ରାପ୍ତ କରିଥାଏ । ଏହା ସହ ଯେଉଁ ବ୍ୟକ୍ତି ନିର୍ଧନ ହୋଇ ମଧ୍ୟ ଦାନଶୀଳ ହୋଇଥାଏ ଏହି ବ୍ୟକ୍ତିଙ୍କ ଉପରେ ଶିବଙ୍କର କୃପା ସବୁବେଳେ ରହିଥାଏ ।
ଯେଉଁ ବ୍ୟକ୍ତି ଦୁର୍ଲଭ ବସ୍ତୁକୁ ପାଇବା ପାଇଁ ଇଛା କରେ ନାହିଁ ତଥା ବିପତି ଆସିବାରେ ବିଚଳିତ ହୋଇନଥାଏ ଦୃଢ ଭବାରେ ତାହାର ସାମନା କରିଥାଏ ସେମାନଙ୍କୁ ଭଗବାନ ଶିବଙ୍କର କୃପା ମିଳିଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଏହି ପରି ଲକ୍ଷଣ ଥାଏ ସେହି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କର କୃପା ଥାଏ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ