ବ୍ୟବସାୟ ବୃଦ୍ଧି ପାଇଁ କଣ କରିବେ ? ଏହା ସହିତ ପଢନ୍ତୁ 20 Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟରେ, 1. ପ୍ରତ୍ୟକ ଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳଦାନ କଲେ ଏବଂ ଓଁ ଆଦିତ୍ୟ ନମଃ ଏହି ମନ୍ତ୍ର ୯ ଥର ଜପ କରିବା ଦ୍ଵାରା ସୁଖ ଶାନ୍ତି ପ୍ରାପ୍ତ ହୁଏ ।

2. ଯଦି ରୋଷେଇ ଘର କଳା ପଡି ଥାଏ କିମ୍ବା ରୋଷେଇ ଘର କାନ୍ଥ ଫାଟି ଯାଇଥାଏ । ତେବେ ତୁରନ୍ତ ଠିକ କରି ଦେବା ଉଚିତ ନଚେତ ଏହା ଘରେ ଅଶାନ୍ତି ବୃଦ୍ଧି କରିଥାଏ ।

3. ଘରେ ଧଳା ରଙ୍ଗର ଗଣେଶ ମୃତ୍ତି କିମ୍ବା ଚିତ୍ର ରଖିଲେ ସୁଖ ଓ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ ଘର ଲୋକଙ୍କ ମଧ୍ୟରେ କଳହ ଦୂର ହୋଇଥାଏ । ପ୍ରତ୍ୟକ ଦିନ ସକାଳୁ ଉଠି ଘରର ମୁଖ୍ୟ ଦ୍ଵାରରେ କିଛି କ୍ଷୀର ପାଣିରେ ମିଶାଇ ଛିଞ୍ଚିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୁଏ ।

4. ଘରର ମୁଖ୍ୟ ଦ୍ଵାରାରେ ଘୁଙ୍ଗୁର ବାନ୍ଧିଲେ ତାର ଶବ୍ଦରେ ଘରେ ସବୁବେଳେ ପ୍ରସନ୍ନ ତାର ବାତାବରଣ ରହିଥାଏ ।

5. ଘରେ ରୋଷେଇ କଳା ବେଳେ ପ୍ରଥମେ ଗରମ କଢେଇ କିମ୍ବା ହାଣ୍ଡିରେ ପ୍ରଥମେ କିଛି କ୍ଷୀର ଛିଟା ମାରିବା ଉଚିତ ଏହା କରିବା ଦ୍ଵାରା ରୋଗ ବୈରାଗ କମ ହୁଏ ।

6. ଘରର ଅଗଣାରେ ଅଁଳା ଗଛ, କଦଳୀ ଗଛ, ଅଶୋକ ଗଛ, ବେଳ ଗଛ ଆଦି ଲଗାଇଲେ ଗହରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

7. ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି କରିବା ପାଇଁ ଚାହୁଥିଲେ ଏବଂ ଘରେ ସୁଖ ଓ ଶାନ୍ତି ବୃଦ୍ଧି କରିବାକୁ ହେଲେ ଆପଣ ଏଗାର ଟି ଅଭିମନ୍ତ୍ରିତ ଗୋମତି ଚକ୍ର ଘରେ ରଖିବା ଉଚିତ ଅଟେ ।

8. ପ୍ରତ୍ୟକ ନବମୀ ତିଥିରେ ଅଁଳା ଗଛ ପୂଜା କରିବା ଦ୍ଵାରା ଗୃହରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ।

9. ଘରେ ଶ୍ରୀମଦ ଭାଗବତ ଗୀତାର ପନ୍ଦର ତମ ଅଧ୍ୟାୟ ପୁରସୋତାମ ଯୋଗ ନିତ୍ୟ ପଢିବା ଦ୍ଵାରା ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ।

10. ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରରେ କେବେବି ଅଳିଆ ଗଦା କରି ରଖନ୍ତୁ ନାହିଁ । ଏହା ଦ୍ଵାରା ପଡୋଶୀ ଲୋକଙ୍କ ସହିତ ଶତ୍ରୁତା ବୃଦ୍ଧି ହୁଏ ।

11. ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ କେବେ କ୍ଷୀର, ଦହି, ପିଆଜ କେହି ଯଦି ମାଗନ୍ତି ତେବେ କେବେ ହେଲେ ଦିଅନ୍ତୁ ନାହିଁ ।

12. ଘରର ଛାତ ଉପରେ କେବେବି ଚାଉଳ, ଗହମ, କିମ୍ବା ଅନ୍ୟ ଶସ୍ୟ ଏବଂ ବିଛଣା ଧୋଇବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ଶଶୁର ଘର ଲୋକଙ୍କ ସହିତ ସମ୍ପର୍କ ଖରାପ ହୁଏ ।

13. ଘରେ ପରିବା କାଟି ସାରିବା ପରେ ତୁରନ୍ତ ପରିବା ଚୋପା ବହରେଆ ପକାଇ ଦିଅନ୍ତୁ କେବେ ହେଲେ ରଖନ୍ତୁ ନାହିଁ କାରଣ ଏହା ଦ୍ଵାରା ଶୁଭ ସମାଚାର ମିଳିନଥାଏ ।

14. ଘରେ ମାସକୁ ଥର ଟିଏ ମିଶ୍ରି ଯୁକ୍ତ ଖିରୀ କରି ବାଣ୍ଟିବା ଓ ସମସ୍ଥେ ଏକା ସାଙ୍ଗରେ ବସି ଖାଇବା ଦ୍ଵାରା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ।

15. ଘରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏବଂ ଗାଧୁଆ ଘରେ ବାଲଟିରେ ପାଣି ପୂର୍ଣ୍ଣ କରି ରଖିବା ଦ୍ଵାରା ପରିବାରର ଊର୍ଣ୍ଣତି ହୋଇଥାଏ ଏବଂ ବାଧା ବିଘ୍ନ ମଧ୍ୟ ଦୂରେଇ ଥାଏ ।

16. ଯଦି ପରିବାରର ସମସ୍ତ ଲୋକ କୁଆଡେ ବାହାରକୁ ଯାଉଛନ୍ତି ତେବେ ଏକା ସାଥିରେ ବାହାରକୁ ବାହାରନ୍ତୁ ନାହିଁ ଆଗ ପଛ ହୋଇ ବାହାରକୁ ବାହାରିଲେ ସଂମ୍ମାନ ବୃଦ୍ଧି ହୁଏ । ଗାଧୋଇ ସାରିବା ପରେ ଓଦା ଗାମୁଛା ପିନ୍ଧନ୍ତୁ ନାହିଁ ଏହା ଦ୍ଵାରା ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

17. ଘରର ଉତ୍ତର ଦିଗକୁ କିମ୍ବା ଦକ୍ଷିଣ ଦିଗରେ କୌଣସି ତମ୍ବା ପିତଳ ପାତ୍ରରେ ପଇସା ଭର୍ତି କରି ରଖିଲେ ବହୁତ ଶୁଭ ହୋଇଥାଏ ।

18. ପ୍ରତ୍ୟକ ଅମାବାସ୍ୟା ଦିନ ଘର ଭଲ ଭାବରେ ସଫା କରି ଅଦରକାରୀ ଜିନିଷ ବାହାରେ ଫୋପାଡି ଦେଲେ ବହୁତ ମଙ୍ଗଳ ହୁଏ ।

19. ଘର ଲୋକଙ୍କ ମଧ୍ୟରେ ପାଟି ହେଉଥିଲେ ଏହାକୁ ଦୂର କରିବା ପାଇଁ ଏବଂ ଶାନ୍ତି ରହିବା ପାଇଁ ହେଲେ ଦୁଇଟି ବଂଶୀ ଘରେ ରଖିବା ଉଚିତ ।

20. ଶିବ ରାତ୍ରି ଦିନ କିମ୍ବା ଅନ୍ୟ ଶୁଭ ଦିନ ମାନରେ ବ୍ରହ୍ମ ମୁହୁତ୍ତରେ ଉଠି ଭଲ ଭାବରେ ପବିତ୍ର ହୋଇ ସୂର୍ଯ୍ୟଙ୍କୁ ଜଳ ଦାନ କଲେ ସବୁ ପ୍ରକାରର ଦୁଖ ଦୂର ହୁଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।