ବିପଦ କେତେବେଳେ କାହାକୁ ଜଗି ବସିଥାଏ ଏକଥା କେହି ବି କହିପାରିବେ ନାହିଁ । କିଛି ଭାବିବା ଆଗରୁ ବିପଦ କେତେବେଳେ କେଉଁ ରୂପରେ କାହା ପାଇଁ ଅପେକ୍ଷା କରି ରହିଥାଏ କେହି ଜାଣି ନଥାନ୍ତି । ସେଥିପାଇଁ ମଣିଷକୁ ସବୁ ସମୟରେ ସଜାଗ ରହିବା ଜରୁରୀ ହୋଇଥାଏ । କେବେ କେବେ ସବୁଠୁ ସୁରକ୍ଷିତ ତଥା କଳ୍ପନା କରି ନଥିବା ସ୍ଥାନରେ ମଧ୍ୟ ବିପଦ ମାଡି ଆସିପାରେ । ସେଥିପାଇଁ ଜଗି ରଖି ଚଳିବା ଦ୍ଵାରା ପ୍ରତ୍ଯେକ କ୍ଷେତ୍ରରେ ଆପଣଙ୍କ ପାଇଁ ଉତ୍ତମ ହୋଇଥାଏ ।

ତେବେ ଏକଥା ଆମେ ଆପଣଙ୍କୁ କହିବାର କିଛି ଉଦ୍ଦେଶ୍ୟ ରହିଛି । କାରଣ ବସଷ୍ଟାଣ୍ଡ ଭିତରେ ଯାତ୍ରୀ ବିଶ୍ରାମ କରିବା ସ୍ଥାନରେ ସାପଟିଏ ଲୁଚି ରହିଥିଲା । ଯାହା କେହି କେବେ କଳ୍ପନା ସୁଦ୍ଧା କରି ନଥିବେ । ବସ୍ କୁ ଅପେକ୍ଷା କରିଥିବା ବେଳେ ଯାତ୍ରୀମାନେ ବସଷ୍ଟାଣ୍ଡରେ ଟିକିଏ ବିଶ୍ରାମ ନେଇଯାନ୍ତି । କିନ୍ତୁ ବିଶ୍ରାମ କରୁଥିବା ବେଳେ ଆପଣ ଗୋଡ ରଖି ବସିଥିବା ସ୍ଥାନରେ ସାପ ଫଣା ଟେକି ବାହାରିବା କଥା ଥରେ ଚିନ୍ତା କରନ୍ତୁ ତ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନୀଳଗିରି ବସଷ୍ଟାଣ୍ଡ ଭିତରେ । ଯାତ୍ରୀଙ୍କ ବସିବା ସ୍ଥାନରେ କାନ୍ଥ ଭିତରେ ଫେଣା ମେଲାଇ ତମ୍ପ ସାପଟିଏ ଜଗି ବସିଥିଲା । ଯାତ୍ରୀମାନେ ବସ୍ କୁ ପେକ୍ଷା କରିବା ପାଇଁ ଯେଉଁଠି ବସନ୍ତି ସେହିଠାରେ ଏକ କାନ୍ଥ ଫାଟରୁ ବାହାରି ତମ୍ପ ସାପଟି ଗର୍ଜନ କରୁଥିବାର ଯାତ୍ରୀମାନେ ଦେଖିଥିଲେ ।

କାନ୍ଥ ଭିତରେ ସାପ ଫଣା ମେଲେଇ ବାହାରକୁ ବାହାରିବା ଦେଖି ସେଠାରେ ଉପସ୍ଥିତି ଥିବା ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ଯାହାପରେ ବସଷ୍ଟାଣ୍ଡରେ ହୋହଲ୍ଲା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଜଣେ ଅନୁଭବି ବ୍ୟକ୍ତି ସାପକୁ ସେଠାରୁ ବାହାର କରିବା ପାଇଁ ଆଗେଇ ଆସିଥିଲେ । ଏକ ରଡ୍ ସାହାଯ୍ୟରେ ସେ ସାପକୁ ଗାତରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଓ ଶେଷରେ ତାକୁ ବାହାରକୁ ଆଣିଥିଲେ ।
ସାପଟି ବିଷଧର ତମ୍ପ ସାପ ଛୁଆ ବୋଲି ଜଣା ପଡିଥିଲା । ଯାହା ହେଉ ସାପଟି କାହାକୁ କିଛି କ୍ଷତି କରିବା ଆଗରୁ ଯାତ୍ରୀଙ୍କ ନଜରରେ ପଡି ଯାଇଥିଲା । ନଚେତ କେହିବି ଏହି ସାପ ଚୋଟର ଶିକାର ହୋଇଥାନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।