ବର୍ଷାଙ୍କ ପିଟିସନରେ ଉଲ୍ଲେଖ, ଅନେକ ମହିଳାଙ୍କ ସହ ରହିଛି ତାଙ୍କର ସମ୍ପର୍କ, ଘରଲୋକ ଜାଣି ବି ଚୁପ ରହୁଥିଲେ

କୋର୍ଟ ପିଟିସନ ରେ ସାଂସଦ ସ୍ଵାମୀ ଅନୁଭବ ଙ୍କ ନାଁ ରେ ସଙ୍ଗିନ ଭିଯୋଗ କରିଛନ୍ତି ବର୍ଷା । ୮ ପୃଷ୍ଟା ର ଏହି ପିଟିସନ ରେ ବର୍ଷା ବହୁତ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ୨୦୧୪ ଫେବ୍ରୁୟାରୀ ୮ ରେ ବର୍ଷା ଓ ଅନୁଭବ ଙ୍କର ବାହାଘର ହେଇଥିଲା । ପିଟିସନ ରେ ବର୍ଷା ଉଲ୍ଲେଖ କରିଛନ୍ତି କି ତାଙ୍କୁ ବାହା ହେବା ପାଇଁ ଅନୁଭବ ବହୁତ ହର୍କତ କରିଥିଲେ । ବାହା ହେବା ପାଇଁ ରାଜି ନହେଲେ ଆତ୍ମା ହତ୍ୟା କରିଦେବେ ବୋଲି କହୁଥିଲେ । ଏମିତିକି ହାତ କାଟିଦେବା, ଚୁରୁରେ ଛାତି କାଟି ରଜତ ବି ବୁହାଉଥିଲେ ।

ଅନୁଭବ ଙ୍କର ଏହି ଭଳି କାମ ଦେଖି ବରଷାଙ୍କ ମା ବିବାହ ପାଇଁ ରାଜି ହୋଇଥିଲେ । ଶେଷରେ ୮ ଫେବ୍ରୁୟାରୀ ୨୦୧୪ ରେ ଦୁଇ ଜଣଙ୍କର ବାହାଘର ହୋଇଥିଲା । ବର୍ଷା ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ତାଙ୍କର ଜିନିଷ ପତ୍ର ଦିଆ ଯାଇଥିଲା । ବାହାଘର ପରେ ଉଭୟ ମିଶି ଏକାଧିକ ଫିଲ୍ମ ରେ ଅଭିନୟ କରିଥିଲେ । କିନ୍ତୁ ପାରିଶ୍ରମିକ ବାବଡକୁ ବରସାଙ୍କୁ ଟଙ୍କାଟିଏ ବି ନଦେଇ ଅନୁଭବ ଅତ୍ୟାଚାର ଆରମ୍ଭ କରିଥିଲେ ।

ଏହା ପରେ ଅନୁଭବ ଙ୍କର ଅନେକ ମହିଳାଙ୍କ ସହ ସମପ୍ରାକ ବଢି ଥିବାର କହିଛନ୍ତି ବର୍ଷା । ତାଙ୍କର ବହୁ ନାରୀ ସଂପର୍କକୁ ଘର ଲୋକ ସମର୍ଥନ କରୁଥିବାର କହିଛନ୍ତି ବର୍ଷା । ଅନୁଭବ ଜେନ ମଦ୍ୟପ ଥିଲେ ଓ ମଦ୍ୟପାନ ପରେ ସବୁ ହିତାହିତ ଜ୍ଞାନ ଭୁଲି ଯାଉଥିଲେ ବୋଲି କହିଛନ୍ତି ବର୍ଷା । ନିଜ ଶୋଇବା ଘରେ ବରଷାଙ୍କ ଉପସ୍ଥିତିରେ ସାଥିଙ୍କ ସହ ମଦ ପିଆନ୍ତି ଅନୁଭବ । ମଦ ପିଇବାକୁ ବିରୋଧ କଲେ ହାତରେ ଓ ବାଡିରେ ପିତନ୍ତି ବୋଲି କହିଛନ୍ତି ବର୍ଷା । କିନ୍ତୁ ପରିବାରର ସମ୍ମାନ ଦୃଷ୍ଟିରୁ ବର୍ଷା ଚୁଅପ ରହିଥିବା କଥା କହିଛନ୍ତି ।

ପିଲା ପିଲି ବର୍ଷା ଚାହୁନଥିଲେ ମଧ୍ୟ ଅନୁଭବ ତାକୁ ଏଡାଇ ଦିଅନ୍ତି , ରାତି ତମାମ ମଦ ପିଇ ବରଷାଙ୍କ କଥାକୁ ଗୁରୁତ୍ଵ ଦିଅନ୍ତି ନାହିନ ଏମିତିକି ଖାଇବାକୁ ଜଗି ବସିଥିବା ବର୍ଷ ଙ୍କୁ ବିଳମ୍ବିତ ରାତିରେ ଫେରି ଗାଳି ଗୁଲଜ ବି କରନ୍ତି । ବରଷାଙ୍କ ମା ଓ ଦୁଇ ଭଉଣୀ ଅନେକ ଥର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି ଅନେକ ଥର ଅନୁଭବ ମଦ ଛାଡି ଦେବା କଥା କହିଥିଲେ ମଧ୍ୟ ତାହା ନିଷ୍ଫଳ ରହିଛି ।

ବରସାଙ୍କୁ ଏକୁଟିଆ ଛାଡି ଲକଡାଉନ ସମୟରେ ଅନୁଭବ ଶାଶୁ ଘରର ସବୁ ଲୋକଙ୍କୁ ନେଇ ଦିଲ୍ଲୀ ପଳାଇ ଯାଇଥିଲେ । ଏକୁଟିଆ ଥିଲେ ବି ଚାଲିବା ପାଇଁ କିଛି ଦେଇ ନଥିଲେ ଓ ମେ ୨୫ ରେ ଅନୁଭବ ଦିଲ୍ଲୀ ରୁ ଫେରି ବରସାଙ୍କୁ ବହୁତ ଗାଳି ଦେଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।