ତିନି ବର୍ଷର ପିଲା ନିଜକୁ କହିଥିଲା ପାଇଲଟ, ୩୦ ବର୍ଷ ପରେ ସେହି ଶିକ୍ଷୟତ୍ରିଙ୍କୁ ଫ୍ଲାଇଟରେ ମିଳିଲା ନିଜ ଛାତ୍ର

ଏୟାର ଇଣ୍ଡିଆର ଫ୍ଲାଇଟରେ ସୁଧା ସତ୍ୟନ ନାମକ ଜଣେ ମହିଳା ଦିଲ୍ଲୀରୁ ଚିକାଗୋ ଯାଉଥିଲେ । ସେ ଜଣେ ଶିକ୍ଷୟତ୍ରି ଥିଲେ । ଏବଂ ଏହା ପରେ ଫ୍ଲାଇଟ ଟେକ ଅଫ ପାଇଁ ରେଡି ଥିଲା ତେବେ କ୍ୟାପଟେନଙ୍କର ନାମ କୁହାଗଲା ଏବଂ ଶିକ୍ଷୟତ୍ରି ଜଣକ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କ୍ୟାପଟେନ ଜଣକ ଆଉ କେହି ନଥିଲେ ସେ ତାଙ୍କର ଜଣେ ଶିଷ୍ୟ ଥିଲେ ।

କ୍ୟାପଟେନର ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଟିଚର

ସୁଧାଙ୍କୁ ସେହି ସମୟର କଥା ମନେ ପଡିଲା ଯେତେବେଳେ ସେ ଏକ ଯୁବା ପ୍ଲେସ୍କୁଲର ଅଧ୍ୟାପିକା ଥିଲେ । ତାଙ୍କ କକ୍ଷାରେ ଏକ ତିନି ବର୍ଷର ପିଲା ଥିଲା । ଏବଂ ତାଙ୍କ ସେହି ପିଲା ସହିତ କଥାବାର୍ତ୍ତା କରି ପଚାରିଲେ କି ପୁଅ ତୁମର ନାମ କଣ ଏବଂ ଉତ୍ତରରେ ମିଳିଲା କି କ୍ୟାପଟେନ ରୋହଣ ଭସୀନ । ସେହି ତିନି ବର୍ଷ ପୁଅ ଆଜି ସତରେ ଫ୍ଲାଇଟର କକପିଟରେ ଥିଲେ । ଯେତେବେଳେ ସୁଧା ଏହି ହିଁ ନାମ ଫ୍ଲାଇଟରେ ଶୁଣିଲେ ତେବେ ସେ ଏୟାରହୋସ୍ଟେଶଙ୍କୁ ପାଇଲଟ ସହ ଦେଖା କରିବା ପାଇଁ ଅନୁରୋଧ କରିଲେ ।

କ୍ୟାପଟେନ ଏହି କଥାର ସୂଚନା ମିଳିବ ମାତ୍ରେ ହିଁ ସେ ସୁଧା ସତ୍ୟନଙ୍କ ସହ ଦେଖା କରିବା ପାଇଁ ଆସିଲେ । ସୁଧା ସତ୍ୟନ ସଙ୍ଗେ ସଙ୍ଗେ ରାହୁଲଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ଏହି ସମୟରେ ରୋହନଙ୍କର ମା ଦୁଇ ଜଣଙ୍କର ଏକ ଫଟୋ ଉଠାଇନେଲେ । ଏବଂ ଏହା ପରେ ସେ ସୋସିୟାଲ ମିଡିୟାରେ ଦୁଇଟି ଫଟୋ ଶେୟାର କରିଥିଲେ । ଯାହାକି ଗୋଟିଏ ରୋହନଙ୍କର ପିଲାବେଳର ଫଟୋ ଅଟେ ଏବଂ ଅନ୍ୟ ଏକ କ୍ୟାପଟେନ ସମୟର ।

ପିଲାବେଳେ ନିଜକୁ କହିଥିଲେ ପାଇଲଟ

ରୋହନଙ୍କର ମା ନିବେଦିତା ଭସୀନ ଫଟୋ ଶେୟାର କରି ଏହି ପୁରା ବାକ୍ୟକୁ ଲେଖିଥିଲେ । ରୋହନଙ୍କ ଭିତରେ ଏହି ସ୍ଵପ୍ନ ପିଲାବେଳୁ ହିଁ ଥିଲା । କାରଣ ତାଙ୍କର ଜେଜେବାପା କ୍ୟାପଟେନ ଜୟ ଦେବ ଭସୀନ ଦେଶର ସେହି ସାତ ଜଣ ପାଇଲଟ ମଧ୍ୟରୁ ଜଣେ ଥିଲେ ଯେଉଁମାନେ ୧୯୫୪ ମସିହାରେ କମାଣ୍ଡର ହୋଇଥିଲେ । ରୋହନଙ୍କର ମାତା ପିତା ବି ଏୟାର ଲାଇନ୍ସ ସହିତ ଜଡିତ ଅଛନ୍ତି ଏବଂ ଏୟାର ଇଣ୍ଡିଆର ଏଆଈ ବୋଇଂଗ ୭୮୭ ଡ୍ରୀମଲାଇନର ଉଡାନ୍ତି ।

ଟିଚରଙ୍କ ପାଇଁ ଭାବୁକ ସମୟ ଥିଲା

ନିଜର ସେହି ଛୋଟ ଛାତ୍ରକୁ ନିଜର ସ୍ଵପ୍ନକୁ ସତ କରିବାର ଦେଖି ସୁଧା ସତ୍ୟନ ବିଲକୁଲ ଭାବୁକ ହୋଇଗଲେ । ସେ ବି ଅନ୍ଦାଜ କରି ପାରି ନ ଥିଲେ କି ୩ ବର୍ଷର ଏକ ଛୋଟ ପିଲା ଯିଏକି ନିଜର ପରିଚୟ ଏକ କ୍ୟାପଟେନ ରୂପରେ ଦେଇଥିଲା ଏବଂ ବର୍ତ୍ତମାନ ସେ ତାହାକୁ ସତ କରି ଦେଖାଦେଇଛି । ତାହା ତାଙ୍କ ପାଇଁ ବହୁତ ମାର୍ମିକ ଥିଲା ଏବଂ ଏହା ସହିତ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବି ଅଟେ ।