ଅଜା ନାତିଙ୍କ ଏଣ୍ଡୁଅ ଡୀଲ, ଫିଲ୍ମ ଷ୍ଟାଇଲରେ ଏମିତି ଧରିଲା ବନବିଭାଗ, ଦେଖନ୍ତୁ video

ବୋହୂରୂପୀ ଏଣ୍ଡୁଅକୁ ଚୋରା ଚାଲାଣ କରିବା ବେଳେ ବନବିଭାଗ ଧରିଲା । ରାଜଧାନୀର ମୁଖ୍ୟ ପାର୍କ ମୁଖାର୍ଜୀ ପାର୍କ ଭିତରେ ଏହାକୁ ବିକ୍ରି କରା ଯାଉଥିବା ବେଳେ ପୂର୍ବରୁ ଏ ସମ୍ପର୍କରେ ଖବର ପାଇ ବନବିଭାଗର ଏକ ଟିମ୍ ପ୍ରସ୍ତୁତ ଥିଲା । ଯାହାପରେ ଦୁଇ ଜଣ ବ୍ୟକ୍ତିଙ୍କୁ ବନବିଭାଗ ରେଣ୍ଡ ହ୍ୟାଣ୍ଡରେ ଧରିଛି । ଏହି ଦୁଇ ବ୍ୟକ୍ତି ସମ୍ପର୍କରେ ଅଜା ନାତି ହେବେ ଜଣାପଡିଛି । ସେମାନଙ୍କୁ ଧରିବା ପରେ ପୂର୍ବରୁ ସେମାନଙ୍କ ନାଁରେ କଣ ସବୁ ଦଫା ରହିଛି କି ନାହିଁ ବନବିଭାଗ ତାହା ତଦନ୍ତ କରୁଛି ।

ଅଜା ଓ ନାତି ବୋହୂରୂପୀ ଏଣ୍ଡୁଅକୁ ଧରି ପାଖାପାଖି ଦେଢ ଲକ୍ଷ ଠାରୁ ଊର୍ଦ୍ଧ୍ଵ ଟଙ୍କାରେ ଚୋରାଚାଲାଣ କରୁଥିଲା । ଏନେଇ ସେମାନେ ଡିଲ୍ କରୁଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଯାହାପରେ ସେମାନଙ୍କୁ ଧରିବା ପାଇଁ ବନବିଭାଗ ଏକ ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ଯେତେବେଳେ ଅଜା ଓ ନାତି ଏଣ୍ଡୁଅକୁ ଧରି ବିକ୍ରି କରିବା ପାଇଁ ଆସିଥିଲେ ସେହି ସମୟରେ ସେମାନଙ୍କୁ ମାଡି ବସିଥିଲା ବନବିଭାଗ ।

ସେମାନେ ଚୋରାଚାଲାଣ କରୁଥିବା ଏହି ବୋହୂରୂପୀ ଏଣ୍ଡୁଅ ନିଜ ରଙ୍ଗ ବଦଳାଇ ଥାଏ ଏବଂ ଦେଖିବାକୁ ବହୁତ ସୁନ୍ଦର ଯାହାକି ଆପଣ ଭିଡିଓରୁ ଦେଖି ପାରୁଥିବେ । ଏହାକୁ ସିଡ୍ୟୁଲ-2 ପାର୍ଟ-1 ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଅନୁଯାୟୀ ବୋହୂରୂପୀ ଏଣ୍ଡୁଅକୁ ବିକ୍ରି କରିବା ବା ଚାଲାଣ କରିବା ବେଆଇନ ଅଟେ ।

ତେବେ ସେମାନେ କିଭଳି ଭାବେ ଏହି ଏଣ୍ଡୁଅକୁ ଧରିଲେ, ଏଜା ନାତି କେତେ ଦିନ ଧରି ଏହି ବ୍ୟବସାୟରେ ସମ୍ପୃକ୍ତ ଥିଲେ ଏବଂ ଏହାଛଡା ଆଉ କେତେ ପ୍ରାଣୀଙ୍କୁ ସେମାନେ ବିକ୍ରି କରିଛନ୍ତି ତାହା ଏବେ ବନବିଭାଗ ପକ୍ଷରୁ ତଦନ୍ତ ହେଉଛି । ବନବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ ଯେତେବେଳେ ଜାଣିଥିଲେ କି ବୋହୂରୂପୀ ଏଣ୍ଡୁଅକୁ ବିକ୍ରି କରାଯିବ ବନବିଭାଗର ଜଣେ ଅଧିକାରୀ ଗ୍ରାହକ ହୋଇ ତାଙ୍କ ସହ ଡିଲ୍ କରିଥିଲେ । ଯାହାପରେ ବନବିଭାଗ ଟିମ୍ ମିଳିତ ଭାବେ କାର୍ଯ୍ୟ କରି ତାଙ୍କୁ ଧରିଛନ୍ତି ।

ବାହାର ଦେଶରେ ଏହି ବୋହୂରୂପୀ ଏଣ୍ଡୁଅର ବଜାର ମୂଳହୟ ଖୁବ ଅଧିକ । ଏହାକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ କରାଯାଏ । ତେଣୁ ଭାରତୀୟ ଏଣ୍ଡୁଅ ଗୁଡିକୁ ବାହାର ଦେଶକୁ ବେଶୀ ଚୋରାଚାଲାଣ କରାଯାଏ ଓ ଏହା ବଦଳରେ ମୋଟାଅଙ୍କର ଟଙ୍କା ମଧ୍ୟ ଡିମାଣ୍ଡ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।