ନମସ୍କାର ବନ୍ଧୁଗଣ । କିଏ ଜାଣେ ମୃତ୍ୟୁ କେତେବେଳେ କାହାକୁ ଆସିବ ଆଉ କେଉଁଠି କି ଆସିବ ? କେତେବେଳେ ମଣିଷ ପାଳ ଦଉଡିରେ ବାନ୍ଧି ନେଇଯାଏ ଯମ । ସେ କଥା କିଏ ବା କହି ପାରିବ ? ମୃତ୍ୟୁ ଯେବେ ଆସେ କାହାକୁ କହି କି ଆସେ ନାହିଁ । ଆଉ ଯେବେ ଆସେ ମଣିଷର ଜୀବନ ଏମିତି ଚାଲିଯାଏ ଯେମିତି କେହି କେବେ ଭାବି ନ ଥିବେ । ମୃତ୍ୟୁ ମଣିଷ ଜୀବନରେ ଚିରନ୍ତତ ସତ୍ୟ । ଯାହାକୁ କେହି କେବେ ବଦଳାଇ ପାରିବେ ନାହିଁ ।
ମୃତ୍ୟୁ ର ନାଁ ଶୁଣିଲେ ଭୟ ଲାଗେ ସତ କିନ୍ତୁ ମୃତ୍ୟୁ କୁ ସମାନ କରିବା ଦୁନିଆର ସବୁଠାରୁ ବଡ ସତ୍ୟ ଘଟଣା । ହଁ ଦର୍ଶକ ବନ୍ଧୁ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରେ । ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ଶେଠୀ ଙ୍କର ଅକାଳରେ ବିୟୋଗ ହୋଇଛି । ଗତ କାଲି ଅପରାହ୍ନ ରେ ତାଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କ ର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି ।
ସୁନିତା ଅନେକ ଦିନ ହେଲା ହୃଦ ରୋଗରେ ଆକ୍ରାନ୍ତ ଥିଲେ । ଏପରିକି ତାଙ୍କୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆ ଯାଇଥିଲା । ଗତ କିଛି ଦିନ ତଳେ ତାଙ୍କୁ ହୃଦ ରୋଗର ଚିକିତ୍ସା ପାଇଁ ବ୍ରହ୍ମପୁର ର ବଡ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଥିଲା । ସାମାନ୍ଯ ସୁସ୍ଥ ହେବାରୁ ତାଙ୍କୁ ଘରକୁ ଫେରାଇ ଅଣା ଯାଇଥିଲା ।
ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବା ରୁ ତାଙ୍କୁ ଦିଗ ପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା । କିନ୍ତୁ ଅକାଳ ରେ ତାଙ୍କର ବାଟ ରେ ମୃତ୍ୟୁ ଘଟିଥିବା ଜଣା ପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋକୁର୍ଣ୍ଣପୁର ପଞ୍ଚାୟତ ରୁ ସମିତି ସଭ୍ଯ ଭାବେ ନିର୍ବାଚିତ ହୋଇ ସେ ବ୍ଲକ ଅଧ୍ୟକ୍ଷା ଥିଲେ ।
ମୃତ୍ୟୁ ଖବର ପ୍ରସାର ହେବା ପରେ ତାଙ୍କର ଗୋକୁର୍ଣ୍ଣପୁର ଘରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକ ମାନଙ୍କର ଗହଳି ଜମି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।