ବୋଟ୍ ରୁ ନଦୀକୁ ଡେଇଁଲା ମହାବଳ ବାଘ, ଆଉ ତା’ ପରେ ଯାହା ହେଲା ନା…ସୁନ୍ଦରବନରେ ଉଦ୍ଧାରକାର୍ଯ୍ୟ ସମୟର ଏହି ଫୁଟେଜ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ବୋଟ୍ ରୁ ଡେଇଁଲା ମହାବଳ ବାଘ । କ୍ୟାମେରାରେ କଏଦ ହୋଇଛି ଏଭଳି ଏକ ଦୃଶ୍ୟ ଯାହା ଦେଖିବା ଲୋକର ଦୃଷ୍ଟି ଆକର୍ଷଣ କରୁଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ହି ଭିଡିଓକୁ ପସନ୍ଦ କରିବା ସହ ବିପୁଳ ସଂଖ୍ଯାରେ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି । ତେବେ ଏହି ଦୃଶ୍ୟଟି ସୁନ୍ଦରବନର ଅଟେ ବୋଲି ଜାଣିବାକୁ ମିଳିଛି । ସୁନ୍ଦରବନ ଏକ ବିରାଟ ବଡ ଘନ ଜଙ୍ଗଲରେ ଘେରି ହୋଇଟ ରହିଥିବା ସ୍ଥାନଟିଏ ।

ଯାହା ଭାରତ ଜାତୀୟ ପଶୁ ମହାବଳ ବାଘଙ୍କର ସର୍ବ ବୃହତ ସରଂକ୍ଷଣ କ୍ଷେତ୍ର ଅଟେ । ଭାରତର ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ଗଙ୍ଗା ନଦୀକୂଳରେ ବିଛେଇ ହୋଇପଡିଛି ଏହି ବିରାଟ ବଡ ରାଷ୍ଟ୍ରୀୟ ଉଦ୍ୟାନ । ଭାରତ ଓ ବାଂଲାଦେଶକୁ ଲାଗି ପ୍ରାୟ ୧୦ ହଜାର କିମି ପର୍ଯ୍ଯନ୍ତ ବ୍ୟାପ୍ତ ଅଟେ ସୁନ୍ଦରବନ ବାୟୋସ୍ପିୟର । ଏହା ଦୁନିଆର ସବୁଠୁ ବଡ ଡେଲ୍ଟା ଅଟେ । ୧୯୮୭ ମସିହାରେ ୟୁନେସ୍କୋ ଦ୍ଵାରା ଏହା ବିଶ୍ଵ ଐତିହ୍ୟ ସ୍ଥଳର ମାନ୍ୟତା ପାଇଥିଲା ।

ସେହିଠାରେ ଗୋଟିଏ ମହାବଳ ବାଘକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଉଥିବା ସମୟର ଏହି ଭିଡିଓ ଅଟେ । ଯାହା ଏବେ ଇଣ୍ଟରନେଟରେ ନିଆଁ ଭଳି ଭାଇରାଲ ହେଉଛି । ମହାବଳ ବାଘକୁ ଉଦ୍ଧାର କରି ଏକ ବୋଟ୍ ଯୋଗେ ଜଙ୍ଗଲରେ ଛାଡିବା ପାଇଁ ନିଆ ଯାଉଥିଲା । ସ୍ଥଳଭାଗ ଠାରୁ କିଛି ଦୂରରେ ବୋଟ୍ ର ଫାଟକ ଖୋଲି ଦିଆ ଯାଇଥିଲା ।

ଆଉ ମହାବଳ ବାଘଟି ପାଣି ଭିତରେ ହିଁ ଲମ୍ଫ ଲଗାଇଥିଲା ଆଉ ପହଁରି ପହଁରି କୂଳ ଆଡକୁ ଯାଇଥିଲା । ଯାହା ଦେଖିବାକୁ ସୋସିଆଲ ମିଡିଆ ୟୁଜର୍ସ ମାନେ ଖୁବ ପସନ୍ଦ କରୁଛନ୍ତି । ପାଣିରେ ଲମ୍ଫ ଦେବା ଆଗରୁ ବାଘଟି ଗର୍ଜନ ମଧ୍ୟ କରିଥିଲା । ତେବେ ଏହି ଭିଡିଓ ଟିକୁ ଆଇଏଫଏସ ଅଫିସର ପରବୀନ କସୱନ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଭିଡିଓଟି ସୁନ୍ଦରବନରୁ ରେକର୍ଡ କରା ଯାଇଥିଲା ବୋଲି ସେ କ୍ୟାପସନରେ ସୂଚନା ଦେଇଛନ୍ତି ।

ତେବେ ଏହି ଭିଡିଓ କେବେ ଶୁଟିଙ୍ଗ ହୋଇଥିଲା ସେନେଇ ସେ ଅନିଶ୍ଚିତ ଥିବା ବେଳେ ଏହା ସାମାନ୍ଯ ପୁରୁଣା ଅଟେ ବୋଲି ସେ ଲେଖିଛନ୍ତି । ସେ ଯାହାବି ହେଉ ଭିଡିଓଟି ପୋଷ୍ଟ ହେବା ପରେ ଏହାର ଦ୍ରୁତଗତିରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।