ବ୍ଲଡ଼ ଗୃପ କହି ଦେଇଥାଏ ଆପଣଙ୍କ ବ୍ୟକ୍ତିତ୍ବ ? ଦେଖନ୍ତୁ ଏନେଇ କଣ କୁହନ୍ତି ବିଶେଷଜ୍ଞ…

ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଅନେକ ସମୟରେ ଆହ୍ଵାନ ଦିଆଯାଏ । ଅନେକ ଲୋକ ନିୟମିତ ବ୍ଯବଧାନରେ ରକ୍ତଦାନ ମଧ୍ୟ କରିଥାନ୍ତି । ତେବେ ରକ୍ତଦାନ ବେଳେ ଆପଣ କେଉଁ ଗ୍ରୁପର ରକ୍ତର ଅଧିକାରୀ ଅଟନ୍ତି ତାହା ଜାଣିବା ଜରୁରୀ ହୋଇଥାଏ । ଆପଣ ଜାଣିଥିବେ କି ରକ୍ତକୁ A+, B+, AB+, O+ କେତେକ ଗ୍ରୁପରେ ବିଭକ୍ତ କରାଯାଇଛି । ପଜିଟିଭ ବ୍ଲଡ଼ ଗ୍ରୁପ ସହ ନେଗେଟିଭ ବ୍ଲଡ଼ ଗ୍ରୁପ ମଧ୍ୟ ରହିଛି ।

ଗବେଷଜ୍ଞଙ୍କ କହିବା ଅନୁଯାୟୀ ବିଭିନ୍ନ ଗ୍ରୁପର ରକ୍ତ ଥିବା ବ୍ୟକ୍ତିଙ୍କ ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ । ଯେପରି ଜ୍ଯୋତିଷ ଗଣନା ବା ଜାତକ ଦେଖା ଯାଇଥାଏ ସେହିପରି କେଉଁ ବ୍ଲଡ଼ ଗ୍ରୁପର ଲୋକମାନେ କିପରି ସ୍ଵଭାବର ହୋଇଥାନ୍ତି, ତାହା ଡାକ୍ତରମାନେ ଅନୁଶୀଳନ କରି କିଛି ତଥ୍ୟ ପାଇଛନ୍ତି ।

A ବ୍ଲଡ଼ ଗ୍ରୁପ ଥିବା ଲୋକମାନେ ଜୀବନରେ ଭଲ ରୋଲ ମଡେଲ ହୋଇପାରନ୍ତି । ଏମାନଙ୍କ ମଧ୍ୟରେ ସଫଳତା ପାଇବାର ନିଶା ଅଧିକ ଥାଏ । ଏମାନେ ଜୀବନରେ ସମସ୍ତଙ୍କୁ ନେଇ ଆଗକୁ ବଢିବାକୁ ଭଲପାନ୍ତି ଏବଂ ଦାୟିତ୍ଵବାନ ମଧ୍ୟ ହୋଇଥାନ୍ତି । ଏମାନେ ଭଲ ବନ୍ଧୁ ହେବା ସହ ନିଜ ଅପେକ୍ଷା ଅନ୍ୟମାନଙ୍କ କଥା ବେଶୀ ଚିନ୍ତା କରନ୍ତି ।

B ବ୍ଲଡ଼ ଗ୍ରୁପର ଲୋକେ କିନ୍ତୁ A ବ୍ଲଡ଼ ଗ୍ରୁପର ଲୋକଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । ଏମାନେ କିଛି ନଭାବି ନଚିନ୍ତି ନିଷ୍ପତ୍ତି ନେଇଥାନ୍ତି ଓ ବେଶ ମେଳାପୀ ସ୍ଵଭାବର ହୋଇଥାନ୍ତି । ଅବଶ୍ୟ ଏମାନେ କିଛିଟା ସ୍ଵାର୍ଥପର ବୋଲି କୁହାଯାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମାନ କଥା ନଥାଏ । ଏହି ବ୍ଲଡ଼ ଗ୍ରୁପର ଲୋକେ ନିଜ ସର୍ତ୍ତ ଅନୁସାରେ କାମ କରିବା ପାଇଁ ବେଶ ପସନ୍ଦ କରନ୍ତି ।

AB ବ୍ଲଡ଼ ଗ୍ରୁପର ଲୋକମାନେ ବନ୍ଧୁ ପ୍ରିୟ ଏବଂ କଳ୍ପନା ପ୍ରିୟ ମଧ୍ୟ ହୋଇଥାନ୍ତି । ଏହି ବ୍ଲଡ଼ ଗ୍ରୁପର ଲୋକେ ଦାର୍ଶନିକ ପ୍ରିୟ ମଧ୍ୟ ହୋଇଥାନ୍ତି । ଏମାନେ ବୁଝି ବିଚାରୀ ନିଜ କାମର ନିଷ୍ପତ୍ତି ନେଇଥାନ୍ତି ଏବଂ ଶୀଘ୍ର କାହା କଥାରେ ଏମାନେ ବିଶ୍ବାସ କରନ୍ତି ନାହିଁ । କିନ୍ତୁ ଏମାନେ ବହୁତ ଭଲ ବନ୍ଧୁ ସାବ୍ୟସ୍ତ ହୁଅନ୍ତି । ବିଶେଷ କରି ଏମାନେ କାହା କଥାରେ ଢଳି ନଯାଇ ନିଜ ବୁଦ୍ଧି ଓ ବିବେକ ଅନୁସାରେ କାମ କରନ୍ତି ।

O ବ୍ଲଡ଼ ଗ୍ରୁପର ଲୋକେ ଯେକୌଣସି ବ୍ଲଡ଼ ଗ୍ରୁପର ଲୋକଙ୍କୁ ଦେଇପାରିବେ । ଏହି ଲୋକମାନେ ବେଶ ମେଳାପୀ ସ୍ଵଭାବର ହୋଇଥାନ୍ତି ଏବଂ ଏମାନେ ସବୁବେଳେ ପଜିଟିଭ ମାଇଣ୍ଡରେ ଥାଆନ୍ତି ତଥା ସକାରାତ୍ମକ ମନୋଭାବ ପୋଷଣ କରିଥାନ୍ତି । ଏମାନେ ହସଖୁସିରେ ଜୀବନ ବଞ୍ଚିବାକୁ ପସନ୍ଦ କରିବା ସହ ବେଶ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

ସେଥିପାଇଁ ଅନେକ ସମୟରେ ଏମାନଙ୍କୁ ନେତୃତ୍ଵ ତଥା ସୁଯୋଗ ନେବାର ଅବସର ମଧ୍ୟ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।