ଦେଶ ଗୋଟେ ପଟେ କ-ରୋ-ନା ସହ ଲଢ଼ୁଥିବା ବେଳେ ଏବେ ବ୍ଲାକ ଫଙ୍ଗସ ନିଜ କାୟା ବିସ୍ତାର କରିବାକୁ ଲାଗିଛି । ଏହି ମୁକୋରମାଇକୋସିସ୍ ରୋ-ଗ ଯୋଗୁଁ ଲୋକ ଲଗାତାର ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଜୟପୁରର ଏକ ହସ୍ପିଟାଲରେ ୪ ଦିନରେ ଏପରି ୪୦ଟି ରୋ-ଗୀ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ସେହି ହସ୍ପିଟାଲର ଜଣେ ଡାକ୍ତର କଣ କହିଛନ୍ତି ଏହି ରୋ-ଗ ବା ରୋ-ଗୀ ମାନଙ୍କ ଲକ୍ଷଣ ଓ ଅବସ୍ଥା ବିଷୟରେ । ବ୍ଲାକ ଫଙ୍ଗସ୍ କଣ? ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ପ୍ରକାର ଫଙ୍ଗାଲ୍ ସଂ-କ୍ର-ମ-ଣ ଯାହା ରୋ-ଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କୁ ଶୀଘ୍ର ପ୍ରଭାବିତ କରୁଛି ।

ଯେପରିକି ଡାଇବେଟିସ ରୋ-ଗୀଙ୍କର ରୋ-ଗ ପ୍ରତିରୋଧକ ଶକ୍ତି କମ୍ ଥାଏ ଓ କ-ରୋ-ନା ଆକ୍ରାନ୍ତଙ୍କ ଠାରେ ଷ୍ଟେରୋଏଡ ଅତ୍ୟଧିକ ବ୍ୟବହାର ହେଉଥିବାରୁ ସେମାନଙ୍କର ରୋ-ଗ ପ୍ରତିରୋଧକ ଶକ୍ତି ମଧ୍ୟ ଖୁବ୍ କମ୍ ହୋଇଯାଏ । କ-ରୋ-ନା, ଡାଇବେଟିସ ଓ ଷ୍ଟେରୋଏଡ୍ ଏହି ସବୁ ଯୋଗୁଁ ଏହି ସଂ-କ୍ର-ମ-ଣ ଜନ୍ମ ନେଉଛି । ଏହା ପ୍ରଥମେ ନାକ ଓ ଗଳାକୁ ସଂ-କ୍ର-ମି-ତ କରେ ।

ପ୍ରଥମରୁ ଚିକିତ୍ସା ନ କଲେ ଏହା ଆଖିକୁ ମାଡ଼ିଥାଏ ଓ ବହୁତ ତୀବ୍ର ଗତିରେ ଅନ୍ଧ କରି ଦେଇଥାଏ । ସେଥିପାଇଁ ପ୍ରଥମରୁ ହିଁ ଏହାକୁ ଚିହ୍ନଟ କରି ଚିକିତ୍ସା କରିବା ଅତ୍ୟନ୍ତ ଆବଶ୍ୟକ । ନଚେତ୍ ଏହି ସଂ-କ୍ର-ମ-ଣ ମସ୍ତିଷ୍କକୁ ବ୍ୟାପି ପାରେ ଓ ମସ୍ତିଷ୍କକୁ ବ୍ୟାପିଲା ପରେ ଏହା ଚିକିତ୍ସା କରିବା ଆଉ ସମ୍ଭବପର ନୁହେଁ । ଏହାର ଔଷଧ କିଛି ମାତ୍ରାରେ କାମ କରୁଥିଲେ ମଧ୍ୟ ବ୍ଲାକ ଫଙ୍ଗସ କୁ ଘାତକ ବୋଲି କୁହା ଯାଉଛି ।

ତେବେ କିପରି ଜାଣିବେ କି ଆପଣଙ୍କୁ ଏହି ରୋ-ଗ ହୋଇଛି ବୋଲି?
ଏହି ରୋ-ଗର କିଛି ଲକ୍ଷଣ ରହିଛି ଯାହା ପ୍ରତି ସାବଧାନ ରହିବାକୁ ପଡ଼ିବ । ଖାସ୍ କରି ଯେଉଁମାନେ କ-ରୋ-ନା ସଂ-କ୍ର-ମି-ତ ହୋଇ ଠିକ୍ ହୋଇ ସାରିଛନ୍ତି, ସେମାନେ ଅଧିକ ସାବଧାନ ରହିବା ଉଚିତ୍ । ସାମାନ୍ୟ କିଛି ଲକ୍ଷଣ ମଧ୍ୟ ଦେଖାଗଲେ ତୁରନ୍ତ ଡାକ୍ତର ଦେଖାଇବା ଆବଶ୍ୟକ । ଯେପରିକି ନାକରେ ଶୂନ୍ୟ ଲାଗିବା ବା ଅଧିକ ଶୁଖିଲା ଲାଗିବା, ନାକ ଚାରିପାଖ ଫୁଲିବା ବା ନାକରେ ଢିଲାପଣ ଆସିବା ଏହି ମଧ୍ୟରୁ କିଛି ବି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତର ଦେଖାଇବା ଉଚିତ୍ ।

ଯାହା ଦ୍ଵାରା ସେ ନାକ ଦେଖି ପରୀକ୍ଷା କରି ପାରିବେ ନାକରେ ଫଙ୍ଗସ ସଂ-କ୍ର-ମ-ଣ ହୋଇଛି କି ନାହିଁ ଓ ସେହି ଅବସ୍ଥାରୁ ହିଁ ଏହାର ଚିକିତ୍ସା କରିବା ନିହାତି ଜରୁରୀ । ଫଙ୍ଗସ ଆଖିକୁ ବ୍ୟାପିବା ପୂର୍ବରୁ ହିଁ ତାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ । ଏହି ଫଙ୍ଗସ ୨୪ଘଣ୍ଟା ମଧ୍ୟରେ ହିଁ ଅନେକ ରୋ-ଗୀଙ୍କ ଆଖିକୁ ବ୍ୟାପି ଯାଏ ଓ କାହା କାହାର ୨-୩ଦିନ ମଧ୍ୟ ସମୟ ଲାଗେ । ସେଥିପାଇଁ ଯଥା ସମ୍ଭବ ପ୍ରଥମରୁ ହିଁ ଡାକ୍ତର ଦେଖାନ୍ତୁ ।
ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।