ବିଜେପି ଯୁବ ବ୍ରିଗେଡ଼ ପାଇଁ ୪ ଚେହେରା ଉପରେ ସମସ୍ତଙ୍କ ନଜର

ଓଡ଼ିଶାରେ ଆଗକୁ ବହୁମତ ର ସହ ସରକାର କରିବ ଏଥିପାଇଁ ଆଉ ଗୋଟିଏ ଲମ୍ପ ଦରକାର ବୋଲି ୨ଦିନିଆ ଓଡିଶା ଗସ୍ତରେ ଆସି ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ଗୃହ ମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଯାଇଛନ୍ତି । ଏହି ଗୋଟିଏ ଲମ୍ପକୁ ସାକାର କରିବା ପାଇଁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରତି ବୁଥରେ ଯୁବ କାର୍ଯ୍ୟକର୍ତ୍ତା ଛିଡା କରାଇବା ଯେମିତି ଦଳୀୟ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଇଁ ଚ୍ୟାଲେଞ୍ଜ ତାହା ଠାରୁ ଅଧିକ ଚିନ୍ତା ବିଜେପିର ପୋଷ୍ଟର ବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ କାରଣ ବିଗତ ଦିନରେ ବିଜେପି ଯୁବ ସଂଗଠନ ସେମିତି ଆଖିଦୃଶିଆ ରାଜନୈତିକ ଗତିବିଧି ଚଳାଇ ନଥିବା ପରିଲକ୍ଷିତ ହୋଇଥିଲା ।

ବିଭିନ୍ନ ଆନ୍ଦୋଳନକୁ ଗତି ଦେବାକୁ ହେଲେ ଯୁବକ ମାନଙ୍କ ପକ୍ଷ ଓ ସହଯୋଗ ନିହାତି ଆବଶ୍ୟକ ଯାହା ବିଗତ ଦିନରେ ସମ୍ଭବ ହୋଇନଥିଲା । କିଛି ଉପକୂଳ ଜିଲ୍ଲାକୁ ଛାଡିଦେଲେ ସେମିତି ଆଖିଦୃଶିଆ ତୃଣମୂଳ ସଂଗଠନ ଛିଡା କରାଇବାକୁ ସକ୍ଷମ ହୋଇନଥିଲା ଦଳର ଏହି ଛାମୁଆ ସଂଗଠନ । ଅଧିକ ଗୋଷ୍ଟି ଓ ଭାଷା ଭିତ୍ତିରେ ପୃଥକ କାର୍ଯ୍ୟକ୍ରମମାନ ହେବା ଦେଖାଯାଇଥିଲା । ଜିଲ୍ଲା ଓ ମଣ୍ଡଳ ପର୍ଯ୍ୟନ୍ତ ସଂଗଠନ ଯାଇଥିବା ଯୁବ ସଙ୍ଗଠନକୁ ବୁଥ ପର୍ଯ୍ୟନ୍ତ ନେଇଯିବାର ଗୁରୁଦାୟିତ୍ୱ ଏବେ ନୂଆ ଯୁବ ସଭାପତିଙ୍କ ଉପରେ ନିର୍ଭର କରେ,ସେହିଭଳି ପ୍ରତିଭା ସମ୍ପନ୍ନ ଯୁବକ ମାନଙ୍କୁ ଆଗକୁ ଆଣି ଦଳ କାମରେ ଲଗାଇବା ସମସ୍ତଙ୍କୁ ସାଙ୍ଗରେ ନେଇ ଦୁର୍ବାର ଯୁବ ଆନ୍ଦୋଳନ ଛିଡା କରିବା ପାଇଁ ବିଭିନ୍ନ ଅଞ୍ଚଳର ଯୁବ ଚେହେରାଙ୍କ ଉପରେ ସଂଗଠନ ନଜର ରଖିଥିବା ଶୁଣାଯାଉଛି ।

ଏହି ପରିପ୍ରେକ୍ଷୀରେ ପୁଣି ଥରେ ଟଙ୍କଧର ତ୍ରିପାଠୀଙ୍କୁ ଦାୟିତ୍ୱ ଦେଇ ଏକ୍ସପେରିମେଂଟ କରିବାକୁ କିଛି ଲୋକ ଚର୍ଚ୍ଚା କରୁଥିବାବେଳେ ତାଙ୍କୁ ଦଳ କିଛି ବଡ଼ ଗୁରୁଦାୟିତ୍ୱ ଦେବ ବୋଲି ଶୁଣାଯାଉଛି । ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳରେ ଅନେକ ପାତର ଅନ୍ତର ହୋଇଥିବା ମଧ୍ୟ ଅଭିଯୋଗ ଆସେ । ସେହିଭଳି ଠାକୁର ରଞ୍ଜିତ ଦାସଙ୍କ ନାମ ମଧ୍ୟ ଶୁଣାଯାଉଛି କାରଣ ତାଙ୍କର ବିଗତ ଦାୟିତ୍ୱ ଯୁବ ରାଷ୍ଟ୍ରୀୟ ଉପସଭାପତି ସେ ବେଶ ଭଲ ଭାବେ ନିଭାଇ ଥିବା କୁହାଯାଉଥିବାବେଳେ କିନ୍ତୁ ଚର୍ଚ୍ଚା ତାଙ୍କ ବୟସ ଓ ସ୍ଥାନୀୟ କାର୍ଯ୍ୟ କୁଶଳତାକୁ ନେଇ କାଟ ଖାଇଯାଇପାରେ ବୋଲି କୁହାଯାଉଛି ।

ବର୍ତ୍ତମାନ ସବୁଠୁଁ ଅଧିକ ଚର୍ଚ୍ଚା ଭୁବନେଶ୍ୱର ଯୁବ ନେତା ଦେବାଶିଷ ନାୟକ ଓରଫ ବାପିଙ୍କ ନାମ କୁ ନେଇ ମଧ୍ୟ ଚାଲିଛି କିନ୍ତୁ ତାଙ୍କୁ ଏକ ନିର୍ଷିସ୍ଟ ଗୋଷ୍ଟି ବିରୋଧ କରୁଥିବାରୁ ସେ ମଧ୍ୟ କାଟ ଖାଇଯାଇପରନ୍ତି ବୋଲି ଶୁଣାଯାଉଛି । ଶ୍ରୀ ନାୟକ କିନ୍ତୁ ଏହି କିଛି ଦିନ ତଳେ ନିଜ ଶକ୍ତି ୟୁଥ ଫର ଆକ୍ସନ ନାମରେ ସଂଗଠନ କରି ଦେଖାଇବା ଆରମ୍ଭ କରିଛନ୍ତି ଯାହା ବିଭିନ୍ନ ମହଲ ରେ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ତଥା ସ୍ଥାନୀୟ ସଙ୍ଗ(RSS) ନେତାଙ୍କ ସମର୍ଥନ ଥିବା କୁହାଯାଉଛି । ସେହିପରି ପଶ୍ଚିମ ଓଡିଶାର ବିବାଦୀୟ ଯୁବ ଚେହେରା ଇରାଶିଷ ଆଚାର୍ଯ୍ୟଙ୍କ ନାମ ମଧ୍ୟ ଶୁଣାଯାଉଛି ।

ସେ ଦବଙ୍ଗ ନେତା ସୁଶାନ୍ତ ସିଂହ ବିରୁଦ୍ଧରେ ଗତ ନିର୍ବାଚନ ଲଢୁଥିଲେ କିନ୍ତୁ ବିଗତ ଦିନରେ ବନ୍ଧୁକ କାରବାରରେ ଗିରଫ ହୋଇଥିବାରୁ ତାହା କଣ୍ଟା ହୋଇପାରେ ଓ ଏକ ନେଗେଟିଭ ମ୍ୟାସେଜ ହେବ ବୋଲି ଚର୍ଚ୍ଚା । ଶ୍ରୀ ଆଚାର୍ଯ୍ୟଙ୍କୁ କିନ୍ତୁ ସାରା ଓଡ଼ିଶାରେ ଗ୍ରହଣୀୟତା ସେମିତି କେବେ ଦେଖିବାକୁ ମିଳିନି । ଅନ୍ୟ ଏକ ଚେହେରା ବିଦ୍ୟାର୍ଥୀ ଆନ୍ଦୋଳନରୁ ଆସିଥିବା ତଥା ଉତ୍ତର ଓ ଉପକୂଳ ଓଡିଶାକୁ ପ୍ରତିନିଧିତ୍ଵ କରୁଥିବା ଯୁବ ନେତା ପ୍ରବୀର ଶଙ୍କର ଦାଶଙ୍କ ନାମକୁ ନେଇ ମଧ୍ୟ ସମସ୍ତଙ୍କ ନଜର ।

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ତଥା ସାରା ଓଡ଼ିଶାରେ ବିଗତ ଦିନରେ ନିଜର କାର୍ଯ୍ୟକୁଶଳତା ଦେଖାଇଥିବା କାରଣରୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଉଥିବା ଶୁଣିବାକୁ ମିଳିଛି । ସବୁବେଳେ ଶାନ୍ତ,ସରଳ ଓ ଓଜସ୍ୱି ବକ୍ତା ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ଦାଶ ପୂର୍ବରୁ ବିଭିନ୍ନ ଦଳୀୟ ଦାୟିତ୍ୱ ସୁଚାରୁ ରୁପେ ରୂପାୟନ କରିଥିବା ସମସ୍ତେ କୁହନ୍ତି କିନ୍ତୁ ତାଙ୍କୁ ଉତ୍ତର ଓଡ଼ିଶାର ସ୍ଥାନୀୟ ସ୍ଥରର ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ବିରୋଧ କରୁଥିବା ଓ ପଛରେ ବଡ଼ ଲବି ନଥିବାରୁ ରାଜ୍ୟ ନେତୃତ୍ବଙ୍କ ନିଷ୍ପତ୍ତି ସନ୍ଧିହାନ କୁ ଟାଣିନେଇଛି ବୋଲି ଆଲୋଚିତ ।

ଏଭଳି ସ୍ଥିତିରେ ସିକନ୍ଦର ଅଲ୍ଲୀ,ପ୍ରିତେଶ ବହୀଦାର,ସୁଜିତ ସିଂହ ,ଓମ ପ୍ରକାଶ ମିଶ୍ର ଓ ସମରଜିତ ପାତ୍ରଙ୍କ ନାମ ମଧ୍ୟ ଆଲୋଚନାର ବିଷୟବସ୍ତୁ ହୋଇପାରେ ବୋଲି ଶୁଣାଯାଉଛି । ଦେଖାଯାଉ ନୂତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କିଭଳି ଓ କେଉଁ ଆଧାରରେ ଚୟନ କରି ସଙ୍ଗଠନ କୁ ମଜଭୁତ କରୁଛନ୍ତି ତାହା ଦେଖିବାକୁ ବାକିରହିଲା ।