ବିଶ୍ଵକପରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ଳଢେଇ କରି ଦଳକୁ ଜିତାଇଲେ Virat Kohli, କିନ୍ତୁ ନିଜେ କାନ୍ଦି ପକାଇଲେ…

ସଂଘର୍ଷପୂର୍ଣ୍ଣ ମ୍ଯାଚରେ ଜିତିଗଲା ଭାରତ । ନିୟୁଜଲ୍ୟାଣ୍ଡ ବିପକ୍ଷରେ ବିରାଟ ଲଢେଇ କରିଲେ । ସଂଘର୍ଷ କରି ଦଳକୁ ମ୍ଯାଚ ଜିତାଇଲେ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ଜାରି ରହିଛି ଭାରତର ବିଜୟ ଧାରା । ଗତ 4 ବର୍ଷ ତଳର ଅର୍ଥାତ 2019 ବିଶ୍ଵକପ ସେମି ଫାଇନାଳରେ ନିୟୁଜଲ୍ୟାଣ୍ଡ ଠାରୁ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ । ଏମିତିକି ଦୀର୍ଘ 20 ବର୍ଷ ପରେ କୌଣସି ଆସିସିସିସ ଇଭେଣ୍ଟ ରେ ନିୟୁଜଲ୍ୟାଣ୍ଡ କୁ ହରାଇଛି ଟିମ ଇଣ୍ଡିଆ ।

ପୁଣି ଥରେ ଦଳର ତାରକା ବିରାଟ କୋହଲି ପୁଣି ଏକ ଐତିହାସିକ ଭେଟି ଦେଇଛନ୍ତି ଭାରତକୁ । ଧର୍ମଶାଳା ରେ ଖେଳ ଯାଇଥିଲା ଏହି ଯାଚ ରେ ଭାରତ ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିସ୍ପତି ନେଇଥିଲା । ଆଉ ନିୟୁଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଡ୍ୟାରେଲ ମିଚେଲ ଙ୍କ 130 ରନ ଓ ରିୟାଚିନ ରବୀନ୍ଦ୍ର ଙ୍କ 75 ରନ ବଳରେ ନିର୍ଧାରିତ 50 ଓଭର ରେ 273 ରନ ରେ ଅଲ ଆଉଟ ହୋଇଥିଲା ।

ଭାରତ ପକ୍ଷରୁ ମହମଦ ସାମୀ ସର୍ବାଧିକ 5 ବିକ୍ରତା ହାସଲ କରିଥିବା ବେଳେ କୁଳଦୀପ ଯାଦବ 2ଟି ଓ ବୁମରା ଏବଂ ସିରାଜ ଗୋଟେ ଲେଖାଏଁ ୱିକେଟ ନେଇଥିଲେ । ଆଉ 274 ରନ ର ଟାର୍ଗେଟ କୁ ପିଛା କରି ଭାରତ 2 ଓଭର ବାକି ଥାଇ ମ୍ୟାଚ ଜିତି ନେଇଛି । ବିରାଟ କୋହଲି 55 ରନ କରି ଆଉଟ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ଅପରାଜିତ 39 ରନ ର ଇଙ୍ଗିଙ୍ଗ୍ସ ଖେଳିବା ସହ ଚଉକା ଜିତି ଦଳକୁ ଜିତାଇଛନ୍ତି ।

ନିୟୁଜଲ୍ୟାଣ୍ଡ ଦେଇଥିବା ବିଜୟ ଲକ୍ଷ୍ୟ କୁ ପିଛା କରି ରୋହିତ ଶର୍ମା ବିସ୍ପୋରକ ଆରମ୍ଭ କରିଥିଲେ ମଧ୍ୟ 40 ବଲ ରେ 46 ରନ କରି ଆଉଟ ହୋଇ ଯାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଗମନ ଗିଲ 26, ଶ୍ରେୟସ ଆୟର 33, କେ ଏଲ ରାହୁଲ 27 ରନ କରିଛନ୍ତି । ଭାରତ ଜିତି ଯାଇଥିଲେ ମଧ୍ୟ ଚଳିତ ବିଶ୍ଵକପରେ କ୍ରମାଗତ ଭାବେ ଦ୍ଵିତୀୟ ଶତକ ରୁ ଅଳ୍ପ ଦୂରରେ ରହି ଯାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ।

ସେ 104 ଟି ବଲ ରେ 55 ରନ କରି ଆଉଟ ହୋଇଛନ୍ତି । ଯଦିଓ ସାଥି ଖେଳାଳି ଜାଡେଜା ବିରାଟ ଙ୍କୁ ଶତକ କରିବାରେ ସାହାର୍ଯ୍ୟ କରିବାକୁ ଚାହୁଁ ଥିଲେ । କିନ୍ତୁ ବିଜୟ ସୂଚକ ଛକା ମାରି ଶତକ ପୂରଣ କରିବାକୁ ଚାହୁଁଥିବା ବିରାଟ ମ୍ଯାଟ ହେନେରୀ ଙ୍କ ବଲ ରେ ମିଡ ୱିକେଟ ଅଞ୍ଚଳରେ କ୍ୟାଚ ଆଉଟ ହୋଇ ଯାଇଥିଲେ ।

ଯଦି ବିରାଟ ଶତକ ହାସଲ କରିଥାନ୍ତେ ତେବେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଙ୍କ ଦିନିକିଆ ରେକର୍ଡ ର ସମକକ୍ଷ ହୋଇ ଯାଇଥାନ୍ତେ । ସଚିନ 49 ଟି ଦିନିକିଆ ମ୍ଯାଚରେ ଶତକ ମାରିଥିବା ବେଳେ ବିରାଟ 48 ଟି ଶତକ ହାସଲ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।