ବିଶ୍ଵ ଟେଷ୍ଟ ଚାମ୍ପିୟାନସିପ ମ୍ଯାଚ ଖେଳିବାରେ ଟିମ୍ ଇଣ୍ଡିଆ ରାସ୍ତାରେ କଣ୍ଟା ସାଜିଲାଣି ଶ୍ରୀଲଙ୍କା, ଫାଇନାଲ ମ୍ଯାଚ ଖେଳିବ ତ ଭାରତ ?

ବିଶ୍ଵ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଦୌଡରେ ବର୍ତ୍ତମାନ ରହିଛନ୍ତି ତିନୋଟି ଦଳ । ଅଷ୍ଟ୍ରେଲିଆ ଏହି ରେସ୍ ର ସବୁଠୁ ଆଗରେ ଥିବାବେଳେ ଟିମ୍ ଇଣ୍ଡିଆ ଦ୍ଵିତୀୟ ସ୍ଥାନରେ ରହିଛି । ଆଉ ତା’ ପଛକୁ ରହିଛି ଶ୍ରୀଲଙ୍କା ଦଳ । ବିଶ୍ଵ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଖେଳିବା ପାଇଁ ରେସ୍ ରେ ଲାଗି ପଡିଛନ୍ତି ଏହି ତିନୋଟି ଦଳ । ତେବେ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ସିଡନୀ ଟେଷ୍ଟ ଡ୍ର’ ହେବା ପରେ ଟିମ୍ ଇଣ୍ଡିଆ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି ।

ଏମିତିକି କୁହାଯାଉଛି କି, ଫାଇନାଲ ମ୍ଯାଚ ଖେଳିବା ନେଇ ଭାରତ ଆଗରେ କଣ୍ଟା ସାଜିପାରେ ଶ୍ରୀଲଙ୍କା ଦଳ । ସିଡନୀରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ଟେଷ୍ଟ ମ୍ଯାଚ ଡ୍ର’ ରେ ସମାପ୍ତ ହୋଇଛି । ଏହାସହ ଏହି ସିରିଜକୁ 2-0 ରେ ଜିତି ନେଇଛି ଅଷ୍ଟ୍ରେଲିଆ । ଅନ୍ୟପଟେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ମଧ୍ୟ ଶେଷ ହୋଇ ସାରିଛି । ତେଣୁ ବର୍ତ୍ତମାନ ଭାରତ-ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି ।

କାହିଁକି ନା ଏହି ଦୁଇଟି ସିରିଜ ବିଶ୍ଵ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ । ତେବେ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଟେବୁଲର ଶୀର୍ଷରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଭାରତ ଦ୍ଵିତୀୟ ଏବଂ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ବିଜୟହାର 75.56 ପ୍ରତିଶତ ଥିବାବେଳେ ଭାରତର ବିଜୟହାର 58.93 ପ୍ରତିଶତ ରହିଛି । ସେହିପରି ଶ୍ରୀଲଙ୍କା ପାଖରେ ବିଜୟହାର ରହିଛି 53.33 ପ୍ରତିଶତ ।

ତେଣୁ କେଉଁ ଦୁଇଟି ଟିମ୍ ଟପ୍ 2 ରେ ରହି ଫାଇନାଲକୁ ଯିବେ ଏହା ସବୁଠୁ ବଡ ପ୍ରଶ୍ନ । ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ନିଜ ସ୍ଥାନ ଏକପ୍ରକାର ପକ୍କା କରିସାରିଛି ଅଷ୍ଟ୍ରେଲିଆ । ଏପରି ବେଳେ ଟିମ୍ ଇଣ୍ଡିଆ ମଧ୍ୟ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଜୋରଦାର କସରତ କରିବ । ଫେବୃୟାରୀରେ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆ ମଧ୍ୟରେ 4 ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବାକୁ ଯାଉଛି । ଏହି ସିରିଜକୁ ଭାରତ ଯଦି 4-0 କିମ୍ବା 3-1 ରେ ଜିତିନିଏ ତେବେ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ପହଞ୍ଚିଯିବ ।

ଯଦି ଏହି ମ୍ଯାଚ 2-2 ରେ ଡ୍ର’ ରୁହେ ତେବେ ମଧ୍ୟ ଫାଇନାଲ ଖେଳିବ ଇଣ୍ଡିଆ । ଭାରତ ଯଦି ଏହି ଟେଷ୍ଟ ସିରିଜ ହାରିଯାଏ ଏବଂ ଶିରଳଙ୍କା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିଯାଏ ତେବେ ଭାରତ ଏହି ଦୌଡରୁ ବାଦ୍ ପଡିବ ଓ ଶ୍ରୀଲଙ୍କା ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ପହଞ୍ଚିଯିବ । ତେବେ ଭାରତର ରାସ୍ତା ପ୍ରାୟତଃ ପରିଷ୍କାର ଥିବାବେଳେ ଏହି ଦୁଇଟି ଟେଷ୍ଟ ସିରିଜ ଫଳାଫଳ ସ୍ପଷ୍ଟ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।