ଯୁବକଙ୍କ ନିଆରା ଆବିଷ୍କାର ! ଆଉ ରହିବନି ପେଟ୍ରୋଲ ଟେନସନ, ବିନା ପେଟ୍ରୋଲ ହିଁ ଗଡିବ ଇ-ସାଇକେଲ ଓ ଇ-ବାଇକ, ଦେଖନ୍ତୁ Video

ଗାଡି ଭଳି ଗଡୁଛି ସାଇକେଲ । ପେଡାଲ ମାରିବାକୁ ପଡୁନି କି କଷ୍ଟ କରିବାକୁ ପଡୁନି । ଚାବି ମୋଡି ଦେଲେ ବାଇକ ଭଳି ଗଡୁଛି ସାଇକେଲ । ସାଇକେଲର ଡିଜାଇନ ମଧ୍ୟ କୌଣସି ବାଇକ ଠାରୁ କିଛି କମ ନୁହେଁ । ବାଇକ ଭଳି ଏହି ସାଇକେଲରେ ମଧ୍ୟ ରହିଛି ହେଡ ଲାଇଟ ଓ ହର୍ଣ୍ଣ ।

ଆଉ ଏହି ସାଇକେଲ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଏଭଳି ଏକ ବ୍ଯାଟେରୀ ଚାଳିତ ସାଇକେଲ ତିଆରି କରି ଏବେ ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମପୁରର ଅକ୍ଷୟ ଦାସ । ବହୁତ କମ ଟଙ୍କା ଖର୍ଚ୍ଚ କରି ଏପରି ଏକ ଆକର୍ଷଣୀୟ ସାଇକେଲ ତିଆରି କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଘର ବ୍ରହ୍ମପୁର ଉପକଣ୍ଠର ରାମଚନ୍ଦ୍ରପୁରରେ । ନିଜ ଟେକ୍ନିକାଲ ଜ୍ଞାନ ଯୋଗୁଁ ଏବେ ବ୍ରହ୍ମପୁର ସହରରେ ଖୁବ ପରିଚିତ ହୋଇଛନ୍ତି ଅକ୍ଷୟ । କେବଳ ସାଇକେଲ ନୁହେଁ, ନିଜ ଜ୍ଞାନରେ ଏକ ଇ-ବାଇକ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଅକ୍ଷୟ ।

ପୁରୁଣା ଅଦରକାରୀ ବାଇକର ଇଞ୍ଜିନକୁ ବାହାର କରି ଏହାକୁ ଏକ ନୂଆ ରୂପ ଦେଉଛନ୍ତି । ଆଉ ବିନା ପେଟ୍ରୋଲରେ ଏହା ବାଇକ ଭଳି ଗଡୁଛି । ଅକ୍ଷୟଙ୍କ ଏଭଳି ଉଦ୍ୟମ ପରେ ଜଣେ ବ୍ୟକ୍ତି ତାଙ୍କୁ ଇ-ସ୍କୁଟର ତିଆରି କରିବାକୁ କହିଥିଲେ । ଆଉ ଅକ୍ଷୟ ଏହି ସ୍କୁଟର ତିଆରି କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଲକଡାଉନରେ ଘରେ ଥିବା ବେଳେ ନିଜ ଫ୍ରି ସମୟରେ ଅନଲାଇନରୁ ଏହିସବୁ ଦେଖି ସେ ନିଜ ବୁଦ୍ଧିରେ ଏପରି କିଛି ବନେଇବାକୁ ଚେଷ୍ଟା କରିଥିଲେ । ଔ ଏବେ ସେ ଏହି କାର୍ଯ୍ୟରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଅକ୍ଷୟ ନିଜ ଜ୍ଞାନ କୌଶଳରେ ଏପରି ଏକ ସାଇକେଲ ଓ ବାଇକ ତିଆରି କରିଛନ୍ତି । ଏହି ବାଇକ ଏବଂ ସାଇକେଲକୁ ନା ଦରକାର ପେଟ୍ରୋଲ ନା ଡିଜେଲ । ବିନା ତେଲରେ ମଧ୍ୟ ସାଇଁ ସାଇଁ ହୋଇ ଗଡୁଛି ଏହି ବାଇକ ଏବଂ ସାଇକେଲ । ପେଟ୍ରୋଲ ଦର ଯୋଗୁଁ ଏବେ ବଜାରରେ ଇ-ବାଇକର ଚାହିଦା ବଢିବାକୁ ଲାଗିଛି । ହେଲେ ଏହା କିଣିବାସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ ।

ତେଣୁ ଅକ୍ଷୟ ଲକଡାଉନ ବେଳେ ଘରେ ବସି ପ୍ରଥମେ ଏକ ସାଇକେଲରେ ବ୍ଯାଟେରୀ ଲଗାଇ ଏହାକୁ ରୂପାନ୍ତରିତ କରିଥିଲେ । ଏହାପରେ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ କରି ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟିରେ ମଧ୍ୟ ବ୍ଯାଟେରୀ ଲଗାଇ ଇ-ବାଇକରେ ପରିଣତ କରିଥିଲେ । ଏହି ଇ-ବାଇକକୁ ମାତ୍ର ୩ ଘଣ୍ଟା ଚାର୍ଜ କାଲେ ଏହା ୬୦ କିମି ପର୍ଯ୍ୟନ୍ତ ଗଡି ପାରୁଛି । ଆଉ ବଡ କଥା ହେଉଛି ଏହି ଇ-ବାଇକରେ ବ୍ୟାକ ଗିୟର ମଧ୍ୟ ରହିଛି । ଘଣ୍ଟା ପ୍ରତି ୪୦କିମି ହେଉଛି ଏହାର ସ୍ପିଡ ଲିମିଟ ।

ଏହି ଇ-ବାଇକ ତିଆରି କରିବାକୁ ଅକ୍ଷୟଙ୍କୁ ସାତ ଦିନ ସମୟ ଲାଗିଥିଲା । ଗାଡି ପୁରୁଣା ହୋଇଗଲେ ତାହା ଖତ ଖାଇଯାଏ ବା ପଡି ପଡି ନଷ୍ଟ ହୋଇଯାଏ । କିନ୍ତୁ ଅକ୍ଷୟ ଏଭଳି ପୁରୁଣା ଗାଡିକୁ ପୁଣି ଠାରେ ଜୀବନ ଦାନ ଦେଉଛନ୍ତି । ଆଉ ପେଟ୍ରୋଲ ଚିନ୍ତାରୁ ମୁକ୍ତ ହେବାକୁ ସେ ତିଆରି କରୁଛନ୍ତି ବ୍ୟାଟେରୀ ଚାଳିତ ବାଇକ ।

ଅକ୍ଷୟଙ୍କ ଏଭଳି ସଫଳତାରେ ବେଶ ଖୁସି ଅଛନ୍ତି ତାଙ୍କ ଅପରିବାର ଓ ସାବାସୀ ଦେଉଛନ୍ତି ଗାଁ ଲୋକ । ଆପଣଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।