କାବୁଲ ଉପରେ ତାଲିବାନର କବ୍ଜା ପରେ ବିମାନ ଚକ ରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ ଏହି ବ୍ୟକ୍ତି, କିନ୍ତୁ ଖସି ପଡିଲେ ତଳକୁ…ଦେଖନ୍ତୁ Video

ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ଅଧିକାର କରିନେବା ପରେ କାବୁଲ ଛାଡ଼ିବାକୁ ଲୋକମାନେ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଏଥିପାଇଁ କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବଳ ଜନଗହଳି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଏପରି ଏକ ଦୁଃଖଦ ଘଟଣା ଉକ୍ତ ବିମାନବନ୍ଦରରେ ଦେଖାଦେଇଛି । ବିମାନରେ ସିଟ୍ ନ ମିଳିବାରୁ ଦୁଇଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁ-ର୍ଭା-ଗ୍ୟବଶତଃ ଉଭୟ ଉପରୁ ଖସିପଡ଼ି ପ୍ରାଣ ହରାଇଛନ୍ତି । ଏ ନେଇ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ କାଲି ତାଲିବାନ କାବୁଲକୁ ଦଖଲ କରିବା ପରେ କ୍ଷମତା ନିଜ ହାତକୁ ନେଇଛି । ଏହା ପୂର୍ବରୁ ଆଫଗାନ ରାଷ୍ଟ୍ରପତି ଅସରଫ ଗ଼ନି ନିଜ ପରିବାର ସହ ତୁର୍କମେନିସ୍ତାନକୁ ପଳାୟନ କରି ଥିଲେ । ଥିରେ ଆପଣ ମାନଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।