ବିମାନ ବନ୍ଦରରେ ଭଗବାନ ରାମଙ୍କୁ ଦେଖି ଭକ୍ତଙ୍କ ଆଖିରୁ ଝରିପଡିଲା ଲୁହ । ଆଉ ତାଙ୍କୁ ପାଦ ଛୁଇଁ ମୁଣ୍ଡିଆ ବି ମାରିଲେ । ଭଗବାନ ରାମଙ୍କ ଦେହ ଏବଂ ମୁହଁକୁ ଆଉଁସି ପକାଇଲେ ଭକ୍ତ । କଥାରେ ଅଛି ବିଶ୍ବାସ ଯେଉଁଠି ଭଗବାନ ମଧ୍ୟ ସେଇଠି । ପତ୍ରକୁ ମଧ୍ୟ ମନ ପ୍ରାଣ ଦେଇ ପୂଜା କଲେ ଭଗବାନ ପ୍ରକଟ ହୋଇଯାନ୍ତି । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବିମାନବନ୍ଦରରେ । ସେଠାରେ ଅଚାନକ ଭଗବାନ ରାମ ପ୍ରକଟ ହୋଇଥିଲେ ଓ ତାଙ୍କୁ ଦେଖି ଭକ୍ତ ସାଷ୍ଟାଙ୍ଗ ହୋଇ ମୁଣ୍ଡିଆ ମାରିଥିଲେ ।

ଭଗବାନଙ୍କୁ ଧରି ସେ କାନ୍ଦିବାକୁ ଲାଗିଥିଲେ । ଏଭଳି ଏକ ସମୟ ଥିଲା ଯେତେବେଳେ ଟିଭିରେ ରାମାୟଣ ସିରିଏଲ ଦେଖିବା ପାଇଁ ଲୋକମାନେ ନିଜର ସବୁ କାମ ଭୁଲି ଯାଉଥିଲେ । ସବୁ କାମ ଧନ୍ଦା ପଛରେ ପକାଇ ଟିଭି ଆଗରେ ବସି ପଡୁଥିଲେ ଲୋକେ । ରାମାନୁଜ ସାଗରଙ୍କ ଏହି ରାମାୟଣ ଧାରାବାହିକ ଦର୍ଶକଙ୍କ ମନକୁ ଖୁବ ସ୍ପର୍ଶ କରିଥିଲା । ଏହି ରାମାୟଣ ସିରିଏଲରେ ରାମଙ୍କ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଅରୁଣ ଗୋଭିଲ ଏବଂ ସୀତାଙ୍କ ଭୂମିକରେ ଥିଲେ ଦୀପିକା ଚିଖାଲିଆ ।
ଏହି ଦୁଇ କଳାକାରଙ୍କୁ ଏହି ରାମାୟନ ଧାରାବାହିକ ବହୁତ ଲୋକପ୍ରିୟତା ଦେଇଥିଲା । ଯେଉଁଥି ପାଇଁ ଅରୁଣ ଗୋଭିଲଙ୍କୁ ଲୋକମାନେ ସତରେ ଭଗବାନ ରାମ ବୋଲି ଭାବିବାକୁ ଲାଗୁଥିଲେ । ଆଉ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଅନେକ ଲୋକ ଭଗବାନ ରାମ ବୋଲି ଭାବୁଛନ୍ତି । ଯାହା ବିମାନବନ୍ଦରର ଏହି ଦୃଶ୍ୟ ସ୍ପଷ୍ଟ କରି ଦେଉଛି ।

ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ବିମାନବନ୍ଦରରେ ଜଣେ ମହିଳା ଭକ୍ତ ଅରୁଣ ଗୋଭିଲଙ୍କୁ ଦେଖି ତାଙ୍କୁ ଭଗବାନ ରାମ ବୋଲି କହି ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଛି । ଖାଲି ମୁଣ୍ଡିଆ ମାରୁନାହାନ୍ତି ବରଂ ତାଙ୍କ ଦେହ ମଧ୍ୟ ଆଉଁସି ଦେଉଛନ୍ତି । ମହିଳାଜଣକ ଏତେ ଭାବବିହ୍ଵଳ ହୋଇ ପଡ଼ୁଛନ୍ତି ଦେଖିଲେ ଲାଗୁଛି ଯେମିତି ସତରେ ଦେବଲୋକରୁ ଭଗବାନ ରାମ ଓହ୍ଲାଇ ଆସିଛନ୍ତି ।
ରାମାୟଣ ସିରିଏଲରେ ଭଗବାନ ରାମଙ୍କ ଅଭିନୟ କରୁ କରୁ ଲୋକେ ତାଙ୍କୁ ସତରେ ଭଗବାନ ରାମ ବୋଲି ଭାବି ନେଇଛନ୍ତି । ୩୫ ବର୍ଷ ପରେ ବି ଅରୁଣ ଗୋଭିଲଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ମନରେ ଭଲପାଇବା ଭରିରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।