ଆଜି ଆମେ ଆପଣଙ୍କୁ ବିଲାତି ଚାଷର ଏକ ସଫଳ କାହାଣୀ ଶୁଣାଇବୁ । ବିଲାତି ଚାଷ କରି ଏହି ୫ଜଣ ମହିଳା ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ଚାଷୀ ଏବଂ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି କିଛି କମାଲ କରି ଦେଖାଇଛନ୍ତି କେନ୍ଦୁଝର ସଦରବ୍ଲକ ଅନ୍ତର୍ଗତ ତଳକୁସୁମିତା ଗାଁର କେତୋଟି ସ୍ଵୟଂ ସହାୟକ ଗୋଷ୍ଠୀର ଏହି ୫ଜଣ ମହିଳା । ଆଗ୍ରିକଲଚର ପ୍ରଡ଼କ୍ସନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ଏମାନେ ଗୋଷ୍ଠୀ ତିଆରି କରି ଖରିଫ ଋତୁରେ ବିଲାତି ଚାଷ କରିବାକୁ ଅଣ୍ଟା ଭିଡିଥିଲେ ।

ପ୍ରାୟ ଲକ୍ଷେ ଟଙ୍କା ଋଣ ଆଣି ଏମାନେ ଜୁଲାଇ ମାସରୁ ଚାରା ପ୍ରସ୍ତୁତ କରିଥିଲେ ଏବଂ ସାଢେ ଚାରି ଏକର ଜମିରେ ବିଲାତି ଚାଷ ଆରମ୍ଭ କରିଥିଲେ । ସ୍ଥାନୀୟ ଏକ ସ୍ଵେଚ୍ଛାସେବୀ ସଂଗଠନ ଯୋଗାଇ ଦେଇଥିଲା ବୈଷୟିକ ସହାୟତା । ଗତ ଅକ୍ଟୋବର ମାସରୁ ଏମାନେ ଆରମ୍ଭ କରିଥିଲେ ବିଲାତି ଉତ୍ପାଦନ । ବର୍ତ୍ତମାନ ସୁଦ୍ଧା ଏମାନେ ବିକ୍ରି କରି ସାରିଲେଣି ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କାର ବିଲାତି । ମିଳିଥିବା ଲାଭରୁ ଋଣ ଟଙ୍କା ଶୁଝିବା ସହ ଏହି ମହିଳା ମାନେ ୫ଲକ୍ଷ ଟଙ୍କା ଲାଭ ମଧ୍ୟ କରିଛନ୍ତି ।
ଯାହାକୁ ସେମାନେ ପରସ୍ପର ମଧ୍ୟରେ ଭାଗ ବାଣ୍ଟି ନେଇଛନ୍ତି । ଆଗକୁ ଆହୁରି କିଛି ଲକ୍ଷ ଟଙ୍କା ଲାଭ ପାଇବାକୁ ଆଶା କରିଛନ୍ତି ଏହି ମହିଳା ମାନେ । ଲଗାଣ ବର୍ଷା ଏମାନଙ୍କୁ ଅସୁବିଧାରେ ପକାଇଥିଲା । ନଚେତ ଆହୁରି ଅଧିକ ଲାଭ ମିଳି ପାରିଥାନ୍ତା । ସେହି ଅଞ୍ଚଳରେ ଅଧିକ ପରିମାଣରେ ପାରିବା ଚାଷ ହୁଏ । କିନ୍ତୁ ଶୀତଳଭଣ୍ଡାର ଅଭାବରୁ ଚାଷୀମାନେ କମ୍ ଦାମ୍ ରେ ପାରିବା ଚାଷ କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଏହି ମହିଳାମାନେ ଚାଷ କରୁଥିବା ବିଲାତି ସବୁ କଲେକ୍ଟିଭ ମାର୍କେଟିଂ କରାଯାଉଛି ।

ଯଦ୍ୱାରା ଏହି ମହିଳା ଚାଷୀମାନେ ତାଙ୍କ ଚାଷର ମୂଲ୍ୟ ପାଇ ପାରୁଛନ୍ତି ଏବଂ ତାଙ୍କ ଉତ୍ପାଦନ ସବୁ ଭଲରେ ବିକ୍ରି ହୋଇପାରୁଛି । ଏହି ସମୟରେ ଯେଉଁ ମା’ମାନେ ସବୁ ବସି ରହିଛନ୍ତି ସେମାନେ ଯଦି ଏହିଭଳି କିଛି କାର୍ଯ୍ୟ ଆରମ୍ଭ କରନ୍ତି ତେବେ ନିଶ୍ଚୟ ଫଳପ୍ରଦ ହେବେ ବୋଲି ସେମାନେ ଉତ୍ସାହ ମଧ୍ୟ ଦେଇଛନ୍ତି । ସେଠାରେ ସଦରବ୍ଲକ ମାନଙ୍କରେ ୨୪ଟି ପ୍ରଡ୍ୟୁସର ଗ୍ରୁପ ତିଆରି କରାଯାଇଛି, ଆଉ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ ମାନେ ଖଣିଜ ପାଣ୍ଠି ଅଞ୍ଚଳ ଗୁଡିକୁ କିଛି ମାତ୍ରାରେ ଋଣ ପ୍ରଦାନ କରୁଛନ୍ତି ।
ଏହାର ସହାୟତାରେ ଋଣ ନେଇ ସେମାନେ ଚାଷ କରିପାରିବେ ବୋଲି କହିଛନ୍ତି ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।