ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ହାଇଦ୍ରାବାଦର ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଜଳସ୍ରୋତ ପ୍ରବାହିତ ହେବା ସହ ବନ୍ୟା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳୁଛି । ବିଶେଷ କରି ହାଇଦ୍ରାବାଦର ମଦିନାପୁର, ଧୋବିଘାଟ ଓ ୟାଖୁତପୁରାରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମା ହୋଇଥିବା ଦେଖାଯାଇଛି । ଫଳରେ ସାଧାରଣ ଜନଜୀବନ ଅତିବାହିତ କରିବାରେ ବାଧା ସୃଷ୍ଟି ହୋଇଛି ।
ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ଯାତାୟାତ ବନ୍ଦ ରହିବା ସହ ଅନେକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ଜଳମଗ୍ନ ଅଞ୍ଚଳରେ ରବର ବୋଟ ଯୋଗେ ଲୋକଙ୍କୁ ଉଦ୍ଧାର କରାଯାଇଛି । ଗତ କିଛି ଘଣ୍ଟା ମଧ୍ୟରେ ହାଇଦ୍ରାବାଦରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି । ଯାହାର ପ୍ରଭାବ ହାଇଦ୍ରାବାଦର ଅନେକ ଜନବହୁଳ ଅଞ୍ଚଳରେ ପଡିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିଥିଲା ।
ଯାହାକି ସାରା ରାତି ଲାଗି ରହିଥିଲା । ଫଳରେ ଅତିରିକ୍ତ ବର୍ଷା ଯୋଗୁଁ ଜନଜୀବନ ଉପରେ ଏହାର ପ୍ରଭାବ ପଡିଥିଲା । ଅନେକ ସ୍ଥାନରେ ଜଳର ସୁଅ ଏତେ ତୀବ୍ର ଥିଲା ଯେ ଗାଡିମଟର ସବୁ ଭାସି ଯାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ବର୍ଷା ଯୋଗୁଁ ହାଇଦ୍ରାବାଦରେ ପରିସ୍ଥିତି ଅସମ୍ଭାଳ ଥିବା ବେଳେ ପାଣିପାଗ ବିଭାଗ ବଡ ସୂଚନା ଜାରି କରିଛି । ଆଗକୁ ଏହି ବର୍ଷା ଜାରି ରହିବା ସହ ଅନେକ ଥାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ତେବେ ଏହାରି ମଧ୍ୟରେ ଜଣେ ବାଇକ ଚାଳକଙ୍କ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରୁ ଆପଣ ଜାଣିପାରିବେ କି ବର୍ଷା ପରେ ହାଇଦ୍ରାବାଦର ପରିସ୍ଥିତି ବର୍ତ୍ତମାନ କିଭଳି ରହିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ବୋହୁଥିବା ବେଳେ ଜଣେ ବାଇକ ଚାଳକ ସେହି ବାଟ ଦେଇ ଯିବାକୁ ଚେଷ୍ଟା କରୁଥିଲେ । ପାଣି ଭିତରେ ଗାଡି ନେଇ ଯାଉଥିବା ବେଳେ ପାଣିର ସ୍ରୋତ ଏତେ ଥିଲା ଯେ ବାଇକ ସହ ତାଙ୍କୁ ତଳେ ପକେଇ ଦେଇଥିଲା ସୁଅ ।
ଖାଲି ସେତିକି ନୁହେଁ ବରଂ ତାଙ୍କ ବାଇକକୁ ମଧ୍ୟ ଭସାଇ ନେଇ ଯାଇଥିଲା । ତେବେ କୌଣସିମତେ ବାଇକ ଚାଳକ ନିଜେ ଭାସି ଯିବାରୁ ରକ୍ଷା ପାଇ ଯାଇଥିଲେ । ହେଲେ ତାଙ୍କ ଗାଡିଟି ବର୍ଷା ଜଳରେ ଭାସି ଭାସି ପଳାଇଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।