ବିଜେଡି ପାଇଁ ପ୍ରଚାର କରୁଛନ୍ତି Varsha Priyadarshini, ସ୍ଵାମୀ ସାଂସଦ Anubhav Mohanty ଙ୍କୁ ବିରୋଧ କରିବା ସତ୍ତ୍ୱେ କାହିଁକି ଦଳକୁ କରୁଛନ୍ତି ସମର୍ଥନ ? ଏହା ପଛରେ ରହିଛି କି ଆଉ କିଛି କାରଣ !

ସ୍ଵାମୀଙ୍କୁ ବିରୋଧ ନୁହେଁ କିନ୍ତୁ ଦଳକୁ ପୁରା ସମର୍ଥନ କରୁଛନ୍ତି ବର୍ଷା । ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରପଡା ସାଂସଦଙ୍କ ପତ୍ନୀ ତଥା ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବର୍ଷା । କାରରେ ବୁଲି ବୁଲି ବିଜୁ ଜନତା ଦଳ ସପକ୍ଷରେ ଭୋଟ ମାଗିଛନ୍ତି ବର୍ଷା । କେବଳ ଏତିକି ନୁହେଁ ବରଂ ଲୋକଙ୍କ ସହ ହାତ ମିଳାଇବା ସାଙ୍ଗକୁ ପ୍ରଚାର ସମୟରେ ଏକ କୁନି ପିଲାକୁ କାର ଉପରକୁ ନେଇ ଗେଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଆଉ ଏବେ ଏହି ଭିଡିଓକୁ ନେଇ ଖୁବ ହେଉଛି ଚର୍ଚ୍ଚା । ବର୍ଷାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବେଶ ଭିଡ ଜମିଥିଲା । ସ୍ଵାମୀ ଅନୁଭବଙ୍କ ନାଁରେ ମାମଲ କରିବା ସହ କିଛିଦିନ ତଳେ ଅନୁଭବଙ୍କ ତଥାକଥିତ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ନାଁରେ ମଧ୍ୟ ମାମଲା ଦାୟର କରିଛନ୍ତି ବର୍ଷା । ଏହାପରେ ବିଜେଡି ପାଇଁ ଭୋଟ ମାଗୁଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଖୁବ ଆଲୋଚନା ଏବଂ ସମାଲୋଚନା ମଧ୍ୟ ଚାଲିଛି ।

ବର୍ଷାଙ୍କ ପ୍ରଚାର ଷ୍ଟାଇଲ ଦେଖିଲେ ଜଣାପଡୁଛି କି ସେ ସ୍ଵାମୀଙ୍କୁ ବିରୋଧ କରୁଥିଲେ ବିଜୁ ଜନତା ଦଳକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ଏଠାରେ କହି ରଖୁଛୁ କି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଦ୍ରକ ବ୍ଲକର ଚାରୋଟି ଜୋନରେ ମତଦାନ କରାଯିବ । ଆଉ ଏହାକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ବର୍ଷା ସେଠାରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।

ସେ କହିଥିଲେ କି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରମାଣ କରି ଆସିଛନ୍ତି କି ସେ ଏକ ନମ୍ବର ଏବଂ ତାଙ୍କ ପ୍ରତି ଲୋକଙ୍କର ବିପୁଳ ଜନ ସମର୍ଥନ ଏବଂ ଭଲପାଇବା ମଧ୍ୟ ରହିଛି । ତେଣୁ ଏଥର ମଧ୍ୟ ନିଶ୍ଚିତ ଭାବେ ବିଜୁ ଜନତା ଦଳ ହିଁ ଜିତିବ ବୋଲି ସେ କହିଛନ୍ତି । ପୂର୍ବରୁ ନିଜ ଫିଲ୍ମ ମାଧ୍ୟମରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିବା ବର୍ଷା ଏବେ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୁଲମଖୁଲ୍ଲା ପ୍ରଚାର କରୁଛନ୍ତି ।

ତେବେ ଗତ କିଛିଦିନ ହେଲା ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ବର୍ଷାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରି ପୋଷ୍ଟ କରି ବେଶ ଚର୍ଚ୍ଚାରେ ଅଛନ୍ତି । ଏନେଇ ବର୍ଷା ମଧ୍ୟ ତାଙ୍କ ନାଁଏ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । କିନ୍ତୁ ଏସବୁ ପରେ ବର୍ଷାଙ୍କୁ ବିଜେଡି ପାଇଁ ପ୍ରଚାର କରୁଥିବାର ଦେଖିବା ପରେ ସାଧାରଣରେ ବେଶ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।