ପିଏମଙ୍କୁ ଲୋକମାନେ କରୁଛନ୍ତି ଅପିଲ ବିଗ ବସ – ୧୩ ବ୍ୟାନ କରିବା ପାଇଁ, କହିଲେ ଏତେ ଅଶ୍ଳୀଳତା…

୨୯ ସେପ୍ଟେମ୍ବରରୁ ବିଗ ବସ ସିଜିନ ୧୩ ଆରମ୍ଭ ହୋଇଯାଇଛି ଓ ଏଥର ବି ସଲମାନ ଖାନ ହିଁ ଏହି ଶୋ କୁ ହୋସ୍ଟ କରୁଥିବାର ନଜର ଆସୁଛନ୍ତି । ବିଗ ବସରେ ଟ୍ୱିଟ୍ସ ଆସିବାକୁ ଲାଗିଛି ଓ ଲୋକମାନେ ଏଥିରେ ଇଂଟ୍ରେସ୍ଟ ବି ଦେଖାଉଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ବର୍ତ୍ତମାନ ଏହାକୁ ନେଇ ଏକ ବିଦ୍ରୋହ ଚାଲୁଅଛି । ଲୋକମାନେ ପିଏମ ନରେନ୍ଦ୍ର ମୋଦୀଙ୍କୁ ଏହି ଶୋ ବନ୍ଦ କରିବା ପାଇଁ ଅପିଲ କରୁଛନ୍ତି । ଏମିତି କାହିଁକି ହେଉଛି ଏହା ବିଷୟରେ ଜାଣିବା ପାଇଁ ଆଗକୁ ପଢନ୍ତୁ ।

ଲୋକମାନେ କହୁଛନ୍ତି ପିଏମ ମୋଦୀଙ୍କୁ ବିଗ ବସ ୧୩କୁ ବ୍ୟାନ କରିବା ପାଇଁ

ବିଗ ବସ ୧୩ ର ସିଜିନ କିଛି ସପ୍ତାହ ପୂର୍ବେ ହିଁ ଆରମ୍ଭ ହୋଇଛି କିନ୍ତୁ କିଛି ଲୋକମାନେ ଏହାକୁ ବ୍ୟାନ କରିବାକୁ କହୁଛନ୍ତି । ସମସ୍ତଙ୍କର ଅଲଗା ଅଲଗା ରାୟ ଅଛି ବିଗ ବସକୁ ବନ୍ଦ କରିବା ପାଇଁ । ଏଥର ଏହି ଶୋ କୁ ବନ୍ଦ କରିବାର ମାମଲା ବହୁତ ସିରିୟସ ନଜର ଆସୁଛି ଓ ସମସ୍ତେ ସିଧା ପିଏମ ମୋଦୀଙ୍କୁ ଟ୍ୟାଗ କରି ଏହି ଶୋକୁ ବନ୍ଦ କରିବା ପାଇଁ ଅପିଲ କରିଛନ୍ତି ।

ଏଥର ଏହି ଶୋ ର ଫର୍ମାଟ କିଛି ବଦଳି ଯାଇଛି । ଯେଉଁଥିରେ ଗୋଟିଏ ପୁଅକୁ ଦୁଇ ଝିଅ ସହିତ ଦୁଇଟି ପୁଅକୁ ଗୋଟିଏ ଝିଅ ସହିତ ଶୋଇବା ପାଇଁ କୁହାଯାଉଛି । ଏହି ଶୋ କୁ କଲର୍ସ ଭଳି ସଂସ୍କାରୀ ଚ୍ୟାନେଲରେ ପ୍ରସାରିତ ହେବା ଉପରେ ବିରୋଧ କରାଯାଉଛି । କିଛି ଲୋକମାନଙ୍କର କହିବା ଅଟେ କି ଏଥର ଏହି ଶୋ ରେ ଲବ ଜିହାଦ ବ୍ୟାପୁଛି ତ ଅନ୍ୟ କିଛି ଲୋକମାନେ କହୁଛନ୍ତି କି ଏହି ଶୋରେ ଭାରତୀୟ ସଂସ୍କୃତିକୁ ଖୋଲା ଖୋଲି ଭାବରେ ଥଟ୍ଟା କରାଯାଉଛି ।

କହିବାକୁ ଗଲେ ବିଗ ବସ ଓ ବିବାଦ ର ପୁରୁଣା ସମ୍ପର୍କ ଅଛି । କିଛି ଲୋକମାନେ ଏହା ବି କହୁଛନ୍ତି କି ସଲମାନ ଖାନ ପରଦା ଉପରେ ଦେଶଭକ୍ତି ଓ ଭଲ ମଣିଷର ରୂପ ଦେଖାଉଛନ୍ତି ଓ ଶୋ ରେ ହୋସ୍ଟ ହୋଇ ଭାରତୀୟ ସଂସ୍କୃତିକୁ ଖରାପ କରିବାରେ ସହଯୋଗ ଦେଉଛନ୍ତି । ଟ୍ୱିଟରରେ ଗତ ଦୁଇ ଦିନ ହେବ ଅନସବସ୍କ୍ରାଇବ କଲର୍ସ ଟିଭି, ବିଗ ବସ 13 ବୟକଟ ଓ ବିଗ ବସ ବ୍ୟାନ କର ଭଳି ହ୍ୟାଶଟ୍ୟାଗ ଟ୍ରେଣ୍ଡିଂ ରେ ଚାଲିଛି ।

କିନ୍ତୁ ଏହା ବ୍ୟାନ ହେବ କି ନାହିଁ କହିବା କଷ୍ଟ ଅଟେ । କିନ୍ତୁ ଏହି କାରଣରୁ ଶୋ ର ଟୀଆରପୀ ବହୁତ ବଢୁଛି ଓ ଏହାର ଲାଭ ଶୋ ସହିତ ଚ୍ୟାନେଲକୁ ବି ହେଉଛି ।