ବିହାରର ଜହାନାବାଦରେ ନାବାଳିକ ଝିଅ ସହିତ ଦୁଷ୍କର୍ମ, ଭିଡିଓ କଲେ ଭାଇରାଲ

କିଛି ଦିନ ହେବ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୭ ଟି ପୁଅ ଗୋଟିଏ ଝିଅ ସହିତ ଜବରଦସ୍ତି କରୁଛନ୍ତି । ସେମାନେ ଗାଳି ଦେଇ ଝିଅଟିର କପଡା ଫାଡୁଛନ୍ତି, ରେପ କରିବାର ଚେଷ୍ଟା କରୁଛନ୍ତି । ଝିଅଟି ବାରମ୍ବାର ଚିଲ୍ଲେଇବା ପରେ ବି ତାକୁ ଛାଡୁ ନାହାଁନ୍ତି । ଯେତେବେଳେ ଏହି ଘଟଣା ହେଉଥିଲା ସେତେବେଳେ ତାକୁ ବଞ୍ଚେଇବା ବଦଳରେ ସେଠାରେ ଉପସ୍ଥିତ ଲୋକ ତାର ଭିଡିଓ ବନାଉ ଥିଲେ ।

କୌଣସି ଅଭିଯୋଗ ହୋଇ ନାହିଁ ତଥାପି ପୋଲିସ ନିଜ ପକ୍ଷରୁ ଯାଞ୍ଚ ଆରମ୍ଭ କରିଛି ।

ଏହି ଭିଡିଓରେ ଗଳି ପଡିଥିବା ବାଇକର ନମ୍ବରରୁ ଅନୁମାନ କରାଯାଉଛି କି ଏହି ଘଟଣା ଟି ବିହାରର ଜାହାନବାଦର ଅଟେ । ପାଟଣା ଜୋନ ର ଆଇଜି ଏସଆଇଟି ଗଠିତ କରି ଏହି କେସ ର ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଏଥିରେ ଜାହାନାବାଦ ର ଏସପି ଙ୍କୁ ବି ସାମିଲ କରାଯାଇଛି ।

ପୋଲିସ FIR ଲେଖିବା ପରେ ୬ ଜଣ ଆରୋପିଙ୍କୁ ଗିରଫ କରାଯାଇଛି । ଭିଡିଓ ରେ ଯେଉଁ ଜାଗା ଦେଖା ଯାଉଛି ତା ଅନୁସାରେ ଏହି ଘଟଣା ଟି ଯାହାନାବାଦ ଜିଲ୍ଲାର କାକୋ ଥାନା କ୍ଷେତ୍ରର ଅଟେ । ବାଇକ ରେ ଯେଉଁ ରେଜିସ୍ଟ୍ରେଶନ ନମ୍ବର ଅଛି ତାହା ଅନୁସାରେ ଏହା ଯାହାନାବାଦ ର ରବି ରଞ୍ଜନ କୁମାର ର ବାଇକ ଅଟେ ଯିଏ ଏବେ ଫେରାର ଅଛି । ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରାଯାଇଥିବା ପିଲାଙ୍କର ନାମ ପ୍ରକାଶ କରି ନାହିଁ ।

ପାଟଣା ର ଆଇଜି ପ୍ରେସ କଂଫରେନ୍ସ ରେ କହିଲେ କି ଯେଉଁ ଫୋନ ରୁ ଭିଡିଓ ରେକର୍ଡ କରା ଯାଇଥିଲା ତାହାକୁ ବରାମତ କରାଯାଇଛି । ଆଗକୁ ସେ କହିଲେ କି ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଝିଅଟି ନାବାଳିକା ଅଟେ କିନ୍ତୁ ତାର ଚିହ୍ନଟ ହୋଇ ପାରି ନାହିଁ । ଆରୋପିମାନଙ୍କ ମଧ୍ୟରେ ବାଳକ ଓ ନାବାଳକ ଉଭୟ ଥିବାରୁ ତାଙ୍କର ମଧ୍ୟ ନାମ ପ୍ରକାଶ କରାଯାଇ ନାହିଁ ।

ଭିଡିଓ ରେ ଥିବା ଝିଅଟି ସହିତ ଏତେ କ୍ରୁରତା ଦେଖା ଯାଉଛି କି ତାର ଭିଡିଓ ଦେଖିବା ବି ନିଜ ସହିତ କ୍ରୁରତା କରିବା ସମାନ ଅଟେ । ଆମକୁ ଜଣା ନାହିଁ କ୍ୟାମେରା ବନ୍ଦ ହେବା ପରେ ତା ସହିତ କଣ ହେଲା । କିନ୍ତୁ ଯଦି ଆପଣ ଥରେ ଏହି ଝିଅଟିର ଚିଲ୍ଲେଇବା ଶୁଣିବେ ତେବେ ତାହାକୁ ନିଜ ମନରୁ ବାହାର କରି ପାରିବେ ନାହିଁ । ମଣିଷ ଓ ପଶୁ ମଧ୍ୟରେ ଥିବା ଫରକ ବି ସେଠାରେ ଥିବା ଲୋକ ଭୁଲି ଯାଇଥିଲେ ।

https://www.youtube.com/watch?v=V-yY_2IKoVo

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।