ପାରଳାଖେମୁଣ୍ଡି ACFO ସୌମ୍ଯଙ୍କ ମୃତ୍ୟୁକୁ ହୋଇ ଯାଇଛି ୧୫ ଦିନ । ହେଲେ ଏବେ ଯାଏ କୌଣସି ସଠିକ ନିଷ୍କର୍ଷରେ ପହଞ୍ଚି ପାରି ନାହିଁ ପୋଲିସ । ସୌମ୍ୟଙ୍କ ଘରଲୋକ ପ୍ରଥମ ଦିନରୁ ବୋହୂ ବିଦ୍ୟାଭାରତୀଙ୍କ ଉପରେ ସନ୍ଦେହ କରି ଆସୁଛି ।
ସୌମ୍ୟଙ୍କ ବାପା ମତରେ ଗୋଟିଏ ଘର ଭିତରେ ଥିଲେ ପୁଅ ଓ ବୋହୂ । ପୁଅର ଶରୀର ପ୍ରାୟ ୯୦ ପ୍ରତିଶତ ପୋଡିଗଲା, ହେଲେ ବୋହୁର କେମତି କିଛି ହେଲା ନାହିଁ । ସେପଟେ ବିଦ୍ୟା ମଧ୍ୟ କହି ଆସୁଛନ୍ତି କି ସୌମ୍ଯ କେମିତି ପୋଡି ହେଲେ ସେ ବିଷୟରେ ସେ କିଛି ଜାଣି ନାହାନ୍ତି । ଘରଲୋକଙ୍କ ସମସ୍ତ ଆରୋପ ଅନୁସାରେ ପୋଲିସ ତଦନ୍ତ କାର୍ଯ୍ୟ ଜାରି ରଖିଛି ବୋଲି କହୁଥିଲେ ମଧ୍ୟ ଏ ଯାଏ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରି ନାହିଁ ।
ଏହି ମାମଲାରେ ସୌମ୍ୟଙ୍କ ଓକିଲ ମଧ୍ୟ ନିଜ ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି । ବିଦ୍ୟାଙ୍କୁ ଗିରଫ କଲେ ଯାଇ ପ୍ରକୃତ ସତ କଣ ଜଣା ପଡିବ ବୋଲି କହୁଛନ୍ତି ସୌମ୍ୟଙ୍କ ବାପା । ଗତ କାଲି କଟକ ମର୍କଟ ନଗର ଥାନାରୁ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଛି ସୌମ୍ୟଙ୍କ ବାପା ଓ ତାଙ୍କ ଭାଇଙ୍କୁ । ନ୍ୟାୟ ଅପେକ୍ଷାରେ ଥିବା ମୃତ ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ବଡ ଭାଇ ଓ ବାପା ରୋକଠୋକ କହିଛନ୍ତି କି, ନ୍ୟାୟ ନ ମିଳିଲେ ସେମାନେ ନବୀନ ନିବାସ ସାମନାରେ ଅନଶନ କରିବାକୁ ମଧ୍ୟ ପଛାଇବେ ନାହିଁ ।
ସୌମ୍ଯ ରଞ୍ଜନଙ୍କ ପୋଷ୍ଟମର୍ଟମ ହସ୍ତଗତ ହେବା ପରେ ନ୍ୟାୟ ଭିକ୍ଷା କରିଛନ୍ତି ତାଙ୍କ ଘରଲୋକ । ପୁଅକୁ ହରାଇ ତାକୁ ନ୍ୟାୟ ଦେବା ପାଇଁ ନୟାନ୍ତ ହୋଇ ପଡିଲେଣି ତାଙ୍କ ବାପା ଏବଂ ଭାଇ । ତେବେ ପ୍ରକୃତ ଦୋଷୀ ହେଉଛନ୍ତି ବିଦ୍ୟାଭାରତୀ ଓ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ହସ୍ତଗତ ହେବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ପୋଲିସ କାହିଁକି ତାଙ୍କୁ ଗିରଫ କରୁ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ସୌମ୍ଯ ମୃତ୍ୟୁବରଣ କରିବାର ୬ ଘଣ୍ଟା ମଧ୍ୟରେ ତାହା କରାଯାଇଛି ବୋଲି ଲେଖାଯାଇଛି । ସୌମ୍ୟଙ୍କ ପାକସ୍ଥଳୀରୁ ମଧ୍ୟ ଖାଲି ଥିବାରୁ କୌଣସି ଦୁର୍ଗନ୍ଧ ମିଳି ନ ଥିବା କଥା ଲେଖା ହୋଇଛି ।
ତେବେ ସୌମ୍ଯ କିରୋସିନିରେ ପୋଡି ହୋଇଥିବା କଥା ପୋଷ୍ଟମର୍ଟମରୁ ଜଣା ପଡିଛି । ପୋ-ଡି ହୋଇ ସୌମ୍ୟଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳି ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ପ୍ରାଣ ହରାଇଥିଲେ ସୌମ୍ଯ ।
ତେବେ ପୋଷ୍ଟମର୍ଟମ ରିପୋର୍ଟ ଦେଖିବା ପରେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ପ୍ରଶ୍ନ କରିଛନ୍ତି ଓକିଲ । ତେବେ ସୌମ୍ଯଙ୍କ ଓକିଲଙ୍କ କହିବାନୁସାରେ ଭିସ୍ରା ଆନାଲିସିସ ପାଇଁ ଡାକ୍ତର ପଠାଇବା କଥା । କିନ୍ତୁ ସେଥିପାଇଁ ପଠାଯାଇଛି କି ନାହିଁ ସେ ସମ୍ବନ୍ଧରେ ପୋଷ୍ଟମରମ ରିପୋର୍ଟରେ କିଛି ଲେଖାଯାଇ ନାହିଁ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ