ଯୁଦ୍ଧ ମଧ୍ୟରେ 39 ଟି ଦେଶର ଯୁଦ୍ଧ ଜାହାଜ ପହଞ୍ଚିଲେ ଭାରତରେ, କିନ୍ତୁ କାହିଁକି ? ଦେଖନ୍ତୁ….

ୟୁକ୍ରେନ ଓ ଋଷିଆ ଯୁଦ୍ଧ ମଧ୍ୟରେ ପ୍ରାୟ ୩୯ଟି ଦେଶର ଜାହାଜ ଭାରତ ନିକଟରେ ପହଞ୍ଚିଛନ୍ତି । ଏଥିରୁ ୧୩ଟି ଦେଶ ଅତି ଭୟାନକ ଯୁଦ୍ଧ ନେଇ ଆସିଛନ୍ତି । ଏହି ୩୯ ଦେଶ ମଧ୍ୟରେ ଋଷ ଏବଂ ଆମେରିକା ମଧ୍ୟ ସାମିଲ ଅଛି । ୟୁକ୍ରେନ ଯୁଦ୍ଧ ସମୟରେ ଋଷ ଓ ଆମେରିକାର ନୌସେନା ପ୍ରଥମ ଥର ଏକାଠି ଠିଆ ହେବେ । ଭାରତର ମେଜବାନିରେ ଏକ ବଡ ଅନ୍ତରାଷ୍ଟ୍ରୀୟ ନୌସେନା ଯୁଦ୍ଧ ଅଭ୍ଯାସ ଆରମ୍ଭ ହୋଇସାରିଛି । ଏହି ଯୁଦ୍ଧ ଅଭ୍ଯାସରେ ଭାଗ ନେବା ପାଇଁ ୩୯ଟି ଦେଶର ନୌସେନା ବିଶାଖପାଟଣା ତଟରେ ପହଞ୍ଚି ଯାଇଛନ୍ତି ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତର ମେଜବାନିରେ ହେଉଥିବା ନୌସେନା ଅଭ୍ଯାସରେ ଚୀନ ଏବଂ ପାକିସ୍ତାନକୁ ଭାଗ ଦିଆ ଯାଇନାହିଁ । ତେବେ ଆପଣ ଭାବୁଥିବେ ସେପଟେ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଚାଲିଥିବା ଏହି ଯୁଦ୍ଧ ଅଭ୍ଯାସ କାହିଁକି କରାଯାଉଛି । ମେଲନ ଭାରତୀୟ ନୌସେନା ଦ୍ଵାରା ଆରମ୍ଭ କରା ଯାଇଥିବା ଏକ ମିଳିତ ସୈନିକ ଅଭ୍ଯାସ ଅଟେ, ଯାହା ୨୦୦୦ ଦଶକରେ ଆରମ୍ଭ କରା ଯାଇଥିଲା । ଏହି ଅଭ୍ଯାସ ଜରିଆରେ ସମୁଦ୍ର ମାଧ୍ୟମରେ ସବୁ ଦେଶର ସମ୍ପନ୍ନତା ଓ ସୁରକ୍ଷା ବିଷୟରେ ଶିକ୍ଷା ଦିଆଯାଏ ।

ମିଲନ ୨୦୨୨ ବହୁତ ଖାସ୍ ଅଟେ । କାରଣ ଏଥିରେ ଭାରତ ସମେତ ୪୦ଟି ଦେଶ ଭାଗ ନେଉଛନ୍ତି । ଭାରତ ସମେତ ୧୪ଟି ଦେଶ ଏଥିପାଇଁ ନିଜ ଯୁଦ୍ଧ ଜାହାଜ ନିଯୋଜିତ କରିଛନ୍ତି ଏବଂ ବାକି ଦେଶ ନିଜର ପ୍ରତିନିଧି ମଣ୍ଡଳ ପଠାଇଛନ୍ତି । ସେପଟେ ୟୁକ୍ରେନ ଓ ଋଷ ଯୁଦ୍ଧ ଯୋଗୁଁ ଆମେରିକା ଓ ଋଷ ମୁହାଁମୁହିଁ ହେବା ନେଇ ସାରା ବିଶ୍ଵ ଚିନ୍ତାରେ ଥିବାବେଳେ ଏପଟେ ମେଜବାନିରେ ରୁଷୀୟ ଓ ଆମେରିକୀୟ ସୈନ୍ୟ ମିଳିତ ଭାବେ ନୌସେନା ଅଭ୍ଯାସ କରୁଛନ୍ତି ।

ମିଲନ ୨୦୨୨ ଫେବୃୟାରୀ ୨୬ରୁ ଆରମ୍ଭ ହୋଇସାରିଛି ଓ ୨୮ ଫେବୃୟାରୀରୁ ହାର୍ବର ଫେଜ୍ ଆରମ୍ଭ ହୋଇଥିଲା । ଅର୍ଥାତ ସବୁଦେଶର ନୌସେନା ଅଧିକାରୀ ବନ୍ଦରରେ ବସି ସମୁଦ୍ରର ସବୁଠୁ ଭଲ ବ୍ୟବହାର କିପରି କରା ଯାଇପାରିବ ଯେଉଁଥିରେ ସମସ୍ତଙ୍କ ସମ୍ପନ୍ନତା ଥିବ ସେନେଇ ଆଲୋଚନା କରିଛନ୍ତି । ସେହିପରି ମାର୍ଚ୍ଚ ୧ରୁ ୪ ଯାଏଁ ସି-ଫେଜ୍ ହେବ । ଏହି ଫେଜରେ ଯୁଦ୍ଧ ଜାହାଜ ଓ ଅନ୍ୟ ଏୟାରକ୍ର୍କାଫ୍ଟ ସମୁଦ୍ର ଭିତରକୁ ଯାଇ ଅଭ୍ଯାସ କରିବେ ।

ଭାରତ ସବୁବେଳେ ଶାନ୍ତି ସପକ୍ଷରେ ରହି ବିଶ୍ଵକୁ ଶାନ୍ତିର ବାର୍ତ୍ତା ଦେଇଆସିଛି । ଏବେବି ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଭାଙ୍ଗି ଶାନ୍ତି ସ୍ଥାପନା ପାଇଁ ଭାରତ ସନ୍ଦେଶ ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ