ବିଛା ରାଶି ମାସିକ ରାଶିଫଳ April 2022, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ଏବଂ ଚଳନକୁ ନେଇ ରାଶି ମାନଙ୍କର ଭାଗ୍ୟ ନିର୍ଦ୍ଧାରିତ କରାଯାଏ । କାରଣ ଏହା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ କେବେ କମ୍ ପରିଶ୍ରମରେ ଅପାର ସଫଳତା ମିଳିଥାଏ ତ ଆଉ କେବେ ଯେତେ ପରିଶ୍ରମ କଲେ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇ ନଥାଏ । ତେବେ ଗ୍ରହଙ୍କ ସ୍ଥିତି ଓ ଚଳନକୁ ଆଧାର କରି ଆଜି ଆମେ ବିଛା ରାଶିଙ୍କ ରାଶି ଏପ୍ରିଲ ମାସଟି କିପରି ରହିବ ତାହା ଜଣାଇବାକୁ ଯାଉଛି ।

ବିଛା ରାଶିର ଲୋକମାନେ ଅତ୍ୟନ୍ତ ନିର୍ଭୀକ ଓ ସ୍ପଷ୍ଟବାଦୀ ହୋଇଥାନ୍ତି । ଏମାନଙ୍କର ସବୁଠୁ ବଡ ଭଲ ଗୁଣ ହେଉଛି ଏମାନେ ପରିବାର ପ୍ରେମୀ ହୋଇଥାନ୍ତି । ଏମାନେ ପରିବାର ଓ ନିଜ ସନ୍ତାନଙ୍କ ପାଇଁ ସବୁ କିଛି କରିବାକୁ ସକ୍ଷମ ଅଟନ୍ତି । ଏମାନେ ବହୁତ କର୍ମବାଦୀ ଅଟନ୍ତି ଓ କଥା ଅପେକ୍ଷା କର୍ମକୁ ଅଧିକ ଗୁରୁତ୍ଵ ଦିଅନ୍ତି । କଣ ହେବ ତାହା ଚିନ୍ତା ନକରି ଏମାନେ ଆଗକୁ ମାଡି ଚାଲନ୍ତି । ଆଉ ସେଥିପାଇଁ ଏମାନଙ୍କୁ ଜୀବନରେ ସଫଳତା ମିଳିଥାଏ ।

ଏମାନେ ଅନ୍ୟମାନଙ୍କ ସହ ବହୁତ ସହ ମିଶିଯାନ୍ତି କିନ୍ତୁ ଅନ୍ୟର କାର୍ଯ୍ୟକଳାପକୁ ମଧ୍ୟ ବହୁତ ଧ୍ୟାନରେ ରଖନ୍ତି । ବିଛା ରାଶିର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ମହାଗ୍ରହ ଓ ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ । କୌଣସି ଶୁଭ କାର୍ଯ୍ୟରେ ଏହି ରଙ୍ଗର ବ୍ୟବହାର କଲେ ନିଶ୍ଚିତ ସଫଳତା ମିଳିବ । ଶୁଭବାର ହେଉଛି ମଙ୍ଗଳ ବାର । ଏହିଦିନ କୌଣସି ମାସାଇକ ରଖି ବ୍ରତ ଉପାସ ପାଳନ କଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତ ହେବ ।

ଏହି ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ଭୈରବ ଏବଂ ହନୁମାନ । ଶୁଭଦେବୀ ହେଉଛନ୍ତି ମା ମଙ୍ଗଳା ଓ ଶୁଭ ସଂଖ୍ୟା ହେଉଛି ୯ । ଏପ୍ରିଲ ମାସଟି ବିଛା ରାଶିର ଲୋକଙ୍କ ପାଇଁ କିଛି ମାତ୍ରାରେ ସଫଳତା ନେଇ ଆସିବ । ବିଦ୍ୟାରଥୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । କ୍ଯାରିୟର ଦୃଷ୍ଟିରୁ ବିଛା ରାଶିର ଲୋକଙ୍କ ପାଇଁ ମାସଟି ବେଶ ଫଳପ୍ରଦ ରହିବ । କାର୍ଯ୍ୟକ୍ଷେତ୍ରରେ ଧନଲାଭ ହେବା ସହ ପଦରେ ମଧ୍ୟ ବୃଦ୍ଧି ହେବ ।

ଆମ ଯାହାବି କାର୍ଯ୍ୟ ଆରମ୍ଭ କରିବେ ଭାବିଚିନ୍ତି କରନ୍ତୁ ଦେଖିବେ ନିଶ୍ଚୟ ସଫଳତା ପ୍ରାପ୍ତ ହେବେ । ପୂର୍ବରୁ ଅଟକଟି ରହିଥିବା କାର୍ଯ୍ୟ ଅଚାନକ ସଂପୂର୍ଣ୍ଣ ହେବାର ଆପଣ ଦେଖିବାକୁ ପାଇବେ । ଚାକିରି ସନ୍ଧାନରେ ରହିଥିବା ବ୍ୟକ୍ତିମାନେ ଏହି ମାସରେ ଅଳ୍ପ ପରିଶ୍ରମରେ ଭଲ ଚାକିରି ଖଣ୍ଡେ ପାଇବାକୁ ସକ୍ଷମ ହେବେ ।

ପାରିବାରିକ ଜୀବନ ମଧ୍ୟ ବେଶ ଭଲ ରହିବ । ପୂର୍ବ ଅପେକ୍ଷା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । କିନ୍ତୁ କିଛି ଛୋଟ ମାନସିକ ଚିନ୍ତା କିମ୍ବା ସ୍ଵାସ୍ଥ୍ୟଗତ ଚିନ୍ତା ଆପଣଙ୍କୁ ଆସିପାରେ । ପ୍ରତିକାର ପାଇଁ ଆପଣ ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଖିରୀ ଭୋଗ ଲଗାନ୍ତୁ ଦେଖିବେ ନିଶ୍ଚିତ ସଫଳ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।