ନମସ୍କାର ବନ୍ଧୁଗଣ । ଆଜିକାଲି ରାସ୍ତା ଉପରେ କେହି ବି ଡ୍ରାମା କରି ବେଶ ଚର୍ଚ୍ଚା ସାଉଁନ୍ଟୁଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ତେବେ ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ କାର୍ଯ୍ୟ କଳାପ କୁ ନେଇ ଏମିତି କିଛି ହାଇ ଡ୍ରାମା କରୁଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଖବର ପ୍ରସାର ହୋଇଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ରାସ୍ତା ଉପରେ ହାଇ ଡ୍ରାମା ଚାଲିଛି ।
ସ୍ଵାମୀ ଗାଡି ନେଇ ଯାଉଥିବା ବେଳେ କାର ଆଗ ରେ ସ୍ତ୍ରୀ ଶୋଇଲେ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ 35 ବର୍ଷ ଲଢେଇ ପରେ କିଛି ଏମିତି ଢଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି ପ୍ରଥମ ସ୍ତ୍ରୀ । ଯାହାକୁ ନେଇଏ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗୋଟେ କି ଦୁଇ ଟି ନୁହେଁ ବରଂ ସ୍ଵାମୀ କରିଛନ୍ତି 6ଟି ବିବାହ ।
ପୁଣି ନୀତିଦିନ ମଦ୍ୟପାନ କରୁଛନ୍ତି ସ୍ଵାମୀ । ସ୍ଵାମୀ ନିଜ ସ୍ତ୍ରୀ ମାନଙ୍କୁ କହୁଛନ୍ତି ପର ପୁରୁଷ ପାଖକୁ ଯାଅ ମୋତେ ଟଙ୍କା ଆଣି କି ଦିଅ । ଏମିତି ସଙ୍ଗିନ ଅଭିଯୋଗ ନିଜ ସ୍ବାମୀଙ୍କ ନାଁ ରେ ଆଣିଛନ୍ତି ଜଣେ ସ୍ତ୍ରୀ । ସ୍ବାମୀଙ୍କ ନିର୍ଯ୍ୟାତନା ବାବଦରେ ଦୀର୍ଘ ବର୍ଷ ହେବ କୋର୍ଟ କଚେରୀ ରେ ଚକର କାଟି କି ନିରାଶ ହେବା ପରେ ବୁଧବାର ଗୋପ ବ୍ଲକ ପରିସର ରେ ସ୍ଵାମୀ ଗାଡି ଆଗରେ ସୋଇ ପଡିଥିଲେ ସ୍ତ୍ରୀ ।
ଯାହାକୁ ନେଇ ଏବେ ପୁରା ଗୋପ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଆଉ ଏହି ଖବର ପାଇବା ପରେ ପୋଲିସ ସ୍ତ୍ରୀ କୁ ଉଠାଇ ନେଇଛି । ଅଭିଯୋଗ ଅନୁଯାୟୀ ଗୋପ ଅଞ୍ଚଳର ରାଜ କିଶୋର ବିଶ୍ଵାଳ ଙ୍କ ପ୍ରଥମ ସତରେ ରାଜଲକ୍ଷ୍ମୀ ବିଶ୍ଵାଳ ନିଜର ହକ ଦାବି କରି କାର ଆଗରେ ସୋଇ ପଡି ବିବାଦ କରୁଥିଲେ ।
10 କି 15 ମିନିଟ ନୁହେଁ ବରଂ 2 ଘଣ୍ଟା ଧରି ରାସ୍ତା ରେ ଚାଲିଥିଲା ହାଇ ଡ୍ରାମା । ତେବେ ପୁରା ଘଟଣାର ତଦନ୍ତ ଏବେ ପୋଲିସ ଚଲାଇଥିବା ବେଳେ ଅନୈତିକ ସମ୍ପର୍କ ପାଇଁ ଏମିତି ସ୍ଥିତି ଉପୁଜୁଥିବା ସ୍ଥାନୀୟ ଅଞ୍ଚଳ ବାସୀ କହିଛନ୍ତି । ହେଲେ ପୁରା ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।