ବିବାହ ପରେ ପ୍ରତ୍ଯେକଟି ନାରୀର ଜୀବରେ ଆହୁରି ଅନେକ ଗୁଡିଏ ସମ୍ପର୍କ ଯୋଡି ହୋଇଯାଇଥାଏ। ସ୍ଵାମୀ, ଶାଶୁ, ଶ୍ଵଶୁର, ନଣନ୍ଦ, ଦିଅର ଏହିପରି ଅନେକ ସମ୍ପର୍କରେ ଯୋଡି ହୋଇଯାଇଥାନ୍ତି ନାରୀ ମନେ । ତେଣୁ ବିବାହିତା ମହିଳା ମନେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିଥାନ୍ତି, ଯେମିତି ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିବ । ସେଥିପାଇଁ ବେଳେବେଳେ ମହିଳାଙ୍କୁ ନିଜର କିଛି ନିତ୍ୟ ବ୍ୟବହୃତ ଜିନିଷ କିଛି ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ପଡିଥାଏ ।
ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଏମିତି କେଉଁ ସବୁ ଜିନିଷ ଅଛି, ଯେଉଁ ସବୁ ଜିନିଷକୁ ବିବାହିତା ନାରୀ ଅନ୍ୟ ମାନଙ୍କ ସହ ଶେୟାର କରିବା ଉଚିତ ହୋଇନଥାଏ । ନଚେତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ପ୍ରେମ କମିବାକୁ ଲାଗିଥାଏ ।
1- ସିନ୍ଦୁର ହେଉଛି ପ୍ରତ୍ଯେକ ସଧବା ନାରୀର ପ୍ରଥମ ପରିଚୟ । ତେଣୁ ଆପଣ ନିଜ ସିନ୍ଦୁରଙ୍କୁ ଅନ୍ୟ କାହା ସହିତ ମଧ୍ୟ ଶେୟାର କରନ୍ତୁ ନାହିଁ । ଏଥିସହ ଆପଣ ଯେତେବେଳେ ବି ସିନ୍ଦୁର ଲଗାଇବାକୁ ବସୁଛନ୍ତି । ସେତେବେଳେ ଏକେଲା ବସି ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ସିନ୍ଦୁର ଲଗାନ୍ତୁ । ସିନ୍ଦୁର ଲଗାଇବା ସମୟରେ ମୁଣ୍ଡରେ ଓଢଣୀ ଦେବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।
2- ମହିଳା ମନେ ଆଖିରେ କଜ୍ଜଳ ଅର୍ଥାତ କାଜଲ ଲଗାଇବା ଦ୍ଵାରା ତାଙ୍କ ସୁନ୍ଦରତା ଆହୁରି ଅଧିକ ବଢିଯାଇଥାଏ । ଯାହା ସେମାନଙ୍କ ସ୍ଵାମୀଙ୍କୁ ମଧ୍ୟ ଏହା ପସନ୍ଦ ହୋଇଥାଏ । ଆପଣ ନିଜର ଲଗାଉଥିବା କାଜଲ ଅନ୍ୟଙ୍କୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ପ୍ରତି ଥିବା ଆପଣଙ୍କ ସ୍ଵାମୀର ଗଭୀର ଭଲ ପାଇବା କମିବାକୁ ଲାଗିଥାଏ ।
3- ମହିଳା ମନେ ହାତକୁ ସୁନ୍ଦର କରିବା ପାଇଁ ସେଥିରେ ମେହେନ୍ଦୀ ଲଗାଇଥାନ୍ତି । ଆପଣଙ୍କ ମେହେନ୍ଦୀ ଲଗା ଆପଣଙ୍କ ସ୍ଵାମୀଙ୍କର ମଧ୍ୟ ବହୁତ ପସନ୍ଦ ହୋଇଥାଏ । ତେଣୁ ଆପଣ ବ୍ୟବହାର କରୁଥିବା ମେହେନ୍ଦୀ ଅନ୍ୟଙ୍କୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ଵାମୀର ଆପଣଙ୍କ ଉପରୁ ଆକର୍ଷଣ କମିଯାଇଥାଏ ।
4- ମହିଳାମାନେ ନିଜ ମଥାରେ ଲଗାଇଥିବା ବିନ୍ଦି କାଢ଼ିକି ଅନ୍ୟ କାହାରିକୁ ଦେବା ଅଶୁଭ ମାନାଯାଇଥାଏ । ଏହାଦ୍ବାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଥାଏ ।
5- ଚୁଡି ଓ ପାଉଁଜି କେବେବି ଅନ୍ୟ ମାନଙ୍କ ସହିତ ଶେୟାର କରନ୍ତୁ ନାହିଁ । ଏହାଦ୍ବାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଭଲ ପାଇବାର ମଧୁରତା ଆଗ ଭଳି ରହିନଥାଏ ।
ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ