ବିବାହ ଯୋଡା ପିନ୍ଧି ପରୀକ୍ଷା ହଲକୁ ଆସିଲା କନ୍ୟା, ଷ୍ଟୁଡେଣ୍ଟ ସବୁ ଦେଖି ଆଶ୍ଚର୍ଯ୍ୟ ଚକିତ

କିଛି ଝିଅମାନେ ଜଲ୍ଦି ବିବାହ କରିବା ପାଇଁ ଏଥିପାଇଁ ମନା କରିଦିଅନ୍ତି କାରଣ ତାଙ୍କୁ ତାଙ୍କର ଶିକ୍ଷା କିମ୍ବା କ୍ୟାରିୟର ଠାରୁ ଦୂରେଇ ଯିବାର ଡର ଥାଏ । ଆପଣ ବି କେତେ ଥର ଏହିଭଳି ଶୁଣିଥିବେ କି ବିବାହ କାରଣରୁ ଝିଅର ଶିକ୍ଷା ଅଧୁରା ରାହିଯାଏ । ଏମିତି ହିଁ କିଛି ଅବସ୍ଥା ବେଂଗଲୁରୁରେ ରହୁଥିବା ୨୪ ବର୍ଷୀୟ ଝିଅ ସହ ବି ହୋଇଥିଲା । କହିବାକୁ ଗଲେ ହର୍ଷିତା ଏମ.କମ ର ପ୍ରସ୍ତୁତି କରୁଥିଲେ ।

ତାକୁ ତୃତୀୟ ସେମିସ୍ଟରର ପରୀକ୍ଷା ବି ଦେବାର ଥିଲା । କିନ୍ତୁ ହର୍ଷିତାର ପରୀକ୍ଷାର ତାରିଖ ଓ ବିବାହର ତାରିଖ ଗୋଟିଏ ହିଁ ଦିନରେ ଥିଲା । ଏମିତିରେ ହର୍ଷିତା ସାମ୍ନାରେ ସମସ୍ୟା ଥିଲା କି ସେ ପରୀକ୍ଷା ଦେବ ନା ବିବାହ କରିବ । ପରିବାରର ପ୍ରେସର କାରଣରୁ ହର୍ଷିତା ଏହା ନିଷ୍ପତି ନେଇଥିଲା କି ସେ ପରୀକ୍ଷା ଦେବ ନାହିଁ ଓ ବିବାହ କରି ନେବ । କିନ୍ତୁ ପରେ କିଛି ଏମିତି ହେଲା କି ‘ସାପ ବି ମରିଗଲା ଓ ବାଡି ବି ଭାଙ୍ଗିଲା ନାହିଁ’ । କହିବାର ଅର୍ଥ ଏହା ଅଟେ କି ହର୍ଷିତା ଦୁଇଟି କାମକୁ ଖୁସିରେ ଖୁସିରେ କରିଲା ।

ଯେତେବେଳେ ବେଂଗଲୁରୁ ୟୁନିଭର୍ସିଟୀର ରଜିସ୍ଟ୍ରାରଙ୍କୁ ଏହି କଥା ବିଷୟରେ ଜଣା ପଡିଲା କି ତାଙ୍କର ପ୍ରତିଭାଶାଳୀ ଛାତ୍ରୀ ବିବାହ କାରଣରୁ ପରୀକ୍ଷା ଦେବା ପାଇଁ ଅସମର୍ଥ ଅଟେ । ତେବେ ସେ ଏକ ବହୁତ ହିଁ ଭଲ ସମାଧାନ ଖୋଜି ବାହାର କରିଲେ । ୟୁନିଭର୍ସିଟୀର ରଜିସ୍ଟ୍ରାର ଏବଂ ପ୍ରଫେସର ହର୍ଷିତାକୁ ପ୍ରେରିତ କରିଲେ କି ସେ ନିଜର ପରୀକ୍ଷା ନିଶ୍ଚିତ ଦେଉ । ସେ ଆଶ୍ୱାସନା ଦେଲେ କି ବିବାହ ଦିନ ସେ ପରୀକ୍ଷା ଦେଇ ପାରିବ ।

ପୁଣି ଯେତେବେଳେ ପରୀକ୍ଷା ଓ ବିବାହର ତାରିଖ ଆସିଲା ତ ହର୍ଷିତା ପ୍ରଥମେ ସାତ ଫେରା ନେଲା ଓ ପୁଣି କନ୍ୟାର ଯୋଡା ପିନ୍ଧି ପରୀକ୍ଷା ହଲରେ ଯାଇ ବସିଲା । ହର୍ଷିତାର ଅଚାନକ ବିବାହ ଯୋଡାରେ ବସି ପେପର ଲେଖିବାର ଦେଖି ସେଠି ଥିବା ସମସ୍ତ ଛାତ୍ର ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ହର୍ଷିତା ଏହି ପରିକ୍ଷାକୁ ଦେବା ପାଇଁ ୧୦ ମିନିଟ ଡେରିରେ ପହଞ୍ଚିଥିଲା । ତଥାପି ସେ ଖୁସି ଖୁସି ନିଜର ପେପର ଲେଖିଲା ।

ବେଂଗଲୁରୁ ୟୁନିଭର୍ସିଟୀର ପ୍ରଫେସର ଓ ରଜିସ୍ଟ୍ରାର ଡା. ସୀ ଶିବାରାଜୁ ସେନେ କୁହିଲେ କି ହର୍ଷିତାକୁ ଏହି କଥାର ଭୟ ଥିଲା କି ସେ ବିବାହ କାରଣରୁ ସଠିକ ସମୟରେ ପରୀକ୍ଷା ଦେଇ ପାରିବ ନାହିଁ । ଏମିତିରେ ମୁଁ ହର୍ଷିତାକୁ ବିଶ୍ଵାସ ଦେଲି କି ମୁଁ ସେହି ଦିନ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତି ରହିବି । ମୋର ପୁରା ଚେଷ୍ଟା ରହିବ କି ତୁମେ କୌଣସି ବି ପରିସ୍ଥିତିରେ ପରୀକ୍ଷା ଦେବ ।

ୟୁନିଭର୍ସିଟୀର ସପୋର୍ଟିଂଗ ପ୍ରଫେସରଙ୍କ କାରଣରୁ ହର୍ଷିତା ନିଜର ପରୀକ୍ଷା ଦେବାରେ ସଫଳ ହେଲା । ହର୍ଷିତାର ଆଶା ଅଛି କି ସେ ଭଲ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ କରିବ । ହର୍ଷିତା ଭଳି ଦେଶର ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ନିଜର ବିବାହ କାରଣରୁ ନିଜର କ୍ୟାରିୟର କିମ୍ବା ଏଜୁକେଶନ ସହ ବୁଝାମଣା କରିଥାନ୍ତି । ଏମିତିରେ ଆମ ସମସ୍ତଙ୍କର ଦାୟିତ୍ଵ ଏହା ହୋଇଥାଏ କି ଯେତେବେଳେ ବି କୌଣସି ଝିଅ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛି ତେବେ ଆମକୁ ତାଙ୍କର ସାହାର୍ଯ୍ୟ କରିବା ଉଚିତ ।

ଝିଅମାନେ ବିବାହ କରନ୍ତୁ କିନ୍ତୁ ସେଥିପାଇଁ ତାଙ୍କୁ ଯେମିତି ନିଜର ଶିକ୍ଷା କିମ୍ବା ଚାକିରି ଛାଡିବାକୁ ନ ପଡେ । ଏଥିପାଇଁ ଶଶୁର ଘର ଲୋକମାନଙ୍କୁ ବି କିଛି ସାହାର୍ଯ୍ୟ କରିବା ଉଚିତ । ଏହା ସହିତ ନିଜର ମାତା ପିତାଙ୍କର ବି ସାହାର୍ଯ୍ୟ ଦରକାର ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।