କରୋନା ବେଳେ ବିବାହ ଘୁଞ୍ଚିଲେ ମିଳିବ 10 ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ! ଏଥିପାଇଁ ଆପଣଙ୍କୁ କରିବାକୁ ହେବ ବାସ୍ ଏହି ଗୋଟିଏ କାମ !

ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ ଭଳି ମହାମାରୀ । ଫଳରେ ଅନେକ ସ୍ଥାନରେ ଲକଡାଉନ ଭଳି ସ୍ଥିତି ପୁଣି ଫେରିଛି । ଆଉ ଏଥିରୁ ବାଦ ପଡିନି ଭାରତ । ପୂର୍ବରୁ ଦୁଇଟି ଲହରକୁ ସାମ୍ନା କରି ଅସହାୟ ହୋଇ ପଡିଥିବା ଲୋକେ ଟିକେ ଅଣ୍ଟା ସଲକହ କରିବା ବେଳକୁ ପୁଣି ଏବେ ଦାଉ ସଢୁଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଦେଶରେ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିବାହ, ବ୍ରତ ଭଳି ଉତ୍ସବ ଉପରେ ଲାଗିଛି କଟକଣା ।

କିଛି ସ୍ଥାନରେ ଏହାକୁ ସଂପୂର୍ଣ୍ଣ ବାରଣ କରା ଯାଇଥିବା ବେଳେ ଆଉ କିଛି ସ୍ଥାନରେ ଏହାକୁ ନେଇ ନିୟମ କଡା କରାଯାଇଛି । ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଆହୁରି ଅନେକ ସ୍ଥାନରେ ନାଇଟ କର୍ଫ୍ଯୁ ଲାଗୁ ହୋଇଛି । ଏଭଳି ସମୟରେ ଯେଉଁମାନେ ବିବାହ ପାଇଁ ସମସ୍ତ ଯୋଜନା କରି ସାରିଥିଲେ ସେମାନେ ଚିନ୍ତାରେ ପଡି ଯାଇଛନ୍ତି । କାରଣ ସେମାନେ ଦେଇଥିବା ଆଡଭାନ୍ସ ଟଙ୍କା ଆଉ ଫେରି ପାଇବେ କି ନାହିଁ ଏହାକୁ ନେଇ ସମସ୍ତେ ଚିନ୍ତାରେ ।

ହେଲେ ଏବେ ଆଉ ଏଥିପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଯଦି କରୋନା କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିବାହ ଭାଙ୍ଗିଯାଏ ବା ସ୍ଥଗିତ କରିବାକୁ ପଡେ, ତା’ହେଲେ ଖର୍ଚ୍ଚ ହୋଇଥିବା ଟଙ୍କା ଆପଣଙ୍କୁ ମିଳିଯିବ । କାରଣ ଏହି ସମସ୍ଯାକୁ ଏଡାଇବା ପାଇଁ କିଛି ବ୍ଯାଙ୍କ ଏବଂ ବୀମା ଏଜେନ୍ସି ସ୍ଵତନ୍ତ୍ର ବୀମା ବ୍ୟବସ୍ଥା କରିଛନ୍ତି । ICICI ଲୋମବାର୍ଡ, HDFC ଇର୍ଗୋ, ଫ୍ୟୁଚର ଜେନେରାଲ, ବଜାଜ ଆଲିଆଞ୍ଜ ପକ୍ଷରୁ ହୋଇଥିବା ମ୍ୟାରେଜ ଇନ୍ସୁରାନ୍ସରେ ଆପଣଙ୍କୁ ମିଳିପାରିବ ୧୦ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ ।

ଏଥିପାଇଁ ଆପଣଙ୍କୁ ମାସିକ ୭ ହଜାରରୁ ୧୫ ହଜାର ଯାଏଁ ପ୍ରିମିୟମ ଦେବାକୁ ପଡିବ । କ୍ଯାଟରିଙ୍ଗ ପାଇଁ ଦିଆ ଯାଇଥିବା ଅଗ୍ରୀମ ଟଙ୍କା, ବୁକ୍ ହୋଇଥିବା ହଲ୍ ବା ରିସୋର୍ଟର ଗ୍ରୀମ ଖର୍ଚ୍ଚ, ଟ୍ରାଭେଲ ଏଜେନ୍ସିକୁ ଦିଆ ଯାଇଥିବା ଅଗ୍ରୀମ ଟଙ୍କା, ବିବାହ କାର୍ଡ ପ୍ରିଣ୍ଟ ପାଇଁ ଦିଆ ଯାଇଥିବା ଟଙ୍କା, ସାଜସଜ୍ଜା ଓ ବ୍ୟାଣ୍ଡ ବାଜା ପାଇଁ ଦିଆ ଯାଇଥିବା ଅଗ୍ରୀମ ଟଙ୍କା ଆଦି ବାବଦରେ ଆପଣଙ୍କୁ ମିଳିଯିବ ଇନ୍ସୁରାନ୍ସ ଟଙ୍କା । ବୀମା କରିବା ବେଳେ ଆପଣଙ୍କୁ ସମସ୍ତ ଖର୍ଚ୍ଚ ବୀମା ଏଜେନ୍ସିକୁ ରିପୋର୍ଟ କରିବାକୁ ପଡିବ ।

ଆପଣଙ୍କ ବିବାହ ସ୍ଥଗିତ ହେବା ମାତ୍ରେ ତୁରନ୍ତ ବୀମା କମ୍ପାନୀଙ୍କୁ ଜଣାନ୍ତୁ । ଯଦି ବିବାହ ସ୍ଥାନରୁ କିଛି ଚୋରି ହୋଇଯାଏ କିମ୍ବା ସ୍ଥଗିତ ହୋଇଯାଏ ତେବେ ଏହାକୁ ତୁରନ୍ତ ପୋଲିସକୁ ଜଣାଇବା ପରେ ଏକ ଏଫଆଇଆର କପି ବୀମା କମ୍ପାନୀରେ ଜମା କରନ୍ତୁ । କମ୍ପାନୀରେ ବା ବ୍ଯାଙ୍କରେ ସମସ୍ତ ପ୍ରମାଣପତ୍ର ଦାଖଲ କରି ଇନ୍ସୁରାନ୍ସ ଦାବି କରନ୍ତୁ । ଆପଣଙ୍କ ବୀମା କମ୍ପାନୀ ଏହାର ଅନୁସନ୍ଧାନ ପାଇଁ ଏକ ପ୍ରତିନିଧି ପଠାଇବ ଓ ତା’ପରେ ଆପଣ ଦାବି କରିଥିବା ଟଙ୍କା ପାଇପାରିବେ ।

ଯଦି ଆପଣ କୌଣସି ସମସ୍ଯାର ସମୁଖୀନ ହୁଅନ୍ତି ତେବେ ସିଧା କୋର୍ଟଙ୍କ ସାହାଯ୍ୟ ନେଇପାରିବେ । କମ୍ପାନୀରେ କ୍ଳେମ କରିବାର ୩୦ ଦିନ ମଧ୍ୟରେ ଆପଣଙ୍କୁ ଇନ୍ସୁରାନ୍ସ ଟଙ୍କା ମିଳିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।