ସଜେଇ ହେଉଛି ବୁଢୀ ମା। ବୋହୂମାନେ ମୁହଁରେ ହଳଦୀ ଲଗାଇ ଦେଉଛନ୍ତି । ନୂଆ ଶାଢୀ ପିନ୍ଧାଇ ଦେଉଛନ୍ତି। ବଡ ପୁଅ ମା’ର ଲୁହକୁ ନିଜ ଗାମୁଛାରେ ପୋଛି ପକାଉଛି। ପଛ କଥା ଭୁଲି ଜନ୍ମ କଲା ମା’କୁ ପୁଣି କୋଳେଇ ନେଇ ସେବା ଶୁଶ୍ରୂଷା କରିବାକୁ ଆଗେଇ ଆସିଛନ୍ତି ପୁଅ ଓ ବୋହୂ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ଶ୍ୟାମଦାଶପୁର ଗାଁର ଇଏ ହେଉଛନ୍ତି ସେହି କୌଶଲ୍ୟା କର ଯିଏ କି ଅନ୍ଧାର ରାତିରେ ରାସ୍ତାରେ ଘୁଷୁଡି ଘୁଷୁଡି ଚାଲୁଥିଲେ ।
ଆଉ ଏ ହେଉଛି ଆଜିର ଦ୍ରୁଶ୍ଯ ଆଉ ପାର୍ଥକ୍ଯ ମଧ୍ୟ 24 ଘଣ୍ଟା ର । ସୂଚନା ଅନୁଯାୟୀ କୌଶଲ୍ୟା ଙ୍କ ଖବର ପ୍ରସାର ହେବା ପରେ ତାଙ୍କୁ ବୃଦ୍ଧାଶ୍ରମ ନେବାକୁ ଅଣ୍ଟା ଭିଡି ଥିଲା ପ୍ରଶାସନ । ବିଭିନ୍ନ ସ୍ଵେଚ୍ଛା ସେବି ସଂଘଠନ ମଧ୍ୟ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । ଖବର ପ୍ରସାର ହେବା ପରେ ତତ୍ପରତା ଦେଖାଇ ଥିଲେ ପରିବାର ଲୋକେ । ଶେଷରେ ନିଜ ଭୁଲ ସ୍ଵୀକାର କରି ବୁଢୀ ମା କୁ ଘରକୁ ଫେରାଇ ଆଣିଛନ୍ତି 4 ପୁଅ ଓ 4 ବୋହୂ ।
ପୂର୍ବରୁ ଖାଲି ଖଟିଆ ଆରେ ଶୋଇଥିବା ମା କୁ ଆଣି ବେଡରେ ଶୁଆଇଛନ୍ତି ପୁଅ ବୋହୂ ମାନେ । ମା ର ସେବା ଯତ୍ନ କରିବା ସହ ହଳଦୀ ଲଗାଇ ନୂଆ ଶାଢୀ ପିନ୍ଧାଇ ସ୍ନେହ ମମତା ଓଜାଡି ଦେଇଛି ପୁଅ ବୋହୂ । ଅନ୍ୟ ପଟେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ମଧ୍ୟ ସଂପୂର୍ଣ୍ଣ ସହଯୋଗର ହାତ ବଢାଇଛି । ଏହି ଖବର ବିଷୟରେ ମୁଖ୍ୟ ସଚିବ ଅବଗତ ହେବା ପରେ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ପ୍ରଶାସନ ତତ୍ପର ହୋଇ ସମ୍ପୃକ୍ତ ବ୍ୟକ୍ତି ଙ୍କ ଘରେ DSO ପହଞ୍ଚି ସରକାରଙ୍କ ତରଫରୁ ଆର୍ଥିକ ସହାୟତା ରାଶି 10 ହଜାର ଟଙ୍କା ଓ ଔଷଧ ଦେଥିଲେ । ଏହା ସହ ଘଟଣାର ଯେମିତି ପୁନଃରାବୃତ୍ତି ନ ହୁଏ ସେଥିପାଇଁ ପୁଅ ବୋହୂ ଙ୍କୁ ତାଗିଦ ମଧ୍ୟ କରିଛନ୍ତି ପ୍ରଶାସନ । ଏହି ଘଟଣାକୁ ନେଇ ଜିଲ୍ଲା ଓ ଜିଲ୍ଲା ବାହାରୁ ବିଭିନ୍ନ ସାମାଜିକ ସଂଘଠନ ଓ ମାନବ ଅଧିକାର କର୍ମୀ ପହଞ୍ଚି ବୁଢୀ ମା କୌଶଲ୍ୟା ଙ୍କୁ ଜରାଶ୍ରମ ରେ ରଖିଆବାକୁ ପୁଅ ବୋହୂ ଙ୍କୁ କହିଥିଲେ ।
ହେଲେ ଘର ଲୋକେ କିନ୍ତୁ ବୁଢୀ ମା କୁ ଛାଡିବାକୁ ରାଜି ହୋଇ ନ ଥିଲେ । ଆଉ ଶେଷରେ ପୁଅ ବୋହୂ କୋଳେଇ ନେଇଛନ୍ତି ବୁଢୀ ମା ଙ୍କୁ । ତେବେ ସେ ଯାହା ବି ହେଉ ନା କାହିଁକି 80 ବର୍ଷର ବୃଦ୍ଧା ଙ୍କୁ ପୁଅ ବୋହୂ କୋଳେଇ ନେଇ ଥିବାରୁ ସମସ୍ତେ ଏହାକୁ ସ୍ଵାଗତ କରିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ଶେୟର, କମେଣ୍ଟ କରନ୍ତୁ, ଧନ୍ୟବାଦ ।