ଭାରତୀୟ ସେନା ନେଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପ୍ରତିଶୋଧ, ପ୍ରତାଡିତ କରିଥିବା ପାକ କମାଣ୍ଡୋକୁ ମାରିବା ସହିତ କଲେ…

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନାମ ସାମାନକୁ ଆସିଲେ ଲୋକମାନଙ୍କ ମଧ୍ୟରେ ଏକ ସାହସ ଭରା ଭାବନା ଜାଗି ଉଠେ । ଆମର ଛାତି ଗର୍ବରେ ଚଉଡା ହୋଇଯାଏ । ଶତ୍ରୁର ଘରେ ଥିବା ସତ୍ବେ ବି ଅଭିନନ୍ଦନଙ୍କର ମୁଣ୍ଡ ତଳକୁ ହୋଇ ନ ଥିଲା । ଅଭିନନ୍ଦନଙ୍କର ଫେରିବାକୁ ନେଇ ଭାରତରେ ଦୀପାବଳି ପାଳନ କରାଯାଇଥିଲା । ମିଗ – ୨୧ ଉପରେ ବସିଥିବା ଅଭିନନ୍ଦନ ଯେତେବେଳେ ପାକିସ୍ତାନର F – ୧୬କୁ ନଷ୍ଟ କରିଦେଲେ,

ତେବେ ସେ ପାକିସ୍ତାନରେ ଯାଇ ପଡିଥିଲେ ଓ ଏହା ପରେ ତାଙ୍କର କେତେକ ଭିଡିଓ ସୋସିୟାଲ ମିଡିୟାରେ ଭାଇରାଲ ହେବାକୁ ଲାଗିଲା । ସେହି ସମୟରେ ଅଭିନନ୍ଦନଙ୍କର ଚେହେରା ରକ୍ତରେ ଭରପୁର ଥିଲା ଓ ପାକିସ୍ତାନୀ ତାଙ୍କୁ ଚାରିଆଡେ ଘେରି ରଖିଥିଲେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ କହିଦେଉଛୁ ଯେ ଭାରତୀୟ ସେନା ଅଭିନନ୍ଦନଙ୍କ ସହିତ ହୋଇଥିବା ସେହି ବ୍ୟବହାର ର ପ୍ରତିଶୋଧ ନେଇଛନ୍ତି ।

ନିୟନ୍ତ୍ରଣ ରେଖା ଭିତରେ ଅନୁ ପ୍ରବେଶ କରୁଥିଲା ପାକିସ୍ତାନୀ କମଣ୍ଡୋ ଅହମଦ

ଧାରା – ୩୭୦ ହଟାଇବା ପରେ ପାକିସ୍ତାନ ଭାରତର ଶାନ୍ତି ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି  । ଯେଉଁ କାରଣରୁ ସେ ବାରମ୍ବାର ନିୟନ୍ତ୍ରଣ ରେଖାକୁ ପାର କରିବା ପାଇଁ ଚେଷ୍ଟା କରୁଛି । ଏହି ଚେଷ୍ଟା ପାକିସ୍ତାନୀ କମଣ୍ଡୋ ଅହମଦ ଖାନ ବି କରୁଥିବାର ନଜର ଆସିଥିଲା, କିନ୍ତୁ ଭାରତୀୟ ସେନା ତାକୁ ମାରିଦେଇଛନ୍ତି । ମିଡିୟା ରିପୋର୍ଟ ଅନୁସାରେ ୧୭ ଅଗଷ୍ଟକୁ ଭାରତୀୟ ସେନା ପାକିସ୍ତାନୀ କମାଣ୍ଡୋକୁ ନିୟନ୍ତ୍ରଣ ରେଖା ପାର କରିବାର ଚେଷ୍ଟା ସମୟରେ ମାରି ଦେଇଛନ୍ତି ।

ପୁରା ହେଲା କମାଣ୍ଡର ଅଭିନନ୍ଦନଙ୍କ ପ୍ରତିଶୋଧ

୨୭ ଫେବ୍ରୁୟାରୀରେ ପାକ ଦ୍ଵାରା ଅଭିନନ୍ଦନକୁ ଧରାଯିବା ପରେ ପାକିସ୍ତାନ ଦ୍ଵାରା ଜାରି କରାଯାଇଥିବା ଫଟୋରେ ଦାଢିବାଲା ଆହମଦ ଖାନକୁ IAF ଅଧିକାରୀ ଅଭିନନ୍ଦନଙ୍କ ପଛରେ ଆପଣ ଦେଖି ପାରିବେ । ଯାହାକୁ ଭାରତୀୟା ସେନା ବର୍ତ୍ତମାନ ମାରି ଦେଇଛନ୍ତି । ମିଡିୟା ଜଗତରେ ଏହାକୁ ଅଭିନନ୍ଦନଙ୍କର ପ୍ରତିଶୋଧ ବୋଲି କୁହାଯାଉଛି । କହିଦେଉଛୁ ଯେ ପାକିସ୍ତାନୀ ନାଗରିକ ଓ ସେନା ଅଭିନନ୍ଦନଙ୍କ ସହିତ ଖରାପ ବ୍ୟବହାର କରିଥିଲେ, ଯାହା ଉପରେ ପୁରା ଦେଶ ଆକ୍ରୋଶରେ ଆସି ଯାଇଥିଲା ।

ମିଡିୟା ରିପୋର୍ଟ ଅନୁସାରେ ପାକିସ୍ତାନୀ କମାଣ୍ଡୋ ନୌଶେରା, ସୁଂଦରବନୀ ଓ ପଲ୍ଲନୱାଲା ସେକ୍ଟର ଗୁଡିକରେ ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରାଉଥିଲା, କିନ୍ତୁ ବର୍ତ୍ତମାନ ତାହର ଏହି ମିସନ ଫେଲ ହୋଇ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।