ଭାଇରାଲ ଫିବରକୁ ମୂଳରୁ ଭଲ କରିଥାଏ ପିଆଜ ପାଣି, ଏହା ସହିତ ମିଳିଥାଏ ଏହି ସବୁ ବଡ ଲାଭ

ବଦଳୁବା ମୌସମରେ ଭାଇରାଲ ଫିବର, ଜ୍ଵର ଥଣ୍ଡା କାଶ ହେବାର ଚାନ୍ସ ବଢିଯାଇଥାଏ ଓ ପିଲାମାନଙ୍କୁ ଏହି ରୋଗ ସହଜରେ ହୋଇଥାଏ । ଶରୀରର ଇମ୍ୟୁନିଟି ଲେବୁଲ କମଜୋର ହୋଇଗଲେ କାହାକୁ ବି ଭାଇରାଲ ଫିବର ହୋଇପାରେ । ଯଦି ଏହି ସମୟରେ ପିଆଜ ର ପ୍ରୟୋଗ କରାଯାଏ ତେବେ ଏହି ସବୁ ରୋଗରୁ ସହଜରେ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ପିଆଜକୁ ଆପଣ ଥଣ୍ଡା ଜ୍ଵର ବା ଭାଇରାଲ ଫିବର ହେଲେ କିପରି ବ୍ୟବହାର କରିବେ ।

ଏମିତି ତିଆରି କରନ୍ତୁ ପିଆଜ ପାଣି

ଆପଣ ପିଆଜକୁ ନେଇ ତାହାକୁ ସରୁ ସରୁ କରି କାଟି ଦିଅନ୍ତୁ । ପୁଣି ଗୋଟିଏ ପାତ୍ରରେ ଏହାକୁ ରଖି ସେଥିରେ ପାଣି ମିଶାଇ ଦିଅନ୍ତୁ ଓ ତାହାକୁ ୮ ଘଣ୍ଟା ପର୍ଯ୍ୟନ୍ତ ଏମିତି ରହିବାକୁ ଦିଅନ୍ତୁ ।

ଏହି ପାଣିର ସ୍ଵାଦ ଭଲ ନ ଲାଗିଲେ ଆପଣ ଏଥିରେ ମହୁ ମିଶାଇ ପାରିବେ । ମହୁ ମିଶାଇବା ଦ୍ଵାରା କେବଳ ପାଣିର ସ୍ଵାଦ ବଢି ନଥାଏ ବରଂ କାଶ ମଧ୍ୟ ଭଲ ହୋଇଯାଏ ।

ପିଲାମାନଙ୍କୁ ଏହି ପାଣି ଅଧିକ ଦିଅନ୍ତୁ ନାହିଁ

ପିଆଜ ର ପାଣି ଆପଣ ପିଲାମାନଙ୍କୁ ଓ ଗର୍ଭବତୀ ମହିଳାମାନଙ୍କୁ ଅଧିକ ପିଇବାକୁ ଦିଅନ୍ତୁ ନାହିଁ । ଦିନରେ କେବଳ ଦୁଇ ଥର ପିଲାଙ୍କୁ ଏହା ପିଇବାକୁ ଦିଅନ୍ତୁ ।

ଜାଣନ୍ତୁ ପିଆଜ ପାଣିର ଗୁଣ

୧. ପିଆଜ ପାଣିରେ ଆଣ୍ଟିଅକ୍ସିଡେଣ୍ଟ ଓ ଇଂଫ୍ଲେମେଟରୀ ତତ୍ତ୍ଵ ମିଳୁଥିବାରୁ ଏହା ଶରୀରକୁ ଥଣ୍ଡାରୁ ରକ୍ଷା କରିଥାଏ ।

୨. ଏହା ବ୍ଯତୀତ ଏଥିରେ ଆଣ୍ଟିମାଇକ୍ରୋବିୟଲ ତତ୍ତ୍ଵ ଥାଏ ଯାହା କଫକୁ ଭଲ କରିବାର କାମ କରିଥାଏ ।

୩. ଯେଉଁ ଲୋକ ସପ୍ତାହରେ ତିନି ଥର ପିଆଜ ପାଣି ପିଇଥାନ୍ତି ତାଙ୍କର ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ ଓ ସେମାନଙ୍କୁ ରୋଗ ହେବାର ଚାନ୍ସ କମ ଥାଏ ।

୪. ପିଆଜ ରସ ପିଇବା ଦ୍ଵାରା ଫୁସଫୁସ ରୁ ଟକ୍ସିନ୍ସ ବାହାରି ଯାଇଥାଏ ଓ ଫୁସଫୁସ ସମ୍ବନ୍ଧୀୟ ରୋଗ ବି ହୋଇ ନ ଥାଏ ।

ପିଆଜ ପାଣିର ଗୁଣ ଜାଣିବା ପରେ ଆପଣ ଏହାର ସେବନ ଅବଶ୍ୟ କରନ୍ତୁ ଯାହା ଦ୍ଵାରା ବଦଳୁଥିବା ମୌସମରେ ଭାଇରାଲ ଫିବର, ଥଣ୍ଡା କାଶ ଭଳି ରୋଗରୁ ଆପଣଙ୍କୁ ରକ୍ଷା ମିଳିବ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।