ଭୀଷ୍ମ ପିତାମହଙ୍କ ସହିତ ଛଳ କରିଥିବାରୁ ଅର୍ଜୁନଙ୍କୁ ମିଳିଥିଲା ଏହି ଦଣ୍ଡ, ଜାଣନ୍ତୁ ଅର୍ଜୁନଙ୍କ ବଧ ସହିତ ଯଦି ଏହି ରୋଚକ କଥା

ମହାଭାରତର ଯୁଦ୍ଧ ଜିତିବା ପାଇଁ ଅର୍ଜୁନ ଛଳର ପ୍ରୟୋଗ କରିଥିଲେ ଓ ଏହି ଛଳର ଦଣ୍ଡ ଅର୍ଜୁନଙ୍କୁ ତାଙ୍କର ପୁତ୍ର ହାତରେ ମିଳିଥିଲା । ମହାଭାରତ ଗ୍ରନ୍ଥ ଅନୁସାରେ ଅର୍ଜୁନ ଭୀଷ୍ମ ପିତାମହଙ୍କ ସହିତ ହୋଇଥିବା ଯୁଦ୍ଧ ସମୟରେ ଛଳ କରିଥିଲେ ଓ ଏହି କାରଣରୁ ଭୀଷ୍ମ ପିତାମହଙ୍କର ମୃତ୍ୟୁ ହୋଇଥିଲା । ଏହି ଛଳରେ ଅର୍ଜୁନଙ୍କୁ ଏକ ଅଭିଶାପ ବି ମିଳିଥିଲା ଓ ଏହି ଅଭିଶାପ ଅନୁସାରେ ଅର୍ଜୁନଙ୍କର ବଧ ତାଙ୍କର ହିଁ ପୁତ୍ରଙ୍କ ହାତରେ ହୋଇଥିଲା ।

ଏହା ଅଟେ ପୁରା କାହାଣୀ

ମହାଭାରତ ଯୁଦ୍ଧରେ ଭୀଷ୍ମ ପିତାମହଙ୍କୁ ପରାଜୟ କରିବା ପରେ ଅର୍ଜୁନ ଅଶ୍ଵମେଧ ଯଜ୍ଞ ପାଇଁ ମଣିପୁର ଗଲେ । ଏଠି ଅର୍ଜୁନଙ୍କୁ ତାଙ୍କର ପୁତ୍ର ବଭୃବାହନ ସ୍ଵାଗତ କରିଲେ । ବଭୃବାହନଙ୍କୁ ଯୁଧ୍ୟ – ସଜ୍ଜାରେ ନ ପାଇ ଅର୍ଜୁନ ରାଗି ଯାଇ ତାଙ୍କୁ ଯୁଧ୍ୟ ପାଇଁ ଆମନ୍ତ୍ରଣ କରିଲେ । ଏହା ପରେ ପତ୍ନୀ ଉଲୂପୀ ଯିଏକି ବଭୃବାହନଙ୍କର ସାବତ ମା ଥିଲେ ସେ ଯୁଧ୍ୟ ପାଇଁ ତାଙ୍କୁ ପ୍ରେରିତ କରିଲେ ।

ଯୁଧ୍ୟରେ ବଭୃବାହନ ଅର୍ଜୁନଙ୍କୁ ମାରିଦେଲେ । ଅର୍ଜୁନଙ୍କର ମୃତ୍ୟୁ ଦେଖି ବଭୃବାହନଙ୍କର ମା ଓ ଅର୍ଜୁନଙ୍କର ପତ୍ନୀ ଚିତ୍ରାଙ୍ଗଦା ଉଲୂପୀ ଉପରେ ବହୁତ କ୍ରୋଧିତ ହୋଇଗଲେ କାରଣ ସେ ହିଁ ବଭୃବାହନଙ୍କୁ ଅର୍ଜୁନଙ୍କୁ ମାରିବା ପାଇଁ ପ୍ରେରିତ କରିଥିଲେ ।

ଏହି ସବୁ ଶୁଣିବା ପରେ ଉଲୂପୀ ସଞ୍ଜିବନୀ ମଣିର ପ୍ରୟୋଗ କରି ଅର୍ଜୁନକୁ ପୁଣି ଥରେ ଜୀବିତ କରିଦେଲେ । ଅର୍ଜୁନ ଜୀବିତ ହେବା ପରେ ଉଲୂପୀ ଚିତ୍ରାଙ୍ଗଦାଙ୍କୁ କହିଲେ କି ସେ ଜାଣିଶୁଣି ବଭୃବାହନଙ୍କୁ ଅର୍ଜୁନଙ୍କ ସହିତ ଯୁଧ୍ୟ କରିବା ପାଇଁ କହିଥିଲେ । କାରଣ ସେ ଜାଣିଥିଲେ କି ଏହି ଯୁଧ୍ୟରେ ଅର୍ଜୁନଙ୍କର ମୃତ୍ୟୁ ହେବ । ଉଲୂପୀ ଚିତ୍ରାଙ୍ଗଦାଙ୍କୁ କହିଲେ କି, ଅର୍ଜୁନ ଛଳ ଦ୍ଵାରା ଭୀଷ୍ମ ପିତାମହଙ୍କୁ ଯୁଧ୍ୟରେ ମାରିଥିଲେ ।

ଯେଉଁ କାରଣରୁ ଅର୍ଜୁନଙ୍କୁ ଏକ ଅଭିଶାପ ମିଳିଥିଲା । ଏହା ପରେ ଚିତ୍ରାଙ୍ଗଦା ଉଲୂପୀଙ୍କୁ ଏହି ଅଭିଶାପ ବିଷୟରେ ପଚାରିଲେ । ସେତେବେଳେ ଉଲୂପୀ କହିଲେ କି ସେ ଥରେ କୌଣସି କାମରେ ଗଙ୍ଗାତଟକୁ ଯାଇଥିଲେ । ସେଠି ଗଙ୍ଗା ତାଙ୍କୁ ଅଭିଶାପ ଦେଇଥିଲେ କି ତୁମର ମୃତ୍ୟୁ ତୁମର ପୁତ୍ର ହାତରେ ହିଁ ହେବ । ଏହି ଅଭିଶାପକୁ ସତ୍ୟ କରିବା ପାଇଁ ମୁଁ ଏହି ସବୁ ନାଟକ କରିଥିଲି ।

ମୋ ପାଖରେ ସଞ୍ଜିବନୀ ମଣି ଥିଲା ଓ ଅଭିଶାପ ପୁରା ହେବା ପରେ ମୁଁ ଏହାର ପ୍ରୟୋଗ କରିଦେଲି । ଏହା ଦ୍ଵାରା ଅଭିଶାପ ବି ପୁରା ହୋଇଗଲା ଓ ଅର୍ଜୁନ ବି ବଞ୍ଚିଗଲେ । ଏହା ପରେ ଚିତ୍ରାଙ୍ଗଦା ସବୁ ବୁଝିଗଲେ ।

ଅର୍ଜୁନଙ୍କର ଜୀବନ ସହିତ ଜଡିତ ଏହି କଥାରୁ ଏହା ଶିକ୍ଷା ମିଳିଲା କି ଯେଉଁ ଲୋକମାନେ ନିଜ ଜୀବନରେ ଛଳ କିମ୍ବା ଧୋକା କରିଥାନ୍ତି, ସେମାନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିଥାଏ । ଅର୍ଜୁନଙ୍କ ଉପରେ ଶ୍ରୀ କୃଷ୍ଣଙ୍କର ହାତ ଥିଲା ତଥାପି ତାଙ୍କୁ ତାଙ୍କର ପୁତ୍ର ହାତରେ ମୃତ୍ୟୁବରଣ କରିବାକୁ ପଡିଲା । ସେଥିପାଇଁ ଆପଣମାନେ ବି ନିଜ ଜୀବନରେ କାହା ସହିତ ବି ଛଳ କରନ୍ତୁ ନାହିଁ କାରଣ ତାହାର ଦଣ୍ଡ ଆପଣଙ୍କୁ ନିଶ୍ଚିତ ମିଳିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।