ଗତ ଶନିବାର ଠାରୁ କେରଳର ଦକ୍ଷିଣ ଓ ମଧ୍ୟକ ଭାଗ୍ୟରେ ଅତି ପ୍ରବଳ ବର୍ଷା ବର୍ଷା ଯୋଗୁଁ ଅନେକ କ୍ଷ-ୟ-କ୍ଷ-ତି ଘଟିଛି । ବନ୍ୟାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ କୋଟାୟାମ ଓ ଉଡୁକ୍କି ଜିଲ୍ଲାର ପାହାଡୀ ଅଞ୍ଚଳ ମାନଙ୍କରେ ଭୁସ୍ଖଳନ ଯୋଗୁଁ ଅନେକ ଲୋକ ନି-ଖୋ-ଜ ଅଛନ୍ତି । ସେଠାକାର ଲୋକଙ୍କ ଉଦ୍ଧାର ପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ସେନାର ସହାୟତା ଲୋଡିବାକୁ ପଡିଛି । ଭାରତୀୟ ପାଣିପାଗ ବିଭାଗ କେରଳର ୬ ଗୋଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି ।

ଏହି ସବୁ ଜିଲ୍ଲା ମାନଙ୍କରେ ଗତ ଶୁକ୍ରବାର ରାତିରୁ ଭାରି ମାତ୍ରାରେ ଲଗାଣ ବର୍ଷା ହେଉଛି । ଯାହାଫଳରେ ଆଖପାଖରେ ଥିବା ଅନେକ ନଦୀବନ୍ଧ ଭରି ଯାଇଛି ଓ ଜଳ ଚାପ କମ୍ କରିବା ପାଇଁ ଅନେକ ଗେଟ୍ ମଧ୍ୟ ଖୋଲି ଦିଆଯାଇଛି । କୋଟାୟାମ ଜିଲ୍ଲାର କିଛି କିଛି ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ସେଣ୍ଟିମିଟରରୁ ମଧ୍ୟ ଅଧିକ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆଗକୁ କିଛି ଅଞ୍ଚଳରେ ତେଜ ପବନ ସହ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ କରାଯାଇଛି । ଭୀଷଣ ବର୍ଷା ଯୋଗୁଁ କେରଳରେ ଅନେକ ଛା-ତି-ଥ-ରା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଉ ଏକ ଦୃଶ୍ୟର ଭି-ଡି-ଓ ସମାନାକୁ ଆସିଛି । ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏହା ହେଉଛି ବନ୍ୟାରେ କୋଠାଘର ଭା-ସି-ଯିବାର ଏକ ଦୃଶ୍ୟର ଭି-ଡି-ଓ ।
ପ୍ରବଳ ବର୍ଷା ଯୋଗୁଁ କେରଳର କୋଟାୟାମର ମୁଣ୍ଡକାୟମରେ ଏକ ନଦୀରେ ପ୍ରବଳ ଜଳସ୍ରୋତ ମା-ଡି ଆସିଥିଲା । ଯାହାଫଳରେ ନିମିଷକେ ଏକ କୋଠାଘର ମୂଳରୁ ପାଣିକୁ ଟ-ଳି ପ-ଡି ଭା-ସି ଯାଇଥିଲା । ଜଳର ଏହିପରି ତା-ଣ୍ଡ-ବ ରୂପ ଦେଖିଲେ ଆପଣଙ୍କ ଛାତି ଥ-ରି-ଯି-ବ । ଦେଖୁ ଦେଖୁ କୋଠାଘରଟି ପାଣି ଭିତରେ ଅଦୃଶ୍ୟ ହୋଇ ଯାଇଥିଲା । କିଛି ଲୋକ ଏହି ଘ-ଟ-ଣା-ର ଭି-ଡି-ଓ କ୍ୟାମେରାରେ କଏଦ କରି ନେଇଥିବା ବେଳେ, ବର୍ତ୍ତମାନ ଏହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ବର୍ଷା ସ୍ଥିତି ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଓ ପ୍ରଭାବିତ ଅଞ୍ଚଳରେ ଉ-ଦ୍ଧା-ର କାର୍ଯ୍ୟ ତେଜ କରିବା ପାଇଁ ଆଦେଶ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।