ଭିଣୋଇ ହିଁ ହେଉଛନ୍ତି ଫେରାର ବୋହୂ Nandiniର ବୟଫ୍ରେଣ୍ଡ, ବରର ବଡଭାଇ ଖୋଲିଦେଲେ ଝିଅଘରର ସବୁ ରାଜ୍… ଦେଖନ୍ତୁ Video

ଭୁବନେଶ୍ବରରେ ବାହାଘର ପରଦିନ ହିଁ ବୋହୂ ସ୍ଵାମୀକୁ ମାଡ ମାରି ଫେରାର ହୋଇଯିବା ଘଟଣାକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । ଏନେଇ ପୁଅ ବଳରାମ ଓ ତାଙ୍କ ବାପା ମନ୍ତବ୍ୟ ଦେଇ ସାରିଥିବା ବେଳେ ଏବେ ବଳରାମଙ୍କ ବଡଭାଇ ସଂପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ ସାନ ଭାଇର ବାହାଘର ପାଇଁ ଝିଅ ଖୋଜାଖୋଜି କରିବା ଭିତରେ ରାଜା ନାମକ ଜଣେ ଭଦ୍ରଲୋକ ଏକ ବାହାଘର ପ୍ରସ୍ତାବ ନେଇ ଆସିଥିଲେ ।

ମଧ୍ୟସ୍ଥି ହୋଇ ବାହାଘର କରେଇବା ସେ ପୁଅଘର ଠାରୁ ୨୦ ହଜାର ଟଙ୍କା ମଧ୍ୟ ନେଇଛନ୍ତି । ସେ ଝିଅର ଫଟୋ ଦେଖାଇବା ସହ ଝିଅଘର ସହ ସେମାନଙ୍କ କଥାବାର୍ତ୍ତା କରେଇ ଥିଲେ । ସୁନ୍ଦର ଝିଅ ଦେଖି ପୁଅଘର ଲୋକ ଝିଅକୁ ପସନ୍ଦ କରିଥିଲେ । ଝିଅଘର ଲୋକ କିନ୍ତୁ କହିଥିଲେ କି ସେମାନେ ବାହାଘର ଖର୍ଚ୍ଚ ଉଠେଇ ପାରିବେ ନାହିଁ । ତେଣୁ ପୁଅଘର ଲୋକେ ସବୁ ଖର୍ଚ୍ଚ ଉଠେଇବା ସହ ସେମାନେ ଯେଉଁଠି କହିବେ ସେଇଠି ଭୋଜି ଦେବେ ବୋଲି କହିଥିଲେ ।

କିନ୍ତୁ ଝିଅଘର କହିଥିଲେ କି ସେମାନେ ଝିଅକୁ ନେଇକରି ଆସି ପୁଅଘରେ ବାହା କରେଇବେ । ତାଙ୍କ କଥାରେ ରାଜି ହୋଇ ହୋଇଥିଲେ ପୁଅଘର ଏବଂ ଗତ ୧୨ ତାରିଖ ଦିନ ବୈଦିକ ରୀତିରେ ନନ୍ଦିନୀ ଓ ବଳରାମଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା । କିନ୍ତୁ ବାହାଘର ବେଳେ ଝିଅଘର ବଳରାମଙ୍କ ଉପର ଘର ସବୁ ବୁଲି ଦେଖିଥିଲେ ଓ ସେହିଦିନ ହିଁ ହୁଏତ ସେମାନେ ଟଙ୍କା ଓ ଗହଣା ନେଇ ଫେରାର ହେବାର ଯୋଜନା କରିଥିଲେ ।

ବାହାଘର ଦିନ ରାତିରେ ନନ୍ଦିନୀ ନିଜ ଭିଣୋଇ ତ୍ରିଲୋଚନ ପ୍ରଧାନଙ୍କ ସହ ନ୍ୟୁଡ ଭିଡିଓ କଲ୍ କରୁଥିବା ଦେଖିଥିଲେ ବଳରାମ । କିନ୍ତୁ ସେ ଭୁଲ ମାଗିବାରୁ ନିଜ ହେବ ଭାବି ସେ ଚୁପ୍ ରହିଥିଲେ । ତା’ ପରଦିନ ସକାଳେ ଚାଲାଖିରେ ମନ୍ଦିର ଯିବେ ବୋଲି କହି ଘରୁ ଯାଇଥିଲେ । କିନ୍ତୁ ପୂର୍ବରୁ ନିଜ ଭିଣୋଇଙ୍କୁ ମଧ୍ୟ ସେଠାକୁ ଡକେଇ ଥିଲେ ଓ ବଳରାମଙ୍କୁ ମାଡ ମାରିଥିଲେ ।

ବାହାଘରରେ ଉଠିଥିବା ଦେଢ ଲକ୍ଷ ଟଙ୍କା, ଚାରିଭରି ସୁନା ଓ ପାଉଁଝି ଆଦି ନେଇ ବୋହୂ ଭିଣୋଇ ସାଙ୍ଗେ ଫେରାର ହୋଇଯାଇଛି । ଭିଣୋଇ ଏମଏଲଏ ଙ୍କ ଖାସ ଲୋକ କହି ଏବେ ପୁଅଘର ଲୋକଙ୍କୁ ଡରାଉଛି । ଭିଣୋଇ ହିଁ ନନ୍ଦିନୀଙ୍କ ବୟଫ୍ରେଣ୍ଡ ବୋଲି କହୁଛନ୍ତି ଝିଅଘର ଲୋକ ।

ବଳରାମ ଓ ତାଙ୍କ ପରିବାରଙ୍କ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି । ଏଥିପାଇଁ ବିବାହ ବାହାନରେ ସେମାନଙ୍କୁ ଧୋକା ଦିଆଯାଇଛି ବୋଲି ସେମାନେ ନ୍ୟାୟ ମାଗୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।