ଜଣେ ଭିକାରି ପାଇଲେ ଶିକ୍ଷକ ଚାକିରି । ଏହି କଥା ଶୁଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ ଓ ଆପଣଙ୍କ ମନରେ ପ୍ରଶ୍ନ ଉଠିବ କି ଜଣେ ଭିକାରି କିପରି ଶିକ୍ଷକ ଚାକିରି ପାଇପାରିବେ ? କିନ୍ତୁ ଏହି ଭିକ୍ଷୁକ ଶିକ୍ଷକ ଚାକିରି ପାଇବା ପରେ ଏହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ବ୍ୟକ୍ତି ଜଣକ ଚାକିରି ପାଇବା ପଛରେ ଯେଉଁ ସତ୍ୟତା ଲୁଚି ରହିଛି ତାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଇଏ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ୫୫ ବର୍ଷୀୟ ବ୍ୟକ୍ତି କେଦାରେଶ୍ବର ରାଓ ।

ବିଇଡ଼ି ପାସ କରିଥିବା କେଦାର ୧୯୯୬ରେ ଶିକ୍ଷକତା ପାଇଁ ଆବେଦନ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ପରେ ଦୁଇ ବର୍ଷ ପରେ ଅର୍ଥାତ ୧୯୯୮ରେ ସେ ପୁଣି ଥରେ ଶିକ୍ଷକତା ପାଇଁ ଆବେଦନ କରିଥିଲେ । ଆଉ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ କେଦାର ବିବାଦ ଘେରକୁ ଆସିବା ପରେ କୋର୍ଟରେ ଏନେଇ ମାମଲା ଦାୟର ହୋଇଥିଲା । ଯାହାପରେ କେଦାରଙ୍କ ଶିକ୍ଷକତା କରିବା ଆଶା ମଉଳି ଯାଇଥିଲା । ଶିକ୍ଷକତା କରିବା ଆଶା କେଦାର ଅଦାଲତି ଧନ୍ଦାରେ ଛନ୍ଦି ହୋଇ ରହିଥିଲେ ।
ଯେଉଁଥି ପାଇଁ ପରିବାର ପ୍ରତିପୋଷଣ କରିବା ପାଇଁ ସେ ଶାଢୀ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ଏଥିରେ ବି ତାଙ୍କୁ ଭାଗ୍ୟ ସାଥ୍ ଦେଲାନି । ପରିବାର ଚଳାଇବା ପାଇଁ ଶେଷରେ ଭୁକ୍ଷାବୃତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ କେଦାର । ସେଥିରୁ ଯେତିକି ଟଙ୍କା ସେ ରୋଜଗାର କରନ୍ତି ସେତିକିରେ ହିଁ ପରିବାର ଚଳାନ୍ତି । ହେଲେ ଏବେ ସମୟ ବଦଳି ଯାଇଛି । ୧୯୯୮ ମସିହାରେ କେଦାର ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ଏବେ ସାକାର ହୋଇଛି । ୨୪ ବର୍ଷ ପରେ କେଦାରଙ୍କ ସ୍ଵପ୍ନ ପୂରଣ ହୋଇଛି ।

କାରଣ ଆନ୍ଧ୍ର କୋର୍ଟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ୧୯୯୮ ମସିହାରେ ଯେଉଁମାନେ ଶିକ୍ଷକତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସେମାନଙ୍କୁ ସରକାର ଏବେ ନିଯୁକ୍ତି ଦେବେ । ପ୍ରକାଶ ପାଇଥିବା ତାଲିକାରେ କେଦାରଙ୍କ ନାମ ମଧ୍ୟ ସାମିଲ ରହିଛି । ହେଲେ ଏନେଇ କେଦାରଙ୍କ ପାଖରେ କିନ୍ତୁ ଖବର ପହଞ୍ଚି ନଥିଲା । ଗାଁ’ର କିଛି ଯୁବକ ତାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ୨୪ ବର୍ଷର ଏହି ସତ୍ୟକୁ କିନ୍ତୁ ବିଶ୍ବାସ କରିପାରି ନଥିଲେ କେଦାର ।
ଗାଁର ଯୁବକମାନେ ତାଙ୍କୁ ସମ୍ମାନିତ କରିବା ସହ ଏକ ସ୍ମାର୍ଟ ଫୋନ ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ମୁଲାରି ଚାକିରି କରି ନଥିବା କେଦାର ଆଉ ୬ ବର୍ଷ ପରେ ଅବସର ନେବେ । ତେବେ ସେ ଚାକିରି ପାଇଥିବାରୁ ସେ ନିଜେ ଓ ତାଙ୍କ ପରିବାର ବେଶ ଖୁସି ଅଛନ୍ତି । ସତରେ ଭାଗ୍ୟ ଯେ କେତେବେଳେ ପରିବର୍ତ୍ତନ ହେବ ତାହା କହି ହେବନାହିଁ । ଏହା ହିଁ ତା’ର ଶ୍ରେଷ୍ଠ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।