ନମସ୍କାର ବନ୍ଧୁଗଣ । ଅନେକ ସମୟରେ ଭିକାରି କି ଭିକାରୁଣୀ କୁ ଦେଖିଲେ ଆମ ମନରେ ଦୟା ଆସିଥାଏ । ଏବଂ ଆମେ ତାଙ୍କୁ ଦୟା ଦେଖାଇ କିଛି ନା କିଛି ପଇସା ଦେଇଥାଉ । କିନ୍ତୁ ଆମେ କେବେ ବି ଭାବି ନ ଥାଉ ତାଙ୍କର ଭବିଷ୍ୟତ କଥା କି ସେମାନେ କାହିଁକି ଏ ଜାଗାକୁ ଆସିଛନ୍ତି । ଆଉ କାହିଁକି ସେ ଏମିତି କାମ କରିବାକୁ ଯାଉଛନ୍ତି । ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଜୀବନର କାହାଣୀ ଜାଣିଲେ ଆପଣଙ୍କ ଆଖି ରୁ ବି ଲୁହ ଆସିଯିବ ।

ତେବେ ମହିଳା ଜଣକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ବାଲେଶ୍ଵର ରୁ ଆସିଛନ୍ତି । ସେ ଲିଙ୍ଗରାଜ ମନ୍ଦିର ରେ ଭିକ୍ଷା ବୃତ୍ତି କରୁଛନ୍ତି । ତାଙ୍କ ନାଁ ହେଉଛି ସସ୍ମିତା ଜେନା ଓ ତାଙ୍କର ଛୋଟ ଝିଅ ଟି ମଧ୍ୟ ଅଛି । ସେ କହିଛନ୍ତି ଯେ ” ପରିସ୍ଥିତି ପଡିଲେ ଭିକ ମାଗିବାକୁ ପଡେ । ସେମିତି ଆମ ଘରର ପରିସ୍ଥିତି ଅଛି । ମା ଏକା ରହିଛନ୍ତି । ମୋର 5 ଭଉଣୀ ।
ସେମାନେ ଘରେ ଘରେ କାମ କରୁଛନ୍ତି । ମୁଁ ବାହା ହେଲା ପରେ ମୁଁ ବି ଆସି ଘରେ ରହିଛି । ମୋ ସ୍ଵାମୀ ଜଣେ କ୍ରୀମିନାଲ । ସେଥିପାଇଁ ମୁଁ ତାକୁ ଛାଡି ଦେଇଛି । ପିଲା ଜନ୍ମ ହେବା ପରେ ବହୁତ ଅଭାବ ହେଲା । ମା ମୋତେ ଚଳାଇବାକୁ ମନା କରିଲେ । ସେଥିପାଇଁ ବାଧ୍ୟ ହୋଇକି ମୁଁ ଆଜି ଭିକ ମାଗୁଛି । ମୋ ଛୁଆ ପାଇଁ ମୁଁ ଏମିତି କରୁଛି । ଝିଅ ପାଇଁ ସ୍ଵପ୍ନ ମୁଁ ବହୁତ ଦେଖିଛି ।

ଯାହା ଭିକରେ ଟଙ୍କା ମିଳେ ବ୍ଯାଙ୍କ ରେ ରଖେ ଆଉ ତା କାମରେ ଲଗାଏ । ହଷ୍ଟେଲ ବି ବୁଝିଛି ପଟିଆ ରେ । ବଡ ହେଲେ ଝିଅକୁ ହସେଟଲ ଛାଡି ଦେବି । ଭିକ ମାଗି ମାତ୍ର 1000 କି 1500 ଟଙ୍କା ମିଳୁଛି । 500 ଟଙ୍କାରେ ଖାଇ 1000 ଟଙ୍କା ବ୍ୟାକରେ ରଖୁଛି । ମୋ ସ୍ଵାମୀ ଚୋରୀ କରୁଥିଲା କ୍ରୀମିନାଲ ଟାଇପର ଥିଲା ଯାହା ମୋତେ ପସନ୍ଦ ନ ଥିଲା ।
ସେଥିପାଇଁ ମୁଁ ତାକୁ ଛାଡପତ୍ର ଦେଇଦେଲି । ମୁଁ ତାକୁ ଭଲ ପାଇ ବାହା ହୋଇଥିଲି । ମୋର ଶିଂଗର ହେବାର ବହୁତ ଇଚ୍ଛା ଥିଲା”। ତେବେ ଏହା ଥିଲା ସସ୍ମିତା ଙ୍କ ଜୀବନର କାହାଣୀ । ଆଉ ସବୁଠାରୁ ବଡ କଥା ହେଉଛି ସସ୍ମିତା ଏତେ ଦୁଃଖ ଭିତରେ ଥାଇ ବି ହସୁଛନ୍ତି ନିଜ ଝିଅ ପାଇଁ । ତେବେ ତାଙ୍କୁ ସାହାର୍ଯ୍ୟ ର ହାତ ବଢାଇବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।