ଦୁନିଆର ସବୁଠୁ ଭୟଙ୍କର କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଋଷ, ଭିଡିଓ ଜାରି ହେବା ପରେ ୟୁକ୍ରେନ ସମେତ ସାରା ୟୁରୋପ ଏବେ ଛାନିଆ, ଦେଖନ୍ତୁ ଏହି video

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷିଆ । ଆଉ ଏହାରି ମଧ୍ୟରେ ଏକ ଭିଡିଓ ଛାଡି ସାରା ବିଶ୍ଵକୁ ଡରାଇ ଦେଇଛି ଋଷ । ଯାହାକୁ ଦେଖି ୟୁକ୍ରେନ ସମେତ ପୁରା ୟୁରୋପ ଦେଖି ଛାନିଆ ହୋଇଗଲେଣି । ଭିଡିଓରେ ଆପଣ ଦେଖି ପାରୁଥିବେ ଋଷ ଏକ ବଡ ମିଶାଇଲ ଛାଡୁଛି । ଋଷର ଏହି ଭିଡିଓ କ୍ଲିପଟି ବର୍ତ୍ତମାନ ୟୁକ୍ରେନ ସମେତ ପୁରା ୟୁରୋପକୁ ଡରାଇ ଦେଇଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଋଷ ତା’ର ଲାଇଟନି ହାଇପରସୋନିକ ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଜିରକୋନର ପରୀକ୍ଷଣ କରୁଥିବା ଦେଖିବାକୁ ମିଳୁଛି ।

ଭିଡିଓ ସହ ଏହି କ୍ଷେପଣାସ୍ତ୍ରର ସିକ୍ରେଟ ଫିଚର୍ସ ମଧ୍ୟ ଜଣା ପଡିଯାଇଛି । ଏହି କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ବିଶ୍ଵର କୌଣସି ଶକ୍ତି ସକ୍ଷମ ନୁହେଁ ବୋଲି କୁହାଯାଉଛି । ହ୍ଵାଇଟ ସି ରେ ଯୁଦ୍ଧ ଜାହାଜ ଆଡମିରାଲ ଗୋର୍ସକୋଭରୁ ଲାଇଟନି ହାଇପରସୋନିକ ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଜିରକୋନର ପରୀକ୍ଷଣ ହୋଇଛି । ଯୁଦ୍ଧ ସମୟରେ ଏହି ଭିଡିଓ ଜାରି କରି ଋଷ ସାରା ବିଶ୍ଵକୁ ଚେତାଇ ଦେଇଛି ହେ ଯଦି କେହି ୟୁକ୍ରେନ ଯୁଦ୍ଧରେ ହସ୍ତକ୍ଷେପ କରେ ତେବେ ତାକୁ ଏଥିରେ ଜବାବ ଦିଆଯିବ ।

ତେବେ ଏହି କ୍ଷେପଣାସ୍ତ୍ରଟି କେତେବେଳେ ଲଞ୍ଚ ହୋଇ କେତେବେଳେ ଟାର୍ଗେଟ ଭେଦ କରେ ତାହା ଜାଣି ହୁଏ ନାହିଁ । କେବଳ ଟାର୍ଗେଟରେ ବାଜିବା ପରେ ହିଁ ଏହା ଜଣା ପଡିଥାଏ । ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଜିରକୋଣର ଲଂଚିଙ୍ଗ ଓ ଉଡାଣକୁ କେହି ଚାହିଁଲେ ଦେଖିପାରିବେ ନାହିଁ ବୋଲି ଯୁଦ୍ଧ ଜାହାଜର କମାଣ୍ଡର ୟୋଗୋର ଖୋଖୋନାଲ କହିଛନ୍ତି ।

ଏଥିରେ ଥିବା ଭ୍ୟାରିଏବଲ ଟ୍ରାଜେକ୍ଟେରି ହିଁ ଏହାକୁ ଅନ୍ୟ କ୍ଷେପଣାସ୍ତ୍ରଙ୍କ ତୁଳନାରେ ଭିନ୍ନ କରିଛି । ଏପର୍ଯ୍ୟନ୍ତ ଏହି କ୍ଷେପଣାସ୍ତ୍ରର ଜବାବ ୟୁରୋପ ଅଥବା ସମଗ୍ର ପାଶ୍ଚାତ୍ୟ ପାଖରେ ନାହିଁ । ଏହି କ୍ଷେପଣାସ୍ତ୍ରଟି ପ୍ରତି ଘଣ୍ଟା ୭ ହଜାର ମାଇଲ ବେଗରେ ଗତି କରୁଥିବା ବେଳେ ୯୩୦ ମାଇଲ ଦୂରରୁ ଏହା ଲକ୍ଷ୍ୟ ଭେଦ କରିପାରେ । ଲାଇଟନି ହାଇପରସୋନିକ ନ୍ୟୁକ୍ଲିୟର କ୍ଷେପଣାସ୍ତ୍ର ଜିରକୋନର ପରୀକ୍ଷଣକୁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସଫଳ ହୋଇଥିବା ବୋଲି କହିଛନ୍ତି ।

ଯାହାପରେ ଏବେ ୟୁକ୍ରେନ ଥରହର ହେଉଛି ଆଉ ସାରା ୟୁରୋପ ମଧ୍ୟ ଛାନିଆ ପ୍ରାୟ ହୋଇଛନ୍ତି କହିଲେ ଚଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।