Forbes ରେ ଭାରତର ସବୁଠୁ ଧନୀ 5 ମହିଳା, ସେମାନଙ୍କର ମୋଟ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

Forbes ମାଗାଜିନ ତରଫରୁ ଦେଶର ସବୁଠୁ ଧନୀମାନଙ୍କର ଲିସ୍ଟ ଜାରି କରି ଦିଆଯାଇଛି । ଯେଉଁଥିରେ ଭାରତର ଉଦ୍ୟୋଗପତି ମୁକେଶ ଅମ୍ବାନୀ, ଗୌତମ ଅଦାଣୀ ଓ ଶିବ ନାଡରଙ୍କ ଭଳି ପ୍ରସିଦ୍ଧ ବିଜନେସମ୍ୟାନ ସାମିଲ ଅଛନ୍ତି । କିନ୍ତୁ ଏହି ଲିସ୍ଟରେ ଭାରତର ୫ ଜଣ ମହିଳା ବି ସାମିଲ ଅଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଭାରତର ମହିଳାମାନେ କୌଣସି ବି କ୍ଷେତ୍ରରେ ପଛରେ ନାହାନ୍ତି । ଆଜି ଭାରତର ମହିଳାମାନେ ଦେଶ ବିଦେଶରେ ନିଜର ନାଁ କରୁଛନ୍ତି । ଏମିତିରେ ଆଜି ଆମେ ଭାରତର ୫ ଜଣ ସବୁଠୁ ଧନୀ ମହିଳାମାନଙ୍କର ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ।

ମଲ୍ଲିକା ଶ୍ରୀନିବାସନ

ମଲ୍ଲିକା ଶ୍ରୀନିବାସନ Tractors and Farm Equipment Limited CEO ଅଟନ୍ତି । ମଲ୍ଲିକା ଶ୍ରୀନିବାସନ ଭାରତର ନୁହେଁ ଦୁନିଆର ତୃତୀୟ ଭାରତର ଓ ଦ୍ଵିତୀୟ ସବୁଠୁ ଅଧିକ ଟ୍ରାକ୍ଟର ତିଆରି କରୁଥିବା କମ୍ପାନୀର ମାଲିକ ଅଟନ୍ତି । ଫୋର୍ବସ ଲିସ୍ଟରେ ଧନୀ ଭାରତୀୟ ମହିଳାମାନଙ୍କ ମଧ୍ୟରେ ମଲ୍ଲିକା ଶ୍ରୀନିବାସନ ପଞ୍ଚମ ସ୍ଥାନରେ ଅଛନ୍ତି । ଫୋର୍ବସ ଅନୁସାରେ ମଲ୍ଲିକା ଶ୍ରୀନିବାସନଙ୍କ ମୋଟ ସମ୍ପତ୍ତି ୧୭୯୧୭ କୋଟି ଟଙ୍କା ଅଟେ ।

ଲୀନା ତିବାରି

ଲୀନା ତିବାରି ଫର୍ମା କମ୍ପାନୀ USV Indiaର ପ୍ରମୁଖ ଅଟନ୍ତି । USB Indiaକୁ ଲୀନା ତିବାରିଙ୍କ ପିତା ଭିଟଲ ଗାନ୍ଧୀ ୧୯୬୧ରେ ସ୍ଥାପିତ କରିଥିଲେ । ଏହି କମ୍ପାନୀ ଔଷଧ ତିଆରି କରିଥାଏ । ଫୋର୍ବସ ସୂଚୀ ଅନୁସାରେ ଦେଶର ସବୁଠୁ ଧନୀ ମହିଳାମାନଙ୍କ ଲିସ୍ଟରେ ଲୀନା ତିବାରି ଚତୁର୍ଥ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୧୯୩୯ କୋଟି ଟଙ୍କା ଅଟେ ।

ବିନୋଦ ରାୟ ଗୁପ୍ତା

ଭାରତର ସବୁଠୁ ଧନୀ ୫ ଜଣ ମହିଳାମାନଙ୍କ ସୂଚୀରେ ସାମିଲ ଥିବା କେବଳ ବିନୋଦ ରାୟ ଗୁପ୍ତାଙ୍କର ସମ୍ପତ୍ତି ଗତ ୧ ବର୍ଷ ମଧ୍ୟରେ କମ ହୋଇ ଯାଇଛି । କିନ୍ତୁ ସେ ଧନୀ ମହିଳାଙ୍କ ଲିସ୍ଟରେ ତୃତୀୟ ସ୍ଥାନାରେ ଅଛନ୍ତି । ବିନୋଦ ରାୟ ଗୁପ୍ତାଙ୍କ ମୋଟ ସମ୍ପତ୍ତି ଗତ ବର୍ଷ ୩୦୨୯୧ କୋଟି ଟଙ୍କାର କମି ୨୫୯୬୧ ଟଙ୍କା ହୋଇ ଯାଇଛି । ଯାହାକି ବହୁତ ବଡ ସଂଖ୍ୟା ଅଟେ ।

କିରଣ ମଜୁମଦାର – ଶ

କିରଣ ମଜୁମଦାର – ଶ ଭାରତର ସେହି କୋଟିପତି ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯିଏ ନିଜ ଜୀବନରେ ସବୁକିଛି ନିଜେ ହିଁ ହାସଲ କରିଛନ୍ତି । କିରଣ ମଜୁମଦାର – ଶ Biocon କମ୍ପାନୀର ମାଲିକ ଅଟନ୍ତି । ତାଙ୍କର କମ୍ପାନୀ ଔଷଧ ତିଆରି କରିଥାଏ । ସମ୍ପତ୍ତି ମାମଲାରେ ଦ୍ଵିତୀୟ ଭାରତୀୟ ଧନୀ ମହିଳା ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ୩୩୬୩୯ କୋଟି ଟଙ୍କା ଅଟେ ।

ସାବିତ୍ରୀ ଜିଂଦଲ

ସାବିତ୍ରୀ ଜିଂଦଲ ଜିଂଦଲ କମ୍ପାନୀର ମାଲିକ ଅଟନ୍ତି । ସାବିତ୍ରୀ ଜିଂଦଲ ବର୍ଷ ୨୦୦୫ରେ ନିଜର ସ୍ଵାମୀ ଓମ ପ୍ରକାଶ ଜିଂଦଲଙ୍କ ମୃତ୍ୟୁ ପରେ ତାଙ୍କର କାରୋବାର ସମ୍ଭାଳି ଥିଲେ । ସେ କେବଳ ଜିଂଦଲ କମ୍ପାନୀର ମାଲିକ ହିଁ ନୁହନ୍ତି ଏହା ଛଡା ସେ ହରିୟାନା ସରକାରଙ୍କ ମନ୍ତ୍ରୀ ବି ରହି  ସାରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେ ଆସିବା ପରେ କମ୍ପାନୀର କାରୋବାର ୪ ଗୁଣା ବଢିଗଲା । ତାଙ୍କର ମୋଟ ସମ୍ପତ୍ତି ୪୨୪୧୫ କୋଟି ଟଙ୍କା ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।