ଭାରତର ସବୁଠୁ ଧନୀ ଭିକାରି ହେଉଛନ୍ତି ଏହି ବ୍ୟକ୍ତି ଜଣକ । ତାଙ୍କ ପାଖରେ କେତେ ଟଙ୍କା ଅଛି ଜାଣିଲେ ହୋସ ଉଡିଯିବ ।

ନମସ୍କାର ବନ୍ଧୁଗଣ । ଚିରା ଫଟା ପୋଷାକ, ନୁଖୁରା କେଶ, ଖାଦ୍ୟ, ଅର୍ଥ ଅଭାବ ଯେଉଁ ମାନଙ୍କ ପାଖରେ ଦେଖାଯାଏ ଆମେ ତାକୁ ଭିକାରି କହିଥାଉ । ସେମାନେ ଏ ସମାଜର ଗରିବ ବର୍ଗରେ ରହିଥାନ୍ତି । କାହାକୁ ଭିକ ମାଗିବାକୁ ସ୍ଥିତି ବାଧ୍ୟ କରିଥାଏ ତ ଆଉ କିଏ ଭିକ ମାଗିବାକୁ ନିଜ ପେସା କରିଛନ୍ତି । ଏମିତିକି ଭିକ ମାଗି ସେମାନେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି । ଆମେ ଆଜି ଏମିତି ଜଣେ ଭିକାରୀଙ୍କ କଥା କହିବାକୁ ଯାଉଛୁ ଯିଏ ଭାରତର ସବୁଠାରୁ ଧନୀ ଭିକାରି ଭାବେ ପରିଚିତ ।

ଗୋଟେ ନିୟୁଜ ଏଜେନ୍ସି ର ରିପୋର୍ଟ ଅନୁଯାୟୀ ଗ୍ଲୋବାଲ ସ୍ତରରେ ଭାରତ ଚୟନ ଭାରତର ସବୁଠାରୁ ଧନୀ ଭିକାରି ଭାବେ ପରିଚିତ । ସେ ମୁମ୍ବାଇ ସହରରେ ରହୁଛନ୍ତି । ମୁମ୍ବାଇ ରାସ୍ତାରେ ତାଙ୍କୁ ଭୋକ ମାଗୁଥିବାର ଦେଖାଯାଏ । ଆର୍ଥିକ ସମସ୍ଯା କାରଣରୁ ସେ ଶିକ୍ଷା ଲାଭ କରିପାରି ନ ଥିଲେ । ତାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ, ଭାଇ ଓ ବାପା ଅଛନ୍ତି । ଆର୍ଥିକ ସମସ୍ଯା ଥାଇ ମଧ୍ୟ ଭାରତ ଚୟନ ନିଜ ପିଲାଙ୍କୁ ପାଠ ପଢାଇ ପାରିଛନ୍ତି ।

ଅଭାବ ଭିତରେ ଥାଇ ବି ସେ ତାଙ୍କ ପିଲାଙ୍କୁ କନଭେଟ ସ୍କୁଲରେ ପାଠ ପଢାଇଛନ୍ତି । କିନ୍ତୁ ତାଙ୍କର ମୋଟ ସମ୍ପତି ବିଷୟରେ ଜାଣିଲେ ହୋସ ଉଡିଯିବ । ଭାରତ ଙ୍କ ପାଖରେ 7 କୋଟି 50 ହଜାର ଅର୍ଥାତ 1 ମିଲିୟନ ଡଲାରର ର ସମ୍ପତି ରହିଛି । ଭିକ ମାଗି ସେ ମାସକୁ 50ରୁ 60 ହଜାର ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ପାଖରେ ମୁମ୍ବାଇରେ 1 କୋଟି 20 ଲକ୍ଷ ଟଙ୍କା ମୂଲ୍ୟର ଏକ ଆଲିଶାନ ଫ୍ଲାଟ  ରହିଛି ।

ଏହା ସହ ଥାନେ ଅଞ୍ଚଳରେ ତାଙ୍କର 2ଟି ଦୋକାନ ମଧ୍ୟ ଅଛି । ଯେଉଁଥିରୁ ମାସକୁ ତାଙ୍କ ପାଖକୁ 30 ହଜାର ଟଙ୍କାର ଭଡା ବି ଆସୁଛି । ପରିବାରର ଅନ୍ୟ ଆୟ କହିଲେ ଏକ ଟେସନାରୀ ଦୋକାନ ମଧ୍ୟ ଅଛି । ପରିବାର ଲୋକେ ତାଙ୍କୁ ଭିକ ମାଗିବାକୁ ମନା କରିଥିଲେ ବି ସେ କିନ୍ତୁ ଭିକ ମାଗିବା ଛାଡି ନାହାନ୍ତି । ଭାରତ ଚୟନ ଅଧିକାଂଶ ସମୟରେ ଛତ୍ରପତି ଶିବାଜି ଟର୍ମ୍ମିନାଲ ବା ଆଜାଦ ମଇଦାନ ପାଖରେ ଭିକ ମାଗିବାର ଦେଖିବାକୁ ମିଳେ ।

ଏତେ ସମ୍ପତି ଥାଇ ବି ସେ ଆଜି ବି ମୁମ୍ବାଇ ରାସ୍ତା ରେ ଭିକ ମାଗିବାର ଦେଖିବାକୁ ମିଳେ । ସେ ପ୍ରତି ଦିନ 10 ରୁ 12 ଘଣ୍ଟା ଭିତରେ 2000 ଟଙ୍କାରୁ 2500 ଟଙ୍କା ଆଯ କରନ୍ତି । ଯାହା ଜଣେ ବ୍ୟକ୍ତି ଦିନ ଯାକ ପରିଶ୍ରମ କରି ବି କମାଇ ପାରନ୍ତି ନାହିଁ । କେବଳ ଭାରତ ଚୟନ ନୁହେଁ ବରଂ ଭାରତରେ ଏମିତି ଅନେକ ଭିକାରି ଅଛନ୍ତି ଯେଉଁ ମାନେ ଭିକ ମାଗି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଏବଂ ଭିକ ମାଗିବାକୁ ନିଜର ପେସା କରି ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।