ନଇଁବନି ଭାରତ, କହିବନି Yes Sir, ଭାରତର ନିରପେକ୍ଷତାକୁ ପ୍ରଶଂସା କରି କିଛି ଏମିତି କହିଲେ ଋଷ ବୈଦେଶିକ ମନ୍ତ୍ରୀ Sergei Lavrov

ୟେସ ସାର କ୍ୟାଟାଗୋରୀରେ ନାହିଁ ଭାରତ । କାହା ଆଧିପତ୍ୟ ଅଧୀନରେ ଭାରତ ରହିବାକୁ ଚାହେଁନି । ଭାରତର ସ୍ଥିତି ଏବଂ ନୀତିକୁ ଦେଖି ଏହି ମତ ରଖିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ସେ କହିଛନ୍ତି ବିଶ୍ଵର ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ ଆମେରିକା ନେତୃତ୍ଵାଧୀନ ଗ୍ଲୋବାଲ ଭିଲେଜକୁ ଗ୍ରହଣ କରନ୍ତି ନାହିଁ । ଏଥିରେ ଭାରତ, ଚୀନ, ବ୍ରାଜିଲ ସମେତ ମେକ୍ସିକୋ କଥା କହିଛନ୍ତି ଲାଭରୋଭ । ଏହି ଦେଶ ଗୁଡିକ ଏମିତି ସ୍ଥ୍ନରେ ରହିବାକୁ ଚାହୁଁ ନାହାନ୍ତି ଯେଉଁଠି ଅଙ୍କଲ ସାମ ନିର୍ଦ୍ଦେଶ ଦେଲେ ହିଁ କହିବାକୁ ବାଧ୍ୟ ହେବ ।

ପାଶ୍ଚାତ୍ୟ ଦେଶର କଟକଣା ସତ୍ତ୍ୱେ ଋଷର ଶସ୍ତାରେ ଅଶୌଧିତ ତୈଳ କିଣିବ ଭାରତ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଯଦି କେଉଁ ଡ଼ିଏସଏଚ ଋଷ ଠାରୁ ତୈଳ କିଣେ ତେବେ କଟକଣାର ଉଲ୍ଲଂଘନ ହେବନାହିଁ ବୋଲି ଆମେରିକା କହିଛି । କିନ୍ତୁ ଋଷ କିମ୍ବା ଋଷର ନେତୃତ୍ଵକୁ ସମର୍ଥନ କରିବା ଅର୍ଥ ଋଷର ଆକ୍ରମଣକୁ ସମର୍ଥନ କରିବା ନେଇ ଇତିହାସ ପୃଷ୍ଠାରେ ଲେଖା ହୋଇ ରହିବ । ଏହାର ଭୟଙ୍କର ପ୍ରଭାବ ରହିବ ବୋଲି ଆମେରିକା କହିଥିଲା ।

କିନ୍ତୁ ଭାରତ ଅଶୌଧିତ ତୈଳ କିଣିବା ପ୍ରସଙ୍ଗରେ ସିଧା ପ୍ରତିକ୍ରିୟା ରଖିନାହିଁ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯିଛି ଟାଇଲି ଆମଦାନୀରୁ ଭାରତ ଆବଶ୍ୟକତା ପୂରଣ ହୁଏ । ତେଣୁ ବିଶ୍ଵ ବଜାରରେ ଭାରତ ସବୁବେଳେ ତୈଳ ମାର୍କେଟର ସନ୍ଧାନ କରେ । ଏହାକୁ ନେଇ ବେକାରରେ ରାଜନୀତି କରାଯାଉଛି । ଭାରତ ତୈଳ ଉପରେ ଆତ୍ମନିର୍ଭର ନୁହେଁ ତେଣୁ ଋଷଠୁ ତୈଳ ଆଣିବା ନେଇ ଭାରତ ଚିନ୍ତା କରୁଛି ।

ତେବେ କେବଳ ତୈଳ ନୁହେଁ ବରଂ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଋଷରେ ନୂଆ ସୁଯୋଗ ଖୋଜି ପାରନ୍ତି । ବିଶ୍ଵର ଅନେକ କମ୍ପାକଣି ଋଷ ଛାଡି ଦେଇଛନ୍ତି । ଏହି ସମୟରେ ଭାରତକୁ ୱାର୍ଲ୍ଡ ଫାର୍ମାସୀ ବୋଲି ଋଷ କହିଛି । ଭାରତରେ ଋଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି ଯେ ଋଷ ଛାଡିଥିବା ଅନେକ କମ୍ପାନୀଙ୍କ ସ୍ଥାନ ଭାରତୀୟ କମ୍ପାନୀ ନେଇ ପାରିବେ । ସେଥିରେ ପ୍ରମୁଖ ରହିଛି ଫାର୍ମାସ୍ୟୁଟିକାଲ କମ୍ପାନୀ ।

ଆମେରିକା ଏବଂ ନାଟୋ ୟୁକ୍ରେନକୁ ସମର୍ଥନ କରି ଚାଲିଛନ୍ତି ଓ ଋଷ ଉପରେ କଟକଣା ଲଗାଉଛନ୍ତି । କିନ୍ତୁ ଭାରତ ଓ ଚୀନ ଭଳି କେତେକେ ଦେଶ ଆମେରିକା କଥାରେ ପରିଚାଳିତ ନହୋଇ ନିଜସ୍ଵ ନୀତି ଗ୍ରହଣ କରି ନିରପେକ୍ଷତା ବଜାୟ ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।