ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ଡେଙ୍ଗା ପୋଲିସଙ୍କ ବିଷୟରେ କହିବୁ । ଯିଏକି ପାଦରେ ୧୯ ନଂ ଜୋତା ପିନ୍ଧନ୍ତି, ଆଉ ଗ୍ରେଟ ଖଲିଙ୍କ ଠାରୁ ବି ତାଙ୍କ ଉଚ୍ଚତା ଅଧିକ । WWE ସୁପରଷ୍ଟାର ଗ୍ରେଟ ଖଲିଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ତାଙ୍କର ବଳିଷ୍ଠ ଚେହେରା ସାଙ୍ଗକୁ ତାଙ୍କ ଉଚ୍ଚତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ଗ୍ରେଟ ଖଲିଙ୍କ ଠାରୁ ମଧ୍ୟ ଅଧିକ ଉଚ୍ଚା ।

ପଞ୍ଜାବ ପୋଲିସରେ କାର୍ଯ୍ୟ କରୁଥିବା ଜଗଦୀପ ସିଂ ନାମକ ଏହି ଯୁବକ ଜଣଙ୍କର ଉଚ୍ଚତା ଗ୍ରେଟ ଖଲିଙ୍କ ଠାରୁ ୫ ଇଞ୍ଚ ଅଧିକ । ଗ୍ରେଟ ଖଲିଙ୍କ ଉଚ୍ଚତା ୭ ଫୁଟ ୧ ଇଞ୍ଚ ହୋଇଥିବା ବେଳେ ଜଗଦୀପଙ୍କ ଉଚ୍ଚତା ହେଉଛି ୭ ଫୁଟ ୬ ଇଞ୍ଚ । ଖାଲି ସେତିକି ନୁହେଁ ବରଂ ଜଗଦୀପଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ ତାଙ୍କ ଓଜନ ହେଉଛି ପ୍ରାୟ ୧୯୦ କିଲୋଗ୍ରାମ । ଆଉ ଖାସ କଥା ହେଉଛି ଜଗଦୀପ ତଳେ ଠିଆ ହେଲେ ତାଙ୍କ ହାତ ତାଙ୍କ ଘର ଛାତକୁ ଲାଗିପାରେ ବା ସେ ତଳେ ରହି ଛାତକୁ ହାତ ବଢାଇ ପାରନ୍ତି ।
ଦୀର୍ଘ ୨୦ ବର୍ଷ ଧରି ଜଗଦୀପ ପଞ୍ଜାବ ପୋଲିସରେ କାର୍ଯ୍ୟରତ ଅଛନ୍ତି । ସେ ହେଡ କନେଷ୍ଟବଳ ପୋଷ୍ଟରେ କାମ କରୁଥିବା ବେଳେ ତାଙ୍କ ଅସୁବିଧା ହେଉଛି ସେ ନିଜ ପସନ୍ଦ ମୁତାବକ କୌଣସି ଡ୍ରେସ ପିନ୍ଧି ପାରୁନାହାନ୍ତି । ତାଙ୍କ ଜୋତା ସାଇଜ ୧୯ ନଂ ଥିବା ବେଳେ ଏତେ ବଡ ଜୋତା ମାର୍କେଟରେ ମିଳୁନାହିଁ ।

ତେଣୁ ସେ ବିଦେଶରୁ ନିଜ ପାଇଁ ଜୋତା ଅର୍ଡର କରି ପିନ୍ଧୁଛନ୍ତି । ତାଙ୍କ ଉଚ୍ଚତା ଏତେ ଅଧିକ ଥିବାରୁ ସେ କୌଣସି ବସ୍ କିମ୍ବା ଅଟୋରେ ମଧ୍ୟ ଯିବା ଆସିବା କରିପାରନ୍ତି ନାହିଁ । ସେ ଯୁଆଡେ ମଧ୍ୟ ଯାଆନ୍ତି ନିଜ ବାଇକରେ ବସି ଯାଆନ୍ତି । ଜଗଦୀପ ଅଭିନୟରେ ମଧ୍ୟ ରୁଚି ରଖନ୍ତି ।
ଆମେରିକାର ପ୍ରସିଦ୍ଧ ରିୟାଲିଟି ଶୋ “ଆମେରିକାସ ଗଟ୍ ଟ୍ୟାଲେଣ୍ଟ” ରେ ସେ ଭାଗ ନେଇ ସାରିଥିବା ବେଳେ ବଲିଉଡ ଫିଲ୍ମ ରଙ୍ଗ ଦେ ବସନ୍ତି, ଫିର ହେରାଫେରି, ତିନ ଥେ ଭାଇୟୋ ଓ ୱେଲକମ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତାଙ୍କୁ ଭାରତର ସବୁଠୁ ଡେଙ୍ଗା ପୋଲିସ ଭାବେ ଅନେକ ଲୋକ ଜାଣିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।