ଯବାନଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କୁ ବର୍ଷକୁ ୧୦୦ ଦିନର ଛୁଟି ମିଳିବ । ଭାରତୀୟ ଯବାନଙ୍କ ପାଇଁ ବଡ ଖୁସି ଖବର ରହିଛି । ଏବେଠୁ ସେମାନଙ୍କୁ ବର୍ଷକୁ ୧୦୦ ଦିନର ଛୁଟି ମିଳିପାରେ । ନକ୍ସଲ ଦମନ ଓ ଆତଙ୍କବାଦୀ ଦମନ ସହ ଯେଉଁ ଯବାନ ମନେ ଭିଆଇପି ଓ ଭିଭିଆଇପି ଙ୍କ ସୁରକ୍ଷାରେ ନିଯୁକ୍ତ ଅଛନ୍ତି ସେମାନଙ୍କୁ ଶହେ ଦିନର ଛୁଟି ଦେବାକୁ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସିଆରପିଏଫ ଯବାନ ମାନଙ୍କୁ ଅତିକମ୍ ରେ ୧୦୦ ଦିନ ସେମାନଙ୍କ ପରିବାର ସହିତ ସମୟ କାଟିବାକୁ ସୁଯୋଗ ମିଳିବ । ପୂର୍ବରୁ ଏହି ଛୁଟି ୭୫ ଦିନର ଥିବା ବେଳେ ଏବେ ଶହେ ଦିନର ଛୁଟି ମିଳିବ । ଭାରତୀୟ ସେନାରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନେ ପୂର୍ବରୁ ୭୫ ଦିନର ଛୁଟି ପାଉଥିଲେ । ହେଲେ ବର୍ତ୍ତମାନ ସେମାନଙ୍କୁ ଆଉ ଅଧିକ ୨୫ ଦିନର ଛୁଟି ମିଳିବାକୁ ଯାଉଛି ।
ଅର୍ଥାତ ୭୫ ଦିନ ବଦଳରେ ଏଣିକି ୧୦୦ ଦିନ ସେମାନେ ନିଜ ପରିବାର ସହ ରହିବାର ସୁଯୋଗ ପାଇବେ । ଏଠାରେ ସ୍ପଷ୍ଟ ଭାବେ କହି ରଖୁଛୁ କି ଯେଉଁ ଯବାନ ମାନେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ବର୍ଷକୁ ୭୫ ଦିନ ବି ଛୁଟି ମିଳୁନି । ତେଣୁ ସବୁ ଦିଗକୁ ନଜରରେ ରଖି କେନ୍ଦ୍ର ସରକାର ଏହିପରି ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଯବାନଙ୍କ ମାନସିକ ଚାପକୁ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି । ଯଦି କେନ୍ଦ୍ର ସରକାର ଏହି ନିୟମ ଲାଗୁ କରନ୍ତି ତେବେ ଦେହସାର ପ୍ରାୟ ୧୦ ଲକ୍ଷ ଯବାନ ଉପକୃତ ହେବେ ବୋଲି କୁହାଯାଉଛି । ତେବେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀ କହିଛନ୍ତି, ଆସନ୍ତା ମାସରେ ଗୃହ ମନ୍ତ୍ରଣାଳୟ ଏ ବାବଦରେ ନିଷ୍ପତ୍ତି ନେଇପାରେ । ସେପଟେ ନିକଟରେ ସେଣ୍ଟ୍ରାଲ ରିଜର୍ଭଡ୍ ପୋଲିସ ଫୋର୍ସର ମହା ନିର୍ଦ୍ଦେଶକ ଯେବେରାଳ କୁଲଦୀପ ସିଂ ମଧ୍ୟ କହିଥିଲେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।
ଅଧିକାରୀ ମାନେ କହିଛନ୍ତି ଯେ ୧୦୦ ଦିନିଆ ଏହି ଛୁଟି ଦିନରେ ଯବାନ ମାନଙ୍କୁ ସେମାନଙ୍କ ସହର ନିକଟସ୍ଥ କିମ୍ବା ସେମାନଙ୍କ ପରିବାର ରହୁଥିବା ସ୍ଥାନରେ ପୋଷ୍ଟିଂ କର ଯାଇପାରେ । ଏହି ପ୍ରସ୍ତାବରେ ଆସାମ ରାଇଫଲସ୍ ଏବଂ ଏନଡ଼ିଆରଏଫ ଯବାନଙ୍କୁ ମଧ୍ୟ ସାମିଲ କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।