ଭାରତୀୟ ହିନ୍ଦୁ ଙ୍କୁ ମିଳିଲା ଧମକ… ଯେତେ ଶୀଘ୍ର ପାରୁଛ ଏହି ଦେଶ ଛାଡି ପଳାଅ ।

ଭାରତୀୟ ହିନ୍ଦୁ ଙ୍କୁ କାନାଡା ରେ ଧମକ । ଖାଲିସ୍ତାନି ଆତଙ୍କବାଦୀ ଟାର୍ଗେଟ ରେ କାନାଡା ର ହିନ୍ଦୁ । ଖାଲିସ୍ତାନୀ କହିଲା ତୁରନ୍ତ କାନାଡା ଛାଡ ଭାରତ ପଳାଅ । ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । କାନାଡା ପ୍ରଧାନମନ୍ତ୍ରୀ ଯଷ୍ଟିନ ଟୁଡୋ ଭାରତ ବିରୁଦ୍ଧରେ ଖାଲିଷ୍ଟନୀ ଆତଙ୍କବଦୀ ହରଦୀପ ସିଂ କୁ ହତ୍ୟା ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି ।

ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡା ବିରୁଦ୍ଧରେ ଜବାବି କାର୍ଜ୍ଯନୁଷ୍ଠାନ ଗ୍ରହଣ କରିଛି । ଉଭୟ ଦେଶ ପରସ୍ପର ଉପରେ ଦୋଷ ଲଦିବା ସହ ନିଜ ନିଜ ଦେଶର ନାଗରିକଙ୍କୁ ସତର୍କ କରାଇଛନ୍ତି । ଭାରତୀୟ ନାଗରିକଙ୍କୁ ତାଙ୍କ ଦେଶକୁ ନ ଆସିବା କାନାଡା କହିଥିବା ବେଳେ ଏପଟେ ଭାରତ ମଧ୍ୟ ଏଭଳି ସୂଚନା ଜାରି କରିଛି ।

ତେବେ ଏହାରି ମଧ୍ୟରେ ଭାରତ ଦ୍ଵାରା ନିଷିଦ୍ଧ ଖାଲିସ୍ତାନି ଆତଙ୍କବାଦୀ ସଂଘଠନ ଶିଖ ଫର ଜଷ୍ଟିସ ର ମୁଖ୍ୟ କୃପଣ ସିଂ ପର୍ଣ୍ଣୋ କାନାଡାରେ ରହୁଥିବା ହିନ୍ଦୁ ମାନଙ୍କୁ ଧମକ ଦେଇଛନ୍ତି । କାନାଡାରେ ବାସ କରୁଥିବା ହିନ୍ଦୁ ମାନେ ତୁରନ୍ତ କାନାଡା ଛାଡି ଭାରତ ଯିବାକୁ ପର୍ନୁ କହିଛି । ଭାରତ କାନାଡା ମଧ୍ୟରେ ସମ୍ପର୍କ ତିକ୍ତତା ଭିତରେ ଥିବା ବେଳେ ପର୍ନୁ ଭାଇରାଲ କରିଥିବା ଭିଡିଓରେ କହିଛି ହିନ୍ଦୁ କାନାଡିଆନ ହିନ୍ଦୁ ମାନେ କାନାଡା ଓ କାନାଡା ର ସମ୍ବିଧାନ କୁ ପ୍ରଖ୍ୟାନ କରୁଛ ।

ତୁମର ଲକ୍ଷ୍ୟ ହେଉଛି ଭାରତ । ଏଣୁ କାନାଡା ଛାଡି ଭାରତ ପଳାଅ । ଖାଲିସ୍ତାନି ସାର୍ଥକ ଶିଖ ମାନେ କାନାଡା ପ୍ରତି ବିଶ୍ଵାସୀ ହୋଇ ରହିଛନ୍ତି । ସେମାନେ ସବୁବେଳେ କାନାଡା ର ପକ୍ଷ ନିଅନ୍ତି । ଆଉ କାନାଡା ସମ୍ବିଧାନ ର ସବୁ ନିୟମକୁ ମାନିଥାନ୍ତି । ଏହା ପୂର୍ବରୁ ମଧ୍ୟ ପର୍ନୁ ଏକ ଭିଡିଓ ଜାରି କରିଥିଲା ଯେଉଁଥିରେ ସେ ହରଦୀପ ସିଂ ହତ୍ୟାକାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତ ଙ୍କୁ ଦାୟୀ କରିଥିଲା ।

ଅକ୍ଟୋବର 29 ରେ ଭ୍ୟାଙ୍କଓଭର ରେ ଏକାଠି ହୋଇ ନିର୍ଜର ହତ୍ୟାକାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀ କି ନୁହେଁ ଏ ନେଇ ଭୋଟିଙ୍ଗ କରିବାକୁ ସେ ଆହ୍ଵାନ ଦେଇଥିଲା । ତେବେ ଏହା ପୂର୍ବରୁ ପର୍ନୁ ଭାରତର ଏକାଧିକ ବଡ ବଡ ନେତା ଙ୍କୁ ଧମକ ଦେଇଥିଲା । ଯେପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ସମତେ ଅନେକ ହାଇ ପ୍ରୋଫାଇଲ ନେତାଙ୍କୁ ଧମକ ଦେଇ ଭିଡିଓ ଛାଡିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।