ସାରା ଭାରତରେ ଚୀନ ଜିନିଷର ବହିଷ୍କାର ବିଷୟରେ ଚର୍ଚା ହେଉଛି ଏବଂ ସବୁ ଜାଗାରେ ଖବର ଅଛି କି ବର୍ତ୍ତମାନ ଚୀନ ଜିନିଷର ବ୍ୟବହାର କରାଯିବ ନାହିଁ । ଏହା ପ୍ରଥମ ଥର ପାଇଁ ନୁହେଁ ଏହା ଆଗରୁ ବହୁତ ଥର ଚୀନ ଜିନିଷର ବହିସ୍କାର ବିଷୟରେ କୁହାଯାଇଛି । ୨୦୧୬ ମସିହାରେ ଭାରତରେ ଚୀନ ଜିନିଷର ବହିଷ୍କାରକୁ ନେଇ ଚ୍ୟାଲେଞ୍ଜ ଥିଲା । ଯେତେବେଳେ ଏହି ଚ୍ୟାଲେଞ୍ଜ ସାମନାକୁ ଆସିଲା ସେତେବେଳେ ଚୀନ ମିଡିଆ କହିଲା କି ଭାରତୀୟ ଉତ୍ପାଦ କୌଣସି ବି ମାମଲାରେ ଚୀନ ଉତ୍ପାଦର ମୁକାବିଲା କରି ପାରିବ ନାହିଁ ।
ଏକ ଲେଖାରେ ଲେଖା ଯାଇଛି କି ଭାରତ କେବଳ ଭୁକି ପାରିବ କିନ୍ତୁ ଉଭୟ ଦେଶର ଲଗାତର ବାଣିଜ୍ୟ ଉପରେ କିଛି କରି ପାରିବ ନାହିଁ । ଏହା ସହିତ ଗ୍ଲୋବାଲ ଟାଇମ୍ସରେ ଲେଖା ହୋଇଛି ଭାରତ କରୁଥିବା ପାକିସ୍ତାନ ଭିତିକ ଆତଙ୍କବାଦୀଙ୍କୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚୀନ ଲଗାତାର ବିରୋଧ କରୁଛି । ଏହି କାରଣ ପାଇଁ ଭରତୀୟ ବହୁତ ରାଗିଛନ୍ତି ଏବଂ ସେମାନେ ଚୀନ ଉତ୍ପାଦକୁ ବହିଷ୍କାର କରିବାକୁ ଆବେଦନ କରିଛନ୍ତି । ସେହି ପ୍ରବନ୍ଧରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଯୋଜନା ‘ମେକ ଇନ ଇଣ୍ଡିଆ’ କୁ ‘ଅବ୍ୟବହାରିକ’ ମଧ୍ୟ କୁହା ଯାଇଥିଲା ।
ଏଥର ଆମ ସମସ୍ତଙ୍କୁ ହୃଦୟରୁ ଚୀନ ଜିନିଷକୁ ବହିଷ୍କାର କରିବାକୁ ଆଗକୁ ଆସିବାକୁ ହେବ । ଅନେକ ସେଲିବ୍ରିଟି ଚୀନ ଜିନିଷର ବହିଷ୍କାର ବିଷୟରେ କହିଛନ୍ତି ସେମାନଙ୍କ ଅନୁସାରେ ସେମାନେ ନିଜେ ଚୀନ ଜିନିଷର ବହିଷ୍କାରକୁ ପ୍ରୋସାହିତ କରୁଛନ୍ତି ଏବଂ ଏହା ସହିତ ଲୋକଙ୍କୁ ଚୀନ ଜିନିଷର ବହିଷ୍କାରର ଆବେଦନ କରୁଛନ୍ତି । ସବୁ ଲୋକ ମାନଙ୍କ ସହିତ ଆମର ୱେବସାଇଟ ବି ବୟକାଟ ଚୀନର ସମର୍ଥନ କରୁଛି ଏବଂ ଆମେ ଚାହୁଁଛୁ କି ଆପଣ ମଧ୍ୟ ଏହାର ଅଂଶ ହୁଅନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।