ଇଏ ହେଉଛନ୍ତି ଭାରତର ସବୁଠୁ ଖତରନାକ କମାଣ୍ଡୋ ଫୋର୍ସ, ଯାହାଙ୍କ ନା ଶୁଣିବା ମାତ୍ରେ ହିଁ ଥରି ଉଠେ ପାକିସ୍ତାନ

ସବୁ ଦେଶକୁ ଶକ୍ତିଶାଳୀ କରିବା ପଛରେ ତାହାର ସ୍ପେଶାଲ ଫୋର୍ସର ହାତ ଥାଏ । ଯାହାର ଦମରେ ସବୁ ଦେଶ ଦୁନିଆ ସାମ୍ନାରେ ଏକ ନୂତନ ଶକ୍ତି ରୂପରେ ସାମ୍ନାକୁ ଆସିଥାଏ । ବିଶେଷ କରି ସୈନ୍ୟ ଓ ରକ୍ଷା ବଳ ହିଁ ନିଜ ଦେଶର ସମ୍ମାନ ଓ ବିଶ୍ଵରେ ଏକ ବିଲକୁଲ ଅଲଗା ପରିଚୟ କରିବାରେ ସାହାର୍ଯ୍ୟ କରିଥାନ୍ତି । ଭାରତରେ ବି ଦେଶର ସୁରକ୍ଷାର ଦାୟିତ୍ଵ ଏହି ସାହସୀ ଯବାନମାନଙ୍କ ହାତରେ ଥାଏ ।

ଆଜି ଭାରତ ଆତଙ୍କି ଆକ୍ରମଣରୁ ବଞ୍ଚିବା ପାଇଁ ପ୍ରସ୍ତୁତ ଅଛି । ସେମାନେ କାଶ୍ମୀର ଦେଇ ଭାରତକୁ ଆସନ୍ତୁ କିମ୍ବା ଚୀନ ରାସ୍ତା ଦେଇ ଭାରତକୁ ଆସନ୍ତୁ । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ କି ଭାରତୀୟ କମାଣ୍ଡୋ ଫୋର୍ସକୁ ଅଲର୍ଟ ରହିବା ପାଇଁ ଓ ଶତ୍ରୁଙ୍କ ଅଚାନକ ଆକ୍ରମଣକୁ ସମ୍ଭାଳିବା ପାଇଁ ଅଧ ଘଣ୍ଟାରୁ ବି କମ ସମୟ ଲାଗିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଭାରତର ୫ ଟି ସବୁଠୁ ଭୟଙ୍କର କମାଣ୍ଡୋ ଫୋର୍ସ ବିଷୟରେ କହିବାକୁ ଯାଉଛୁ । ଏହି ଫୋର୍ସ ବହୁତ ହିଁ ଶକ୍ତିଶାଳୀ ହୋଇଥାନ୍ତି ।

ପାରା କମାଣ୍ଡୋ

ପାରା କମାଣ୍ଡୋକୁ ଭାରତୀୟ ଆର୍ମୀର ସବୁଠୁ ପ୍ରଶିକ୍ଷିତ ସ୍ପେଶାଲ ଫୋର୍ସ କୁହାଯାଏ । ସେନାର କେବଳ ସେହି ଯବାନମାନଙ୍କୁ ଏହି ସ୍ପେଶାଲ ଫୋର୍ସର ଅଂଶ ହେବାର ଚାନ୍ସ ମିଳିଥାଏ ଯେଉଁମାନେ ଶାରୀରିକ ଓ ମାନସିକ ରୂପରେ ପୂରାପୂରି ସୁସ୍ଥ ଓ ଶକ୍ତିଶାଳୀ ହେବା ସହିତ ବହୁତ ବୁଦ୍ଧିମାନ ହୋଇଥିବେ । ଏହି କମାଣ୍ଡୋମାନଙ୍କ ଟ୍ରେନିଙ୍ଗ ଶରୀର ଉପରେ ୬୫ କିଲୋ ଓଜନକୁ ଧରି କେତେ କିଲୋମିଟର ଦୌଡିବା ସହିତ ଆରମ୍ଭ ହୋଇଥାଏ ।

ପାରା କମାଣ୍ଡୋରେ ସ୍ପେଶାଲ ଅପରେଶନ, ବନ୍ଧକ ସମସ୍ୟା, ଆଣ୍ଟି ଟେରର ଅପରେଶନ ଓ ଶତୃକୁ ମାରିବା ଇତ୍ୟାଦି କଷ୍ଟ କାର୍ଯ୍ୟ ରହିଥାଏ । ୧୯୬୫ରେ ଭାରତ ପାକିସ୍ତାନର ଯୁଧ୍ୟ ଓ ୧୯୯୯ରେ କାର୍ଗିଲ ଯୁଧ୍ୟ ଉପରେ ବିଜୟରେ ପାରା କମାଣ୍ଡୋ ମହତ୍ଵପୂର୍ଣ ଭୂମିକା ନିଭାଇ ଥିଲେ । ଅନ୍ୟ ପଟେ ୨୦୧୬ରେ ହୋଇଥିବା ସର୍ଜିକଲ ସ୍ଟ୍ରାଇକରେ ବି ପାରା କମାଣ୍ଡୋଙ୍କ ପ୍ରମୁଖ ଭୂମିକା ଥିଲା ।

ମାର୍କୋସ କମାଣ୍ଡୋ

ମାର୍କୋସ କମାଣ୍ଡୋ ନେଭିର କମାଣ୍ଡୋ ହୋଇଥାନ୍ତି ଓ ଏହାର ଗଠନ ୧୯୮୭ରେ କରାଯାଇଥିଲା । ୟୁଏସ ସିଲ କମାଣ୍ଡୋଙ୍କ ପରେ ଦୁନିଆର ଏହା ଏକମାତ୍ର କମାଣ୍ଡୋ ଫୋର୍ସ ଅଟେ ଯିଏ ପୁରା ହଥିୟାର ସହିତ ପାଣି ଭିତରେ ସମସ୍ତ ଅପରେସନକୁ ଅଞ୍ଜାମ ଦେଇ ପାରିବେ । ଭାରତ ପାଖରେ ବର୍ତ୍ତମାନ ୧୨୦୦ ମାର୍କୋସ କମାଣ୍ଡୋ ଅଛି । ମାର୍କୋସ କମାଣ୍ଡୋ ସବୁଠୁ ଆଧୁନିକ କମାଣ୍ଡୋ ଅଟନ୍ତି ।

ମାର୍କୋସ କମାଣ୍ଡୋମାନଙ୍କୁ ଆମେରିକା ଓ ବ୍ରିଟିଶ ସିଲଙ୍କ ସହିତ ୨.୫ ବର୍ଷର ଟ୍ରେନିଙ୍ଗ କରିବାକୁ ପଡିଥାଏ । ଏହି କମାଣ୍ଡୋମାନେ ଦେଶର ସ୍ଥଳ, ସମୁଦ୍ର ଓ ଇତ୍ୟାଦି ସମସ୍ତ ପରିସ୍ଥିତିରେ ଲଢିବା ପାଇଁ ସକ୍ଷମ ଅଟନ୍ତି ।

ଗରୁଡ କମାଣ୍ଡୋ

ବାୟୁସେନାର ଗୋଟିଏ ଅଂଶ ହୋଇଥାଏ ଗରୁଡ କମାଣ୍ଡୋ । ଦେଶର ସବୁଠୁ ଅତ୍ୟାଧୁନିକ ଓ ପ୍ରଶିକ୍ଷିତ କମଣ୍ଡୋ ଫୋର୍ସ ଅଟନ୍ତି । ବର୍ତ୍ତମାନ ଏଥିରେ ୨୦୦୦ କମାଣ୍ଡୋ ଅଛନ୍ତି । ଅତ୍ୟାଧୁନିକ ହଥିୟାର ଦ୍ଵାରା ପରିପୂର୍ଣ୍ଣ ଏହି ଫୋର୍ସକୁ ପବନ କ୍ଷେତ୍ରରେ ଆକ୍ରମଣ କରିବା, ରେସ୍କ୍ୟୁ ଅପରେଶନ ପାଇଁ ଖାସ ରୂପରେ ପ୍ରସ୍ତୁତ କରାଯାଏ ।

ଘାତକ କମାଣ୍ଡୋ

କୁହାଯାଏ କି ଘାତକ କମାଣ୍ଡୋ ଫୋର୍ସ ଅତ୍ୟଧିକ ଶକ୍ତିଶାଳୀ ହୋଇଥାନ୍ତି । ଗୋଟିଏ ଯବାନ ଶତ୍ରୁ ସେନାର ୨୦ ଜଣ ସୈନିକମାନଙ୍କୁ ମାରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ରଖିଥାଏ । ଯୁଧ୍ୟ ସମୟରେ ଏମାନେ ଶତ୍ରୁର ତୋପକୁ ବି ନଷ୍ଟ କରିବାରେ ମାହିର ହୋଇଥାନ୍ତି । ଏମାନଙ୍କୁ କ୍ଲୋଜ ବ୍ୟାଟଲ ଓ ମ୍ୟାନ ଟୁ ମ୍ୟାନ ଆସଲ୍ଟ ର କଠିନ ଟ୍ରେନିଙ୍ଗ ଦିଆଯାଏ ।

କୋବ୍ରା କମାଣ୍ଡୋ

Image courtesy: Google

କୋବ୍ରା କମାଣ୍ଡୋକୁ ୨୦୦୮ରେ ଗଠିତ କରା ଯାଇଥିଲା । କୋବ୍ରା କମାଣ୍ଡୋ କେନ୍ଦ୍ରୀୟ ରିଜର୍ବ ପୋଲିସ ବଳର ସ୍ପେଶାଲ ଫୋର୍ସ ଅଟେ । ଏମାନଙ୍କୁ ନିଜର ଭେଷ ବଦଳାଇ ଆକ୍ରମଣ କରିବା ପାଇଁ ଖାସ ଟ୍ରେନିଙ୍ଗ ଦିଆଯାଇଥାଏ । ଏଥିପାଇଁ ଏମାନଙ୍କୁ ସ୍ପେଶାଲ ‘ଗୋରିଲ୍ଲା ଟ୍ରେନିଙ୍ଗ ଦିଆ ଯାଇ ଥାଏ । ଏମାନେ ଘାତକ ଲଗାଇ ମାରିବାରେ ଏକ୍ସପର୍ଟ ହୋଇଥାନ୍ତି । ଏମାନଙ୍କୁ ନକ୍ସଲ ମାନଙ୍କୁ ମାରିବା ପାଇଁ ପଠାଯାଏ । କୋବ୍ରା କମାଣ୍ଡୋଙ୍କ ସମସ୍ତ କାରନାମା ଗୁପ୍ତ ରହିଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।