ଭାରତର ୫ ଟି ସବୁଠୁ ଶିକ୍ଷିତ ରାଜ୍ୟ, ପ୍ରଥମ ରାଜ୍ୟର ନା ଜାଣିଲେ ବିଶ୍ଵାସ କରିବେ ନାହିଁ

ଭାରତ ଦୁନିଆର ଏକ ମଝବୁତ ଅର୍ଥବ୍ୟବସ୍ଥା ର ଦେଶ ବୋଲି କୁହାଯାଏ । ବର୍ତ୍ତମାନ ସମୟରେ ଭାରତରେ କେତେକ ରାଜ୍ୟ ଏମିତି ଅଛନ୍ତି ଯେଉଁମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି । କିନ୍ତୁ କିଛି ଏମିତି ବି ରାଜ୍ୟ ଅଛନ୍ତି ଯେଉଁମାନେ ଶିକ୍ଷା କ୍ଷେତ୍ରରେ ବହୁତ ନିମ୍ନ ସ୍ତରରେ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏମିତି ୫ଟି ରାଜ୍ୟ ବିଷୟରେ କହିବାକୁ ଯାଉଛୁ, ଯେଉଁ ରାଜ୍ୟ ସବୁ ଶିକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ ଆଗରେ ଅଛନ୍ତି । ତେବେ ଚାଲନ୍ତୁ ଜାଣିବା ଭାରତର୫ ଟି ସବୁଠୁ ଶିକ୍ଷିତ ରାଜ୍ୟ ବିଷୟରେ ।

୧. କେରଳ

କେରଳକୁ ଭାରତର ସବୁଠୁ ଶିକ୍ଷିତ ରାଜ୍ୟ ବୋଲି କୁହାଯାଏ । କହିଦେଉଛୁ କି କେରଳର ବର୍ତ୍ତମାନ ସ୍ଵାକ୍ଷରତା ୯୩.୯୧ % ଅଟେ । କେରଳର ଶିକ୍ଷା ବ୍ୟବସ୍ଥା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଆଧୁନିକ ଅଟେ । କେରଳର ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମହତ୍ଵପୂର୍ଣ୍ଣ ସ୍ଥାନ ଅଛି । କେରଳରେ ସ୍କୁଲ, କଲେଜର ସଂଚାଳନ ରାଜ୍ୟ ସରକାର କିମ୍ବା କିଛି ସଂଗଠନ କରିଥାନ୍ତି । କେରଳର ଶିକ୍ଷା ବ୍ୟବସ୍ଥା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ ଅଧିକ ଆଧୁନିକ ଅଟେ ।

୨. ଲକ୍ଷଦ୍ୱୀପ

ଲକ୍ଷଦ୍ୱୀପ ଭାରତର ଦ୍ଵିତୀୟ ସବୁଠୁ ଶିକ୍ଷିତ ରାଜ୍ୟ ଅଟେ । ଏଠିକାର ସାକ୍ଷରତା ୯୨.୨୮ % ଅଟେ । ଭାରତର ସମସ୍ତ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରେ ଲକ୍ଷଦ୍ୱୀପ ସବୁଠୁ ଛୋଟ ରାଜ୍ୟ ଅଟେ । ଲକ୍ଷଦ୍ୱୀପ ଭାରତର ମୁଖ୍ୟ ଭୂମି ଠାରୁ ପାଖାପାଖି ୩୦୦ କିମି ଦୂର ପଶ୍ଚିମ ଦିଗରେ ଥିବା ଆରବ ସାଗରରେ ଅବସ୍ଥିତ । ମାତ୍ର ୩୨ କିଲୋମିଟରରେ ବ୍ୟାପିଥିବା ଏହି ରାଜ୍ୟର ଜନସଂଖ୍ୟା କେବଳ ୬୪,୪୭୩ ଅଟେ ।

୩. ମିଜୋରମ

ମିଜୋରମ ଭାରତର ସବୁଠୁ ଶିକ୍ଷିତ ରାଜ୍ୟ ମଧ୍ୟରେ ତୃତୀୟ ସ୍ଥାନରେ ଆସିଥାଏ । କହିଦେଉଛୁ କି ମିଜୋରମର ସ୍ଵାକ୍ଷରତା ୯୧.୫୮ % ଅଟେ । ୨୦ ଫେବୃୟାରୀ ୧୯୮୭ରେ ଗଠିତ ଏହି ରାଜ୍ୟ ଆଜି ୮ଟି ଜିଲ୍ଲା ସହିତ ନୂଆ କୀର୍ତିମାନ ସ୍ଥାପିତ କରୁଛି । ଏହି ରାଜ୍ୟ ଛୋଟ ହେବା ସତ୍ଵେ ବି ବହୁତ ଉନ୍ନତି କରୁଛି ।

୪. ତ୍ରିପୁରା

ତ୍ରିପୁରା ଭାରତର ଚତୁର୍ଥ ସବୁଠୁ ଶିକ୍ଷିତ ରାଜ୍ୟ ଅଟେ । ଏଠି ମୁଖ୍ୟତଃ ବଙ୍ଗାଳୀ, କକବରକ ଓ ଇଂଗ୍ଲିଶ ଭାଷା କୁହାଯାଏ । ତ୍ରିପୁରାର ସ୍ଵାକ୍ଷରତା ୮୭.୭୫ % ଅଟେ, ଯାହାକି ଗତ କିଛି ବର୍ଷ ମଧ୍ୟରେ ଆହୁରି ବି ବଢିବାରେ ଲାଗିଛି । ତ୍ରିପୁରା ୧୯୫୬ରେ ଭାରତୀୟ ଗଣରାଜ୍ୟରେ ସାମିଲ ହୋଇଥିଲା ଓ ୧୯୭୨ରେ ଏହାକୁ ପୂର୍ଣ୍ଣ ରାଜ୍ୟ ରୂପରେ ସମ୍ମାନ ମିଳିଲା ।

୫. ଗୋଆ

ଗୋଆ ଭାରତର ପଞ୍ଚମ ସବୁଠୁ ଶିକ୍ଷିତ ରାଜ୍ୟ ଅଟେ । କ୍ଷେତ୍ରଫଳ ହିସାବରେ ଏହା ଭାରତର ସବୁଠୁ ଛୋଟ ଓ ଜନସଂଖ୍ୟା ହିସାବରେ ଚତୁର୍ଥ ସବୁଠୁ ଛୋଟ ରାଜ୍ୟ ଅଟେ । ଗୋଆର ସ୍ଵାକ୍ଷରତା ୮୭.୪୦ % ଅଟେ ।