ଭାରତର ଏମିତି ପାଞ୍ଚ ଜଣ ଲୋକ ଯେଉଁମାନେ ଦାରିଦ୍ରତା ସହିତ ଲଢି ବହୁତ ଉପରକୁ ଯାଇଛନ୍ତି, ଥରେ ନିଶ୍ଚୟ ପଢନ୍ତୁ

ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚ ଜଣ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଜନ୍ମ ବହୁତ ଗରିବ ପରିବାରରେ ହୋଇଥିଲା କିନ୍ତୁ ନିଜର ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ବହୁତ ଉପରକୁ ଯାଇଛନ୍ତି । ଆପଣ ଏହାକୁ ବିଶ୍ଵାସ କରୁ ନଥିବେ କିନ୍ତୁ ଯେତବେଳେ ଆମେ ଆପଣଙ୍କୁ ସେମାନଙ୍କ ବିଷୟରେ କହିବୁ ସେତବେଳେ ଆପଣଙ୍କର ବିଶ୍ଵାସ ହୋଇଯିବ । ତାହେଲେ ଚାଲନ୍ତୁ ଜାଣିବା ସେହି ପାଞ୍ଚ ଜଣ ମହାନ ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ଆମ ମାନଙ୍କ ପାଇଁ ଗୌରବ ଅଟନ୍ତି ।

ଏ.ପି.ଜେ. ଅବ୍ଦୁଲ କଲାମ

ଅବ୍ଦୁଲ କଲାମଙ୍କ ଜନ୍ମ ଏକ ବହୁତ ଗରିବ ପରିବାରରେ ହୋଇଥିଲା । ତାଙ୍କର ବାପା ଏକ ଡଙ୍ଗାର ମାଲିକ ଥିଲେ । ଅବ୍ଦୁଲ କଲାମ ତାଙ୍କ ବାପାକୁ ସାହାଯ୍ୟ କରିବା ପାଇଁ ଖବରକାଗଜ ବିକୁଥିଲେ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ କଲାମ ପଦାର୍ଥ ବିଜ୍ଞାନରେ ସ୍ନାତକ ଉପାଧି ପାଇଥିଲେ । ଏହା ସହିତ ଏରୋ ସେପ୍ସ ଇଞ୍ଜିନିୟରିଂର ଅଧ୍ୟୟନ କରିଥିଲେ । ପରେ ଅବ୍ଦୁଲ କଲାମ ୨୦୦୨ ରେ ଭାରତର ରାଷ୍ଟ୍ରପତି ହୋଇଥିଲେ ।

ନରେନ୍ଦ୍ର ଦାମୋଦର ଦାସ ମୋଦୀ

ଜଣେ ଚା ବିକ୍ରେତା ରୁ ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା କରିଥିବା ନରେନ୍ଦ୍ର ମୋଦୀଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି । ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗୋଧରା ହିଂସାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସେ କଠିନ ପରିଶ୍ରମ କରି ଆଗକୁ ବଢି ଚାଲିଲେ ଏବଂ ଆଜି ସେ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇଛନ୍ତି ।

ସୁଶୀଲ କୁମାର

ସୁଶୀଲ କୁସ୍ତି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ପିତା ଜଣେ ବସ କଣ୍ଡକ୍ଟର ଅଟନ୍ତି ଏବଂ ମାଆ ଗୃହିଣୀ ଅଟନ୍ତି । ତାଙ୍କୁ ୨୦୦୬ରେ ଅର୍ଜୁନ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ସୁଶୀଲ କୁମାର ପ୍ରଥମ ଭାରତୀୟ ଆଥଲେଟ ଯିଏ କି ଭାରତ ପାଇଁ ଦୁଇଟି ଅଲମ୍ପିକ ପଦକ ଜିତିଛନ୍ତି ।

ମୋହମ୍ମଦ ଶମୀ ଅହମଦ

ଶମୀ ୧୯୯୦ ସେପ୍ଟେମ୍ବର ୩ ତାରିଖରେ ଉତ୍ତରପ୍ରଦେଶର ଅମରୋହରେ ଜନ୍ମ ହୋଇଥିଲେ । ସେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଭାବରେ ଜଣାଶୁଣା ଅଟନ୍ତି । ଶାମି ଗୋଟିଏ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଜଣେ ସାଧାରଣ କୃଷକ ଅଟନ୍ତି ।

ଧୀରୁ ଭାଇ ଅମ୍ବାନୀ

ସେ ମଧ୍ୟ ବହୁତ ଗରିବ ପରିବାରର ଅଟନ୍ତି ଏବଂ ୧୬ବର୍ଷ ବୟସରେ ୟମନ ଚାଲିଯାଇ ଥିଲେ ସେଠାରେ ସେ କିରାଣୀ ଭାବରେ କାମ କରିଥିଲେ । କିଛିଦିନ ପରେ ସେ ଫେରି ଆସିଥିଲେ ଏବଂ ତାଙ୍କ ବନ୍ଧୁ ଚମ୍ପକ ଲାଲ ଡାୱାନୀଙ୍କ ସହ ଏକ ଛୋଟ ବ୍ୟବସାୟ ଆରମ୍ଭ କଲେ କିନ୍ତୁ ତାଙ୍କ ବନ୍ଧୁଙ୍କ ଭାବନା ଅଲଗା ଥିଲା ଯେଉଁ କାରଣରୁ ସେମାନେ ଅଲଗା ହୋଇଗଲେ ।

ଏହାପରେ ମଧ୍ୟ ଅମ୍ବାନୀ ନିଜର ସଂଘର୍ଷ ଛାଡି ନଥିଲେ । ଏହାପରେ ସେ ସେୟାର ବଜାରକୁ ଆସିଥିଲେ । ତାଙ୍କର ଷ୍ଟକ କାରବାରର ସଫଳତା ତାଙ୍କୁ ଏହି ଜାଗାରେ ପହଞ୍ଚାଇଛି । ଆଜି ତାଙ୍କର ନାମ ଦେଶର ସବୁ ବ୍ୟକ୍ତିଙ୍କ ମୁହଁରେ ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।