ଭାରତ ଠାରୁ ଦୟନୀୟ ଭାବେ ହାରିବା ପରେ ଏଭଳି କଥା କହିଲେ ଦକ୍ଷିଣ ଆଫ୍ରିକା ଖେଳାଳି

ନମସ୍କାର ବନ୍ଧୁଗଣ । ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ ସହ ପଏଣ୍ଟ ଟେବଲ ର ଦ୍ଵିତୀୟ ସ୍ଥାନରେ ରହି ସେମି ଫାଇନାଲ ରେ ସ୍ଥାନ ପକ୍କା କରି ସାରିଛି । କିନ୍ତୁ ରବିବାର କୋଲକାତା ର ହିଡେନ ଗାର୍ଡେନ ରେ ଅନୁଷ୍ଠିତ ଦିନିକିଆ ମ୍ଯାଚରେ ଅତି ଦୟନୀୟ ଭାବେ ଭାରତ ଠାରୁ ଦକ୍ଷିଣ ଆଫ୍ରିକା ପରାଜୟ ହୋଇଛି । କ୍ରମାଗତ 4ଟି ବିଜୟ ସହ ବିଶ୍ଵକପରେ ନିଜର ଦବଦବା ଦେଖାଇ ଥିବା ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ଏକ ତରଫା ଭାବେ ପରାସ୍ତ ହୋଇଥିଲା ।

ଭାରତ ପ୍ରଥମେ ବ୍ୟାଟିଙ୍ଗ କରି 5 ୱିକେଟ ରେ 326 ରନ କରିଥିବା ବେଳେ ଜବାବ ରେ ଦକ୍ଷିଣ ଆଫ୍ରିକା ମାତ୍ର 83 ରନ ରେ ଅଳ ଆଉଟ ହୋଇ ଯାଇଥିଲା । ଆଉ 243 ରନ ର ବଡ ବ୍ଯବଧାନରେ ମ୍ଯାଚ ହାରି ଅଯାଇଥିଲା ଦକ୍ଷିଣ ଆଫ୍ରିକା । ତେବେ 12 ପଏଣ୍ଟ ସହ ବିଶ୍ଵକପରେ ଟିକେଟ କାଟିଥିବା ଏହି ମ୍ଯାଚ ହାରିବା ପରେ ମଧ୍ୟ ବିଶ୍ଵକପ ଅଭିଯାନ ରେ କିଛି ବାଧା ଆସି ନାହିଁ ।

ଆଉ ଏହାରି ମଧ୍ୟରେ ଭାରତ ଠାରୁ ହାରିବା ଆମ ପାଇଁ ଆଶୀର୍ବାଦ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ଖେଳାଳି । ଆସନ୍ତୁ ଜାଣିବା କେଉଁ ଖେଳାଳି ଏମିତି କହିଲେ ଓ କାହିଁକି କରିଲେ । ଡାଖିୟନ ଆଫ୍ରିକାର ଭାରତୀୟ ବଂଶଦ ଖେଳାଳି କେଶବ ମହାରାଜ ଏହି କଥା ଟି କହିଛନ୍ତି । କେଶବ କହିଛନ୍ତି “ଭାରତ ବିପକ୍ଷରେ ଗୋଟେ ମ୍ଯାଚ ହାରିବା ତାଙ୍କ ଦଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ ।

ଭାରତ ବିପକ୍ଷରେ ଏଭଳି ନୈରାଶ୍ୟ ଜଣକ ପ୍ରଦର୍ଶନ ଆମ ଦଳ କୁ ବେଶ ଫାଇଦା ଦେବ । ଏହି ପରାଜୟ ଆମ ଟିମ କୁ ମଳି କରି ନାହିଁ । କିନ୍ତୁ ଟାର୍ଗେଟ କୁ ପିଛା କରିବା ବେଳେ ଦକ୍ଷିଣ ଆଫ୍ରିକା ଧରାଶୟୀ ହେଉଛି ବୋଲି ପୁଣି ପ୍ରମାଣ ମିଳିଛି । ରବିବାର ମ୍ଯାଚ ପରେ କେଶବ ମହାରାଜ କହିଛନ୍ତି ଯେ ମୁଁ ଭାବଉଛି ଏହା ଗୋଟେ ଭଲ ଟ୍ରାଏ ରନ । ଆଶା ଆଗକୁ ସବୁ କିଛି ଭଲ ହେବ ।

ଆମେ କେଉଁ ସବୁ କ୍ଷେତ୍ରରେ ଭଲ କରି ପାରିବୁ ତାହାକୁ ଚିହ୍ନଟ କରିବୁ ଓ ଭଲ କରିବା ପାଇଁ ଚେଷ୍ଟା ଅକରିବୁ । ଆମେ ପୂର୍ବରୁ ବହୁତ ଭଲ ଖେଳି ଆସିଥିଲୁ । ଆମେ ଯାହା କରିଥିଲୁ ସେହି ପ୍ରଦର୍ଶନ କୁ ପୁଣି ଫେରିବାକୁ ଚେଷ୍ଟା କରିବୁ । ଟନିଙ୍ଗ ବଲ ରେ କେମିତି ରନ କରିବାକୁ ହେବ ତାହା ବୁଝି ଆମକୁ ଆଗକୁ ବଢିବାକୁ ହେବ । ଭାରତ ଠାରୁ ହାରିବା ଗୋଟେ ଭଲ କଥା । ଏହା ଆମର ତ୍ରୁଟି କୁ ଧରାଇ ଦେଇଛି ।

ଆଗକୁ ଏହା ଆମ ପାଇଁ ଆଶୀର୍ବାଦ ଭଳି କାମ ଦେବ । ଠିକ ସମୟରେ ଆମର ଆଖି ଖୋଲି ଯାଇଛି । ଆମେ 4ଟି ମ୍ଯାଚ ଖେଳି ବିଜୟୀ ହୋଇଥିବା ବେଳେ ପଞ୍ଚମ ମ୍ୟାଚରେ ଆମର ତ୍ରୁଟି ହୋଇଛି । ଏହି ଖରାପ ପ୍ରଦର୍ଶନକୁ ଆମେ ଘୋଡାଇବାକୁ ଚେଷ୍ଟା କରୁନୁ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।